ସୁପ୍ରିମକୋର୍ଟରେ ୱାକଫ୍ ବିଲ୍ ଶୁଣାଣି, କହିଲେ- କୋର୍ଟ ଏଥିରେ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ

ୱାକଫ ବିଲ୍‌: ସିଜେଆଇ ବି.ଆର ଗଭାଇ ଖଣ୍ଡପୀଠରେ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଆଜି ୱାକଫ ସଂଶୋଧନ ଅଧିନିୟମ 2025 କୁ ନେଇ ଶୁଣାଣି ହେଉଛି। ଭାରତର ମୁଖ୍ୟ ନ୍ୟାୟାଧୀଶ ବି.ଆର.ଗଭାଇ ଏବଂ ଜଷ୍ଟିସ ଅଗଷ୍ଟିନ ଜର୍ଜ ମାସିହଙ୍କ ଅଧକ୍ଷତାରେ 2ପକ୍ଷ 2-2 ଘଣ୍ଟା ଧରି ଯୁକ୍ତି କରିବେ। ଆଜି ଅଦାଲତ ଏହି ଘଟଣା ଉପରେ ଅନ୍ତିମ ଆଦେଶ ଦେଇପାରେବୋଲି ମଧ୍ୟ ସୂଚନା ମିଳୁଛି।

CJI ବି.ଆର .ଗଭାଇଙ୍କ ଅନୁସାରେ ସଂସଦ ଦ୍ୱାରା ଗୃହୀତ ଆଇନ ସାମ୍ବିଧାନିକ। ଏପରି କ୍ଷେତ୍ରରେ, ଯେପର୍ଯ୍ୟନ୍ତ ଏକ ଠୋସ୍ ମାମଲା ସାମ୍ନାକୁ ନ ଆସେ, କୋର୍ଟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ।

ସୁପ୍ରିମକୋର୍ଟ ରେ ଦଲିଲ ଅନୁସାରେ ବରିଷ୍ଠ ଆଡ଼ଭୋକେଟ କପିଲ ଶିବଲ କହିଛନ୍ତି ଯେ, ୱାକଫ ଆଲ୍ଲାଙ୍କୁ ଦିଆଯାଇଥିବା ଦାନ ଅଟେ। ୱାକଫକୁ ଥରେ ଦିଆଯାଇଥିବା ସମ୍ପତ୍ତି ସବୁଦିନ ପାଇଁ ୱାକଫର ହେଇଯିବ, ଏହାକୁ ଆଉ କାହାକୁ ହସ୍ତାନ୍ତର କରାଯାଇ ପାରିବ ନାହିଁ।