ନୂଆଦିଲ୍ଲୀ: ସୁପରହିଟ୍ ତେଲୁଗୁ ଫିଲ୍ମ ପୁଷ୍ପାର ଭିଡିଓ ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ପ୍ରଥମେ ବାଂଲାଦେଶ ପ୍ରିମିୟର ଲିଗରେ ଜଣେ ବୋଲର ଏହି ଷ୍ଟାଇଲ ଦେଖାଇଥିଲେ । ପରେ ଡେଭିଡ୍ ୱାର୍ଣ୍ଣର ଓ ରବୀନ୍ଦ୍ର ଜାଡେଜାଙ୍କ ପରି କ୍ରିକେଟର ମଧ୍ୟ ପୁଷ୍ପା ଟ୍ରେଣ୍ଡରେ ସାମିଲ ହୋଇଥିଲେ । ଏପରିକି ବର୍ତ୍ତମାନ ଭାରତୀୟ ଦଳରେ ଖେଳୁଥିବା ସୂର୍ଯ୍ୟ କୁମାର ଯାଦବ ଏବଂ ଇଶାନ କିଶାନ ମଧ୍ୟ ଏହି ଗୀତରେ ରିଲ ବନାଇ ସାରିଛନ୍ତି । ତେବେ ସମସ୍ତଙ୍କୁ ପଛରେ ପକାଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି । ୱେଷ୍ଟ ଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ନିଆରା ଅନ୍ଦାଜରେ ଶ୍ରୀବଲ୍ଲୀ ଗୀତରେ ନାଚିଛନ୍ତି କୋହଲି ।
ପଡିଆରେ ସର୍ବଦା ନିଜର ଆକ୍ରମଣାତ୍ମକ ସ୍ୱଭାବ ପାଇଁ ଚର୍ଚ୍ଚାରେ ରହୁଥିବା କୋହଲି ନିଜର ମଜାଳିଆ ସ୍ୱଭାବ ଦେଖାଇଛନ୍ତି । ଦ୍ୱିତୀୟ ଦିନିକିଆରେ କୋହଲି ଓଡିନ୍ ସ୍ମିଥ୍ଙ୍କ କ୍ୟାଚ୍ ଧରିଥିଲେ । ଏହାପରେ ନିଆରା ଢଙ୍ଗାରେ ନିଜ କାନ୍ଧକୁ ତଳୁଆ କରି ନାଚିଥିଲେ । ଦେଖନ୍ତୁ ମଜାଦାର ଭିଡିଓ….
VIRAT KOHLI Done Srivalli Step ?#ViratKohli #Pushpa #Kohli #Srivalli #INDvWI #AlluArjun #PushpaTheRule pic.twitter.com/cXkKp2Ah9H
— #BheemlaNayak❤️? (@sudheerrealhero) February 9, 2022