fbpx

ଲତାଙ୍କ ବିୟୋଗରେ ଶୋକର ଲହର, ପ୍ରଧାନମନ୍ତ୍ରୀ କହିଲେ- ‘ଅପୂରଣୀୟ ଶୂନ୍ୟସ୍ଥାନ ଛାଡ଼ିଗଲେ ଲତା ଦିଦି’

ମୁମ୍ବାଇ: ସୁରର କୋଇଲି ଲତାମଙ୍ଗେସକରଙ୍କ ବିୟୋଗ ସାରା ଦେଶକୁ ଚକିତ କରିଛି । ତାଙ୍କ ପରଲୋକକୁ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ୯୨ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ମାସରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇ ସ୍ଥିତ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୋଭିଡ୍ ସହିତ ନିମୋନିଆରେ ମଧ୍ୟ ପୀଡ଼ିତ ଥିଲେ । ହସ୍ପିଟାଲ ଆଇସିୟୁରେ ତାଙ୍କୁ ରଖାଯାଇଥିଲା। ସେ ସମୟରେ ତାଙ୍କର କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଇଥିଲା । ହେଲେ ପରେ ସ୍ୱାସ୍ଥ୍ୟାବସ୍ଥାରେ ତାଙ୍କର ଅବନତି ଘଟିଥିଲା । ତେଣୁ ଭେଣ୍ଟିଲେଟର୍ ରେ ନେଇ ରଖାଯାଇଥିଲା । ୨୯ ଦିନ ଧରି ଭେଣ୍ଟିଲେଟର୍ ରେ ଥିଲେ ଲତା । ତେବେ ଆଜି ତାଙ୍କର ନିଧନ ଘଟିଛି ।

ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବରିଷ୍ଠ ମାନେ ଶୋକ ପ୍ରକାଶ କରିଛନ୍ତି । ଏହି କ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଭାରତ ରତ୍ନ, ଲତାଜୀଙ୍କର ଉପଲବ୍ଧି ଅତୁଳନୀୟ ରହିବ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ମୁଁ ମୋ ଦୁଃଖକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ । ଲତା ଦିଦି ଦେଶରେ ଶୁନ୍ୟତା ଛାଡ଼ି ଚାଲିଯାଇଛନ୍ତି, ଯାହାକୁ ପୂର୍ଣ୍ଣ କରାଯାଇ ପାରିବ ନାହିଁ । ଆଗାମୀ ପିଢ଼ି ତାଙ୍କୁ ଭାରତୀୟ ସଂସ୍କୃତିର ଏକ ଦିଗ୍ଗଜ ରୂପରେ ମନେ ରଖିବ, ଯାହାଙ୍କର ସୁମଧୁର ସ୍ୱରରେ ଲୋକଙ୍କୁ ମନ୍ତ୍ରମୁଗ୍ଧ କରିବାର ଅଦ୍ୱିତୀୟ କ୍ଷମତା ଥିଲା ।

Get real time updates directly on you device, subscribe now.