ଭୋଟ ଲିଷ୍ଟରେ ନାଁ ନଥିଲା: ବିଡିଓଙ୍କୁ ଅଟକ ରଖିଲେ ଗାଁ ଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ପଞ୍ଚାୟତ ନିର୍ବାଚନକୁ ମୁକ୍ତ ଓ ଅବାଧ କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏକାଧିକ ସ୍ଥାନରେ ଦେଖା ଦେଇଛି ହିଂସାକାଣ୍ଡ । କେଉଁଠି ଲାଇଭ ବୁଥ୍ ରିଗିଂ ଠାରୁ ଆରମ୍ଭ କରି ବାଲାଟ ବାକ୍ସ ଫିଙ୍ଗା ପର୍ଯ୍ୟନ୍ତ ଘଟଣା ଦେଖିବାକୁ ମିଳିଛି । ତେବେ ଗଞ୍ଜାମରେ କିଛି ଲୋକ ବିଡିଓଙ୍କୁ ଅଟକ ରଖିଛନ୍ତି । ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପାତ୍ରପୁର ଗ୍ରାମରେ ଘଟିଯାଇଛି ଏହି ଅଭାବନୀୟ ଘଟଣା ।

ଭୋଟର ଲିଷ୍ଟରୁ ନା କଟି ଯାଇଥିବାରୁ ଉତ୍ୟକ୍ତ ଗ୍ରାମ ବାସୀ ମାନେ ବିଡିଓଙ୍କୁ ଅଟକ ରଖିଥିଲେ । ବିଡିଓ ପ୍ରକାଶ ଦାଶ ତୁମ୍ବାକୁ ଯାଇଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଅଟକ ରଖିଥିଲେ । ଭୋଟର ଲିଷ୍ଟରେ ନା ନଥିବା କାରଣରୁ କିଛି ଲୋକ ଭୋଟ ଦେଇ ପାରିନଥିଲେ । ପରବର୍ତ୍ତୀ ସମୟରେ ପୋଲିସର ହସ୍ତକ୍ଷେପ ପରେ ଗ୍ରାମବାସୀ ବିଡିଓଙ୍କୁ ଛାଡିଥିଲେ ।