fbpx

ଶରୀରରୁ ଏହି ଭିଟାମିନ କମିଲେ ହୋଇପାରେ କ୍ୟାନ୍ସର ! ବର୍ତ୍ତିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ

ଆଜିକାଲିର ଜୀବନଶୈଳୀ ଯୋଗୁଁ ଲୋକମାନେ ବେଶୀ ଅସୁସ୍ଥ ହେଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଭିଟାମିନ୍ B6 ପାଇରିଡୋକ୍ସିନ୍‌ ସାହାଯ୍ୟରେ ଅନେକ ରୋଗକୁ ଦୂର କରାଯାଇ ପାରିବ।ଏଥିରୁ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ବଜାୟ ରଖିବାରେ ସାହାଯ୍ୟ ମିଳିଥାଏ। ଭିଟାମିନ୍ ବି ରିଚ୍‌ ଖାଦ୍ୟ ଖାଇବାର ସବୁଠାରୁ ବଡ ଲାଭ ହେଉଛି, ଏଥିରୁ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଆଶଙ୍କା ମଧ୍ୟ ବହୁ ମାତ୍ରାରେ କମିଯିବ। ଆସନ୍ତୁ ଜାଣିବା, ଏଥିପାଇଁ କେଉଁ ଖାଦ୍ୟ ଜିନିଷ ଖିଆଯାଇ ପାରିବ।

ଭିଟାମିନ୍ B6ରେ ଭରପୂର ଖାଦ୍ୟ
କ୍ଷୀର:

ଗାଈ ଓ ଛେଳି କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏବଂ ଏହା ମାଧ୍ୟମରେ ଭିଟାମିନ୍ B6ର ଆବଶ୍ୟକତାକୁ ପୂରଣ କରାଯାଇ ପାରିବ। ଯଦି ଆପଣଙ୍କ ଶରୀରରେ ଏହି ପୋଷକ ତତ୍ତ୍ୱର ଅଭାବ ରହିବ, ତା’ ହେଲେ ଆପଣଙ୍କ ସ୍ନାୟୁ ପ୍ରଣାଳୀ ଉପରେ ବହୁତ ଖରାପ ପ୍ରଭାବ ପଡ଼ିପାରେ। ଏହାକୁ ସବୁ ବୟସର ଲୋକମାନେ ପିଇବା ଉଚିତ୍।

ସାଲମନ:

ସାମୁଦ୍ରିକ ଖାଦ୍ୟରେ ସାଲମନ ମାଛକୁ ହେଲ୍‌ଦି ଡାଏଟ୍‌ କାଟାଗୋରୀରେ ରଖାଯାଇଛି। ଏହି ଚର୍ବିଯୁକ୍ତ ମାଛରେ ଭିଟାମିନ୍ B6 ପ୍ରଚୁର ପରିମାଣରେ ରହିଛି, ଯାହା ଆମ ଆଡ୍ରେନାଲ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ। ଆଡ୍ରେନାଲ୍ ଗ୍ରନ୍ଥିଗୁଡିକ ଅନେକ ଗୁରୁତ୍ୱପୂର୍ଣ୍ଣ ହରମୋନ୍ ଉତ୍ପାଦନ କରନ୍ତି, ଯେଉଁଥିରେ କୋର୍ଟିସୋଲ୍, ଆଡ୍ରେନାଲିନ୍ ଓ ଏଲଡୋଷ୍ଟେରନ୍ ଆଦି ସାମିଲ ରହିଛି। ଏହା ବ୍ୟତୀତ ସାଲମନ ମାଛ କମ୍ ଚର୍ବିଯୁକ୍ତ ଡାଏଟ୍‌, ଯାହାକୁ ଖାଇବା ଦ୍ୱାରା ପ୍ରୋଟିନ୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ।

ପାଳଙ୍ଗ:

ସବୁଜ ପତ୍ରଯୁକ୍ତ ପନିପରିବା ଭିତରେ ପାଳଙ୍ଗ ସବୁ ବେଳେ ପୋଷକ ତତ୍ତ୍ୱରେ ଭରପୂର ଖାଦ୍ୟ ରୂପେ ବିବେଚିତ ହୋଇଥାଏ। ଏଥିରେ ଭିଟାମିନ୍ B6 ସହ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଆଇରନ୍ ପ୍ରଚୁର ପରିମାଣରେ ମିଳିଥାଏ। ଏହାକୁ ସାଲାଡ କିମ୍ବା ଜୁସ୍‌ ରୂପେ ସେବନ କରିବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ।

ଗାଜର:

ଗାଜର ଏପରି ଏକ ଖାଦ୍ୟ, ଯେଉଁଥିରେ ପୋଷକ ତତ୍ତ୍ୱର କୌଣସି ଅଭାବ ନାହିଁ। ଏକ ମିଡିୟମ୍‌ ସାଇଜ୍‌ ଗାଜରରେ ଏକ ଗ୍ଲାସ୍ କ୍ଷୀର ଯେତିକି ପରିମାଣର ଭିଟାମିନ୍ B6 ମିଳିଥାଏ। ଆପଣ ଏହି ପରିବାକୁ ସିଧା ଚୋବାଇ ଖାଇ ପାରିବେ। ଯଦିଓ ଏହାକୁ ସାଲାଡ୍‌ ରୂପେ ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି।

Get real time updates directly on you device, subscribe now.