fbpx

(Video) ମେଟ୍ରୋ କୋଚରେ ବର୍ଷା, ଯାତ୍ରୀ କହିଲେ ଟ୍ରେନ ଟିକେଟରେ ସୁଇମିଂ ପୁଲ ମଜା

ନୂଆଦିଲ୍ଲୀ: ନିକଟରେ ମୁମ୍ବାଇ ମେଟ୍ରୋରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏହାକୁ ଦେଖି ଯାତ୍ରୀମାନେ ବେଶ୍ ଭୟଭୀତ ହୋଇପଡିଥିଲେ । ଯାତ୍ରୀମାନେ ଯାତ୍ରା କରୁଥିବା ସମୟରେ କୋଚ ଭିତରେ ବର୍ଷା ଆରମ୍ଭ ହୋଇଥିଲା । ଲୋକେ ନିୟମିତ ଯାତ୍ରା କରୁଥିବା ବେଳେ ଆଜି ହଠାତ୍ କିଭଳି ପାଣି ବାହାରିଲା ତାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘଟଣା ଘଟିବା ସମୟରେ ଅତ୍ୟଧିକ ଗହଳି ଯୋଗୁଁ ଯାତ୍ରୀଙ୍କ ସଂଖ୍ୟା ସାଧାରଣ ଅପେକ୍ଷା ଅଧିକ ଥିଲା । ମୁମ୍ବାଇ ମେଟ୍ରୋର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇଛି ଯେ କୋଚରେ ଉପସ୍ଥିତ ଥିବା ଏସି ଭେଣ୍ଟରୁ ହଠାତ୍ ପାଣି ବାହାରିବା ଆରମ୍ଭ କରିଥିଲା । ଏହି ସମୟ ମଧ୍ୟରେ ମେଟ୍ରୋରେ ଉପସ୍ଥିତ ଯାତ୍ରୀମାନେ ହଠାତ୍ ଅନୁଭବ କଲେ ଯେ କୋଚ୍ ଭିତରେ ପାଣି ପଡିବା ଆରମ୍ଭ ହୋଇଯାଇଛି । ତେବେ କିଛି ଯାତ୍ରୀ ଏନେଇ ଆଶ୍ଟର୍ଯ୍ୟ ହୋଇଥିବା ବେଳେ ଆଉ କିଛି ଜଣ ମୋବାଇଲରେ ଦୃଶ୍ୟକୁ କଏଦ କରିଥିଲେ ।

ଯଦି ଦେଖିବା ଦିଲ୍ଲୀ ମେଟ୍ରୋରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । କିନ୍ତୁ ମୁମ୍ବାଇ ମେଟ୍ରୋରେ ଏଭଳି ଘଟଣା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯାତ୍ରୀମାନେ ଏ ବିଷୟରେ ସେମାନଙ୍କର ଚିନ୍ତା ଏବଂ ଅସୁବିଧା ପ୍ରକାଶ କରିଥିଲେ । ଏହି ଭିଡିଓ ଦେଖିଥିବା କିଛି ଲୋକ ଥଟ୍ଟା କରି ଲେଖିଛନ୍ତି ଯେ ଯାତ୍ରୀମାନେ ହୁଏତ ଭାବୁଥିବେ ଯେ ଆମେ ମେଟ୍ରୋରେ ଯାତ୍ରା କରିବାକୁ ଟିକେଟ ନେଇଛୁ, କିନ୍ତୁ ବର୍ତ୍ତମାନ ଆମେ ଏକ ସୁଇମିଂ ପୁଲରେ ଅଛୁ । ଏହି ଘଟଣାକୁ ନେଇ ଲୋକମାନେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । କେହି କେହି ଏହାକୁ ମଜାଳିଆ ବୋଲି କହିଥିବା ବେଳେ ମେଟ୍ରୋ ପରିସ୍ଥିତିକୁ ଗମ୍ଭୀରତାର ସହ ନେଇଥିଲେ ।

Get real time updates directly on you device, subscribe now.