ଟାର୍ଗେଟକୁ ଧ୍ୱସ୍ତ କରିଦେଲା ମିଶାଇଲ VL-SRSAM, ଶୁଭେଚ୍ଚା ଜଣାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ଚାନ୍ଦିପୁର: ସ୍ପଳ୍ୱ ଦୂରଗାମୀ କ୍ଷେପଣାସ୍ତ VL-SRSAMର ଉତକ୍ଷେପଣ ସଫଳତାର ସହ ସମ୍ପନ୍ନ ହୋଇଛି । ଚାନ୍ଦିପୁର ୩ ନମ୍ବର ଲଞ୍ଚ ପ୍ୟାଡରୁ କରାଯାଇଛି ଉତକ୍ଷେପଣ ।

ଡିଆଇଡିଓ ପକ୍ଷରୁ ସ୍ୱଦେଶୀ ଜ୍ଞାନକୌଶଳରେ VL-SRSAM ନିର୍ମାଣ କରାଯାଇଛି । ଆକାଶ ମାର୍ଗରେ ଯେକୌଣସି ଯୁଦ୍ଧାସ୍ତ୍ରକୁ ଧ୍ୱଂସ କରିବାର କ୍ଷମତା ରହିଛି ଏହା ପାଖରେ ।

ପରୀକ୍ଷଣରେ ଏହି ମିଶାଇଲ୍ ଟାର୍ଗେଟକୁ ସମ୍ପୂର୍ଣ୍ଣ ଭାବେ ଧ୍ୱସ୍ତ କରି ଦେଇଛି । ଏହାର ଅତି ତୀକ୍ଷଣ ଲକ୍ଷ୍ୟ ଭେଦ କରିବାର ଯୋଗ୍ୟତା ରହିଛି ।

ମିଶାଇଲର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ବିଭାଗ ଡିଆରଡିଓକୁ ଶୁଭେଚ୍ଚା ଜଣାଇଛି । ଭବିଷ୍ୟତରେ ଭାରତୀୟ ନୌସେନାକୁ ଏହି ମିଶାଇବ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା ଥିବା ମନ୍ତ୍ରଣାଳୟ ପକ୍ଷରୁ ଆଶା ପୋଷଣ କରାଯାଇଛି ।