fbpx

ଅଙ୍ଗଦାନ କରି ଦୁଇ ଜୀବନ ବଞ୍ଚାଇଲେ ବୀରେନ୍ଦ୍ର, ହୋଇଗଲେ ଅମର

କଟକ: କଟକ ବଡ ଡାକ୍ତରଖାନାରେ ପୁଣି ଏକ କାଡାଭରିକ୍ କିଡନୀ ପ୍ରତିରୋପଣ କରାଯାଇଛି। ଅଙ୍ଗଦାନ କରି ଅମର ହୋଇଛନ୍ତି ଜଗତସିଂହପୁର ରଘୁନାଥପୁର ଅଞ୍ଚଳର ବୀରେନ୍ଦ୍ର ପ୍ରସାଦ ସ୍ୱାଇଁ । ଗତ ରବିବାର ଦିନ ଦୁର୍ଘଟଣାରେ ଗୁରୁତର ହୋଇ ବୀରେନ୍ଦ୍ରଙ୍କୁ କଟକ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ।

ଏହାପରେ ତାଙ୍କର ପରିବାର ଲୋକ ଅଙ୍ଗଦାନ ପାଇଁ ସହମତି ପ୍ରକାଶ କରିଥିଲେ। ଏସସିବି ମେଡିକାଲର ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ମିଳିତ ସହଯୋଗରେ କିଡନୀ ପ୍ରତିରୋପଣ କରାଯାଇଥିଲା । ଗୋଟିଏ କିଡନୀ ଏସସିବିରେ ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯିବ। ଅନ୍ୟ ଏକ କିଡନୀ ଭୁବନେଶ୍ଵର ଏମ୍ସରେ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରାଯିବ। ସେପଟେ ବୀରେନ୍ଦ୍ରଙ୍କ ବିୟୋଗରେ ବିଧାୟକ ଡକ୍ଟର ରମାକାନ୍ତ ଭୋଇ ଶୋକବ୍ୟକ୍ତ କରିଥିବାବେଳେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶେଷକୃତ୍ୟ କରାଯିବ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.