fbpx

ପରାଜୟ ପରେ ଅଜବ ପ୍ରଶ୍ନ ଶୁଣି ପାକିସ୍ତାନୀ ସାମ୍ବାଦିକଙ୍କ ମୁହଁ ବନ୍ଦ କରି ଦେଲେ କୋହଲି, କହିଲେ- ବିବାଦ ଦରକାର …

ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପର ସୁପର ୧୨ ରାଉଣ୍ଡର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନ ହାତରୁ ୧୦ ୱିକେଟରେ ପରାଜିତ ହୋଇଛି । ଭାରତ ପ୍ରଥମ ଥର ବିଶ୍ୱ ଇତିହାସରେ ପାକିସ୍ତାନଠୁ ପରାଜୟ ଭୋଗିଛି । ମ୍ୟାଚ୍ ପରେ ପାକିସ୍ତାନୀ ସାମ୍ବାଦିକଙ୍କ ଅଯଥା ପ୍ରଶ୍ନ ଶୁଣି ବିରାଟ କୋହଲି ଉତକ୍ଷୀପ୍ତ ହେବା ସହ ଉଚିତ୍ ଜବାବ ମଧ୍ୟ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ସାମ୍ବାଦିକ ରୋହିତ ଶର୍ମାଙ୍କ ବିଫଳତା ଏବଂ ତାଙ୍କ ଚୟନ ଉପରେ ପ୍ରଶ୍ନ କରିଥିଲେ ।

ପାକିସ୍ତାନ ବିପକ୍ଷ ମୁକାବିଲାରେ ରୋହିତ ଶର୍ମା ବିଫଳ ହୋଇଥିଲେ । ଏହାକୁ ନେଇ ପାକିସ୍ତାନୀ ସାମ୍ବାଦିକ କୋହଲିଙ୍କୁ ଅଜବ ପ୍ରଶ୍ନ ପଚାରିଥିଲେ । ରୋହିତଙ୍କ ବିଷୟରେ ପ୍ରଶ୍ନ ଶୁଣି କୋହଲି ମୁଣ୍ଡରେ ହାତ ଦେଇଥିଲେ ଏବଂ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରତି ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଥିଲେ । କୋହଲି ଜବାବ ଦେଇ କହିଛନ୍ତି ଯେ, ବିବାଦ ଦରକାର ତ କହି ଦିଅନ୍ତୁ ।

କୋହଲି ପାକ୍ ସାମ୍ବାଦିକଙ୍କୁ କହିଛନ୍ତି ଯେ, କଣ ଆପଣ ରୋହିତ ଶର୍ମାଙ୍କୁ ତାଙ୍କ ଗତ ମ୍ୟାଚର ପ୍ରଦର୍ଶନ ଜାଣିବା ପରେ ମଧ୍ୟ ଟି-୨୦ ଅନ୍ତର୍ଜାତୀୟ ଦଳରୁ ବାହାର କରି ପାରିବେ । ଏମିତି ପ୍ରଶ୍ନ କରିବେ ବିଶ୍ୱାସ କରାଯାଇ ପାରିବ ନାହିଁ । ଯଦି ଆପଣଙ୍କୁ କୌଣସି ବିବାଦ ସୃଷ୍ଟି କରିବାର ଅଛି ତେବେ ପ୍ରଥମେ ଜଣାଇ ଦିଅନ୍ତୁ । ଏହା ପୂର୍ବରୁ ଦ୍ୱିତୀୟ ୱାର୍ମଅପ୍ ମ୍ୟାଚରେ ଭାରତ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଥିଲା । ରୋହିତ ଉକ୍ତ ମ୍ୟାଚରେ ୪୧ ବଲରୁ ୬୦ ରନର ଇନିଂସ ଖେଳିଥିଲେ ।

ସୂଚନାଯୋଗ୍ୟ, ଗତକାଲି ଦୁବାଇରେ ଖେଳାଯାଇଥିବା ମହାମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ୭ ୱିକେଟ୍ ହରାଇ ୧୫୧ ରନ କରିଥିଲା । ଜବାବରେ ପାକିସ୍ତାନ ଦୁଇ ଓପନର ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୧୭.୫ ଓଭରରେ କୌଣସି ୱିକେଟ୍ ନହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

Get real time updates directly on you device, subscribe now.