fbpx

ViralVideo:ଦେଖନ୍ତୁ କିପରି ପାଣିରୁ ଆଣିଲା ଟାଣି…

ଜଙ୍ଗଲର ଗୋଟିଏ କାନୁନ ଅଛି । ଯିଏ ଅଧିକ ଶକ୍ତିଶାଳୀ ସେ ହିଁ ଏଠାରେ ତିଷ୍ଠି ପାରିବ । କେବଳ ଏତିକି ନୁହେଁ ଆପଣଙ୍କୁ ନିଜ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଆପଣଙ୍କ ଜୀବନକୁ ବାଜି ଲଗେଇବାକୁ ପଡିବ । ସୋସିଆଲ ମିଡିଆରେ ଆପଣ ଅନେକ ଭିଡିଓ ଦେଖିଥିବେ , ଆଉ ବର୍ତ୍ତମାନ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଭାବିବେ ଏଭଳି କେମିତି ହୋଇ ପାରିଲା । ମୁଖ୍ୟତଃ ଜଙ୍ଗଲ ରାଜା ସିଂହ ଆଉ ପାଣିର ବଳୁଆ କହିଲେ କୁମ୍ଭୀରକୁ ବୁଝାଯାଏ । ପାଣିରେ କୁମ୍ଭୀର ଠାରୁ କେହି ଅଧିକ ଶକ୍ତଶାଳୀ ନଥାଆନ୍ତି । ଆଉ କୁମ୍ଭୀର ମୁହଁରୁ କେହି ଆହାର ଛଡାଇ ପାରିବ ନାହିଁ । କିନ୍ତୁ ଏଠି କିଛି ଘଟିଛି ଓଲଟା ।

ପାଣି ଭିତରେ ପଶି ଗୋଟିଏ ଚିତା ତାର ଶିକାର କରିଛି । ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଚିତାର ଏହି ଶୀକାର ପାଲଟିଛି ଏକ କୁମ୍ଭୀର । ଆପଣ ଭାବିବେ ଚିତା ପାଣି ଭିତରକୁ ଯିବାକୁ ଡରନ୍ତି କୁମ୍ଭୀର ଥାଆନ୍ତି ବୋଲି ଆଉ ଶୀକାର କରିବ କିପରି? କିନ୍ତୁ ଆପଣ ଏହି ଭିଡିଓଟି ଦେଖିଲେ ଆପଣଙ୍କ ମନରେ ଉଙ୍କି ମାରୁଥିବା ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିଯିବ ।

ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ଚିତାଟି ପାଣି ଉପରେ ଥାଇ କୁମ୍ଭୀରକୁ ଲକ୍ଷ୍ୟ କରୁଥିବାର ଦେଖିବାକୁ ମିଳିଛି । ଆଉ ଯେତେ ବେଳେ କୁମ୍ଭୀରଟି ପାଖକୁ ଆସୁଛି ଚିତା ତା ଉପରକୁ ଲମ୍ବ ମାରୁଛି । ଆଉ ପାଣି ଭିତରେ ପଶି ନିଜ ଶୀକାରକୁ ମୁହଁରେ ଉଠାଇ ପୁଣି ବଣ ଭିତରକୁ ପଳାଇ ଯାଉଛି ।

ତେବେ ଏହି ଭିିଡିଓକୁ ବର୍ତ୍ତମାନ ବହୁତ ପସନ୍ଦ କରାଯାଉଥିବା ବେଳେ ଏହାକୁ ବହୁତ ସେୟାର ମଧ୍ୟ କରାଯାଉଛି । ଏହି ଭିଡିଓ ଦେଖିବା ପରେ ଦର୍ଶକ ମାନେ କମେଣ୍ଟରେ ଭରି ଦେଇଛନ୍ତି । କିଛି କିଛି ଏଭଳି ଲେଖିଛନ୍ତି ବାସ୍ତବରେ କିଏ ଅଧିକ ଶକ୍ତିଶାଳୀ ତାହା ସବୁ ଜାଣି ପାରୁଛନ୍ତି ।
ଏହି ୪୨ ସେକେଣ୍ଡର ଭିଡିଓରେ ୨ଟି ବନ୍ୟଜନ୍ତୁ କିଭଳି ଭାବରେ ଲଢ଼େଇ ଲାଗୁଛନ୍ତି ଆଉ କିପରି ଏଥିରେ ଚିତାର ବିଜୟ ହେଉଛି ତାହା ଦର୍ଶାଯାଇଛି । ଏହାକୁ ପାଖାପାଖି ୨ମିଲିୟନରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୫ହଜାରୁ ଅଧିକ ରି-ସେୟାର କରାଯାଇଛି ।

Get real time updates directly on you device, subscribe now.