fbpx

ଉତ୍ତେଜନା ପରେ ବନ୍ଦ ହେଲା ମାର୍କେଟ ବିଲ୍ଡିଂ: ସ୍ଥାୟୀ ଅସ୍ଥାୟୀ ଦୋକାନୀଙ୍କ ଭିତରେ ହୋଇଥିଲା ମତଭେଦ

Advertisement

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂରେ ଦେଖା ଦେଇଛି ଉତ୍ତେଜନାର ପରିସ୍ଥିତି । ସ୍ଥାୟୀ ଏବଂ ଅସ୍ଥାୟୀ ଦୋକାନୀଙ୍କ ନିଜ ନିଜ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ତେବେ ଘଟଣାସ୍ଥଳରେ ଖବର ପାଇ ପହଞ୍ଚିଛି କ୍ୟାପିଟାଲ ଥାନା ପୋଲିସ । ଅସ୍ଥାୟୀ ଦୋକାନୀମାନେ ନିଜ ଦୋକାନ ପକାଇବାରୁ ଉତ୍ତେଜନା ଦେଖା ଦେଇଛି ।

ସୂଚନା ଅନୁସାରେ, କିଛି ଦିନ ତଳେ ବିଏମସି ତରଫରୁ ମାର୍କେଟ ବିଲ୍ଡିଂରେ ଥିବା ଅସ୍ଥାୟୀ ଦୋକାନୀମାନଙ୍କୁ ହଟାଇ ଦିଆଯାଇଥିଲା । କିନ୍ତୁ ଆଜି ସେମାନେ ପୁଣି ଥରେ ଦୋକାନ ପକାଇଛନ୍ତି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନାର ପରିସ୍ଥିତି ଉପୁଜିଛି । ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି କ୍ୟାପିଟାଲ ଥାନା ପୋଲିସ । ପୋଲିସ ସେଠାରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବା ସହ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା ଜାରି ରଖିଛି । ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରେ ହେବାରୁ ବ୍ୟବସାୟୀ ସଂଘ ମାର୍କେଟ ବିଲ୍ଡିଂ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ।

Get real time updates directly on you device, subscribe now.