fbpx

ତେଲ ନଦୀ ବ୍ରିଜରେ କାର ଓ ପାଣି ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା, ଅଳ୍ପକେ ବଞ୍ଚିଲେ ଯାତ୍ରୀ

ଗୁଡ଼ଭେଲା (ଭାସ୍କର ନ୍ୟୁଜ୍): ବଲାଙ୍ଗୀର ଜିଲ୍ଲାର ତୁଷୁରା ତେଲ ନଦୀ ବ୍ରିଜରେ ଦୁର୍ଘଟଣା।  ପୋଲ ଉପରେ ପାଣି ଟ୍ୟାଙ୍କର ସହ କାର୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ କାରଟିର ଆଗ ଭାଗ ଚୁରମାର ହୋଇ ଯାଇଥିବା ବେଳେ  ବସିଥିବା ଲୋକେ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ସମ୍ପର୍କ ତୁଷୁରା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଗାଡ଼ି ୨ଟିକୁ ଜବତ ରଖି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବିକ,  ତୁଷୁରା ଗୁଡଭେଲା ରାସ୍ତା କାମ ଚାଲିଥିବାବେଳେ ଏକ ପାଣି ଟେଙ୍କର ପାଣି ନେଇ ଆସୁଥିଲା ଠିକ ସେହି ସମୟରେ ତୁଷୁରା ତେଲ ନଦୀ ପୋଲ ଉପରେ ଏକ ଧଳା ରଙ୍ଗର କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳ କାର ସାମ୍ନ ପଟ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ କାରରେ ବସିଥିବା ଲୋକେ ଆହତ ହୋଇଥିଲେ। ଘଟଣାସ୍ଥଳରେ ତୁଷୁରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ‌।

Get real time updates directly on you device, subscribe now.