fbpx

ନୂଆବର୍ଷରେ ନିଜ ରାଶି ଅନୁସାରେ ପିନ୍ଧନ୍ତୁ ଏହିସବୁ ରଙ୍ଗର ବସ୍ତ୍ର

Advertisement

ନୂତନ ବର୍ଷ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ସପ୍ତାହ ବାକି ରହିଛି । ଫଳରେ ପ୍ରତ୍ୟେକ ବ୍ୟକ୍ତିମନରେ ନୂତନ ବର୍ଷରୁ ନେଇ ଅନେକ ଆଶା ଏବଂ ଉତ୍କଣ୍ଠା ଭରି ରହିଛି । ଏହି ନୂଆବର୍ଷ ଅର୍ଥାତ୍ ୨୦୨୩ ମସିହା ସେମାନଙ୍କ ପାଇଁ କିପରି ରହିବ ସେନେଇ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ନୂତନ ବର୍ଷରେ କିଏ ପରିବାର ସହ ବୁଲିବାକୁ ଯୋଜନା କରୁଛି ତ ଆଉ କିଏ ମନ୍ଦିର ଯାଇ ଭଗବାନଙ୍କ ଦର୍ଷନ କରିବାକୁ ଚାହୁଁଛି । ତେବେ ଏହାରି ମଧ୍ୟରେ ବାସ୍ତୁଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁହାଯାଏ ଯେ, ନୂତନବର୍ଷର ପ୍ରଥମ ଦିନରେ ବ୍ୟକ୍ତି ନିଜ ରାଶି ଅନୁସାରେ ଶୁଭ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ୍ । ଏପରି କରିବା ଦ୍ୱାରା ବର୍ଷସାରା ମା ଲକ୍ଷ୍ମୀଙ୍କ କୃପା ମିଳିବା ସହ ପରିବାରରେ ଧନ-ସମ୍ପତ୍ତି ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିମାନଙ୍କ ପାଇଁ କେଉଁ ରଙ୍ଗର ବସ୍ତ୍ର ପରିଧାନ କରିବା ଶୁଭ ଫଳ ପ୍ରଦାନ କରିବ ।

ମେଷ: ବାସ୍ତୁ ଶାସ୍ତ୍ର ଅନୁସାରେ ନୂତନ ବର୍ଷର ପ୍ରଥମ ଦିନରେ ମେଷ ରାଶିର ବ୍ୟକ୍ତିମାନେ ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ଅଟେ । ତେଣୁ ଏହି ରାଶିର ବ୍ୟକ୍ତିମାନେ ବର୍ଷ ଆରମ୍ଭର ପ୍ରଥମ ଦିନରେ ହିଁ ଲାଲ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ୍ । ତେବେ ଏହ କଥାର ମଧ୍ୟ ଧ୍ୟାନ ରଖନ୍ତୁ ଯେ ବର୍ଷର ପ୍ରଥମ ଦିନରେ ଭୁଲରେ ମଧ୍ୟ କଳା ରଙ୍ଗର ବସ୍ତ୍ର ପରିଧାନ କରିବେ ନାହିଁ । ନଚେତ୍ ଏହା ଆପଣଙ୍କ ଜୀବନରେ ଅନେକ ସମସ୍ୟା ଆଣିବ ।

ବୃଷ: ବୃଷରାଶିର ବ୍ୟକ୍ତିମାନେ ୨୦୨୩ ମସିହାର ପ୍ରଥମ ଦିନରେ ଧଳା, ଗୋଲାପି ଏବଂ କ୍ରିମ ରଙ୍ଗର ବସ୍ତ୍ର ପରିଧାନ କରିବା ସେମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ । ଏତିସହିତ ଜୀବନରେ ସୁଖ ଶାନ୍ତି ଲାଗି ରହିବା ସହ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ । ତେବେ ଏହି ରାଶିର ବ୍ୟକ୍ତିମାନେ ନୂତନ ବର୍ଷରେ ଲାଲ ରଙ୍ଗର ବସ୍ତ୍ର ପରିଧାନ ଠାରୁ ଦୂରେଇ ରୁହନ୍ତୁ ।

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ମିଥୁନ ରାଶିର ବ୍ୟକ୍ତିମାନେ ନୂତନ ବର୍ଷର ପ୍ରଥମ ଦିନରେ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ସବୁଠାରୁ ଶ୍ରେଷ୍ଠ ବିବେଚନା କରିଯାଏ । କୁହାଯାଏ ଯେ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ଦ୍ୱାରା ସେମାନଙ୍କ ଦ୍ୱାରା ରଚନାତ୍ମକ ଏବଂ କ୍ରିଏଟିଭିଟି ବୃଦ୍ଧି ପାଇଥାଏ । ଏଥିସହିତ ଜୀବନରେ ଶୁଖ ଶାନ୍ତି ଲାଗି ରହେ ।

କର୍କଟ: ଶାସ୍ତ୍ର ଅନୁସାରେ ନୂତନ ବର୍ଷର ପ୍ରଥମ ଦିନରେ କର୍କଟ ରାଶିର ବ୍ୟକ୍ତିମାନେ ହଳଦୀଆ ଏବଂ ସବୁଜ ରଙ୍ଗର ବସ୍ତ୍ର ପରିଧାନ କରିବା ସେମାନଙ୍କ ପାଇ ଶୁଭ ଅଟେ । ଏହି ରଙ୍ଗର ବସ୍ତ୍ର ପରିଧାନ କଲେ ସେମାନଙ୍କର ଅଟକି ରହିଥିବା କାମ ଆରମ୍ଭ ହେବ । ଏଥିସହିତ ତାଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ବର୍ଷସାରା ସଫଳତା ମିଳିବ ।

ସିଂହ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ନୂତନ ବର୍ଷରେ ଲାଲ, ହଳଦିଆ, ନାରଙ୍ଗୀ ଓ ଧଳା ରଙ୍ଗର ବସ୍ତ୍ର ପରିଧାନ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ସେମାନଙ୍କ ଉପରେ ବର୍ଷସାରା ମା ଲକ୍ଷ୍ମୀଙ୍କ କୃପା ରହିବା ସହ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି ।

କନ୍ୟା: ଏହି ରାଶିର ବ୍ୟକ୍ତିମାନେ ଶାସ୍ତ୍ର ଅନୁସାରେ ହାଲୁକା ନୀଳ, ହାଲୁକା ଗୋଲାପି କିମ୍ବା ସବୁଜ ରଙ୍ଗର ପୋଷାକ ପରିଧାନ କରି ପାରିବେ । ନୂତନ ବର୍ଷରେ ରଙ୍ଗର ଏହି ପୋଷାକ ପରିଧାନ କଲେ ବର୍ଷସାରା ସେମାନଙ୍କୁ ଭଲ ଖବର ମିଳିବା ସହ ଜୀବନରେ ସୁଖ ଶାନ୍ତି ପ୍ରାପ୍ତି ହେବ ।

ତୁଳା: ତୁଳା ରାଶିର ବ୍ୟକ୍ତିମାନେ ୨୦୨୩ ମସିହାର ପ୍ରଥମ ଦିନରେ ନିଳ ରଙ୍ଗର ବସ୍ତ୍ର ପରିଧାନ ପୂର୍ଣ୍ଣଫଳ ପ୍ରଦାନ କରିବ । ଫଳରେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।

ବିଚ୍ଛା: ବାସ୍ତୁ ଶାସ୍ତ୍ର ଅନୁସାରେ ନୂତନ ବର୍ଷରେ ହେି ରାଶିର ବ୍ୟକ୍ତିମାନେ ମେରୁନ ରଙ୍ଗର ପୋଷାକ ପରିଧାନ କରିବା ସେମାନଙ୍କୁ ଅନେକ ଭଲ ଫଳ ପ୍ରଦାନ କରିବ । ଏଥିସହିତ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ଧନୁ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ୨୦୨୩ ମସିହାରେ ହଳଦିଆ ନାରଙ୍ଗି ଏବଂ ଲାଲ ରଙ୍ଗର ବସ୍ତ୍ର ପରିଦାନ କରିବା ଅତ୍ୟନ୍ତ ଶୁଭ ଦାୟକ ହେବ । ଫଳରେ ଜୀବନରେ ଖୁସିର ଲହରୀ ଖେଳିଯିବ । ଏଥିସହିତ ସୁଖ ସମୃଦ୍ଧି ପ୍ରାପ୍ତି ହେବ ।

ମକର: ବାସ୍ତୁ ଶାସ୍ତ୍ର ଅନୁସାରେ ମକର ରାଶିର ବ୍ୟକ୍ତିମାନେ ନୂତନ ବର୍ଷରେ ନୀଳ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ୍ । ଏହି ରଙ୍ଗର ବସ୍ତ୍ର ସେମାନଙ୍କୁ ଜୀବନରେ ସଫଳତା ପ୍ରଦାନ କରିବ । ଏଥିସିହତ ଜୀବନରେ ଆସୁଥିବା ବିପଦକୁ ମଧ୍ୟ ଦୂର କରିବ ।

କୁମ୍ଭ: ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ କୁମ୍ଭ ରାଶିର ବ୍ୟକ୍ତିମାନେ ନୂତନ ବର୍ଷରେ ନୀଳ ରଙ୍ଗର ସହ ମିଶୁଥିବା ବସ୍ତ୍ର ପରିଧାନ କରିବା ଉଚିତ୍ । ଏହି ରଙ୍ଗର ବସ୍ତ୍ର ପରିଧାନ କରବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ରହିବା ସହ ପରିବାରରେ ବର୍ଷସାରା ସୁଖ ଶାନ୍ତି ଲାଗି ରହିବ ।

ମୀନ: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ନୂତନ ବର୍ଷରେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ସେମାନଙ୍କ ଜୀବନରେ ଅନେକ ସଫଳତା ପ୍ରଦାନ କରିବ । ଏତିସହିତ ବର୍ଷସାରା ମା ଲକ୍ଷ୍ମୀଙ୍କ କୃପା ମିଳିବ ।

Get real time updates directly on you device, subscribe now.