fbpx
BSKY
BJD SHG SKY
BJD YOUTH SKY

୨୦୩୦ କୁ ଅପେକ୍ଷା ; କର୍କଟ ଏବଂ ହୃଦରୋଗ ପାଇଁ ଆସିବ ଟିକା !

ନୂଆଦିଲ୍ଲୀ : କର୍କଟ ଏବଂ ହୃଦୟ ରୋଗୀଙ୍କ ପାଇଁ ଏକ ଖୁସି ଖବର । କର୍କଟ ଏବଂ ହୃଦରୋଗ ପାଇଁ ମଧ୍ୟ ଟିକା ବା ଭ୍ୟାକ୍‌ସିନ ଆସିବ । କରୋନା ଭଳି ମଧ୍ୟ ଏହି ରୋଗ ପାଇଁ ଟିକାକରଣ ବ୍ୟବସ୍ଥା କରାଯିବ । ଏନେଇ ଆମେରିକୀୟ ବିଶେଷଜ୍ଞମାନେ ଦାବି କରିଛନ୍ତି । ଏହି ରୋଗଗୁଡିକ ପାଇଁ ଶୀଘ୍ର ଟିକା ପ୍ରସ୍ତୁତ କରାଯିବ । ଏହି ଦଶନ୍ଧିର ଶେଷକୁ ଅପେକ୍ଷା । ୨୦୩୦ ମସିହା ସୁଦ୍ଧା ଟିକାକରଣ ବ୍ୟବସ୍ଥା କରାଯାଇ ଏହି ରୋଗରୁ ଆରୋଗ୍ୟ କରାଯାଇପାରିବ ।

ଭାଇରସ୍ କରୋନୋ ମହାମାରୀରେ ଟିକା ଅନୁସନ୍ଧାନ, ବୈଜ୍ଞାନିକମାନଙ୍କ ପାଇଁ କର୍କଟ ଏବଂ ହୃଦୟ ରୋଗୀଙ୍କ ପାଇଁ ଟିକା ଖୋଜିବା ସହଜ କରିଛି । କର୍କଟ, ହୃଦ୍‌ରୋଗ ଏବଂ ଅଟୋମ୍ୟୁନ୍ୟୁନ୍ ରୋଗକୁ ରୋକିବା ପାଇଁ ଲୋକମାନେ ଖୁବ୍ ଶୀଘ୍ର ଟିକା ନେଇପାରିବେ ବୋଲି ଏକ ଫାର୍ମାସ୍ୟୁଟିକାଲ୍ ସଂସ୍ଥା କହିଛି।

ରିପୋର୍ଟ ଅନୁଯାୟୀ, କୋଭିଡ ଟିକା ପରେ ଆମେରିକୀୟ ବିଶେଷଜ୍ଞମାନେ ବର୍ତ୍ତମାନ ବିଭିନ୍ନ ରୋଗରୁ ବର୍ତ୍ତିବା ପାଇଁ ଟିକା ତିଆରି କରିବାରେ ବ୍ୟସ୍ତ ଅଛନ୍ତି । ଯାହା ଅନେକ ପ୍ରକାରର ଟ୍ୟୁମରର କର୍କଟ ରୋଗକୁ ଦୂର କରିପାରିବ। ଏହି ଟିକା ୨୦୩୦ ସୁଦ୍ଧା ପ୍ରସ୍ତୁତ ହୋଇଯିବ । ଯଦି ଟିକା ପ୍ରସ୍ତୁତ ହୁଏ ତେବେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ ବୈଜ୍ଞାନିକମାନେ ଆଶା କରୁଛନ୍ତି ।

ଜଣେ ବୈଜ୍ଞାନିକ କହିଛନ୍ତି ଯେ, ଟିକା ଅତ୍ୟନ୍ତ ପ୍ରଭାବଶାଳୀ ହେବ ଏବଂ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିବ। ଟ୍ୟୁମର କର୍କଟ ଭଳି ରୋଗ ପାଇଁ ଟିକା କରଣ ବ୍ୟବସ୍ଥା କରିବାରେ ଆମେ ସକ୍ଷମ ହେବୁ । ସେ ଆହୁରି କହିଛନ୍ତି ଯେ, ଆମେ ୧୦ ବର୍ଷ ପରେ ଏଭଳି ଏକ ଯୁଗରେ ପହଞ୍ଚିବା ଯେତେବେଳେ କୌଣସି ରୋଗ ଚିହ୍ନଟ କରିବା ଓ ଏହାର ଚିକିତ୍ସା କରିବା ଅତି ସହଜ ହୋଇଯିବ ।

Get real time updates directly on you device, subscribe now.