fbpx

ଫୁଲ ନୁହେଁ ବିଲାତିରେ କରାଯାଏ ସ୍ୱାଗତ : ଏଠି ରହିଛି ବିଚିତ୍ର ରୀତି

ଓଡ଼ିଶା ଭାସ୍କର : କଥାରେ ଅଛି, ଯେଉଁ ଦେଶଯିବ ସେଇ ଫଳ ଖାଇବ । ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା । ସବୁ ଦେଶର ପରମ୍ପରା, ପର୍ବପର୍ବାଣୀ ଓ ସଂସ୍କୃତି ଅଲଗା ଅଲଗା ରହିଛି । ସେହିପରି ବିବାହରେ ମଧ୍ୟ ବିଭିନ୍ନ ଦେଶରେ ଭିନ୍ନ ପ୍ରକାର ରୀତି ରହିଛି । ବିବାହର ରୀତିନୀତି ଓ ପରମ୍ପରା ଯାହା ବି ହୋଇଥାଉ, କିନ୍ତୁ ବିବାହର ମହତ୍ତ୍ୱ ସମସ୍ତଙ୍କ ଜୀବନରେ ରହିଛି । ଆଜି ଆମେ ଆପଣଙ୍କୁ ବିବାହ ସହ ଜଡିତ ଏପରି ଏକ ପରମ୍ପରା ବିଷୟରେ କହିବୁ, ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ।

ଜର୍ମାନୀରେ, ବିବାହର ପରମ୍ପରା ଅଛି, ଯେ ବରକୁ ଟମାଟୋ ଫିଙ୍ଗି ସ୍ୱାଗତ କରାଯିବ । କଥାଟି ବିଚିତ୍ର ଲାଗୁଥିଲେ ବି ଏହା ସତ । ଏହି ରୀତିନୀତିରେ କେତେକ ସ୍ଥାନରେ ବର ଓ କନ୍ୟା ଉପରକୁ କାଳି ପକାଯାଏ ତ କେତେକଙ୍କ ଉପରକୁ ଟମାଟୋ ଫିଙ୍ଗି ସ୍ୱାଗତ କରାଯାଏ । ଏହା ବ୍ୟତୀତ ବିବାହ ପରେ ବର ଓ କନ୍ୟା ଦୁହେଁ ମିଶି କାଠ କାଟିବାର ଏକ ଅଜବ ପରମ୍ପରା ରହିଛି । ଏହି ପରମ୍ପରା ଅନୁସାରେ ନବ ବିବାହିତ ଦମ୍ପତି କାଠକୁ ଦୁଇ ଖଣ୍ଡ କରନ୍ତି । କାରଣ ଏହା ମାଧ୍ୟମରେ ସେମାନେ ଦମ୍ପତିଙ୍କ ସମ୍ପର୍କର ଦୃଢତାକୁ ମାପ କରନ୍ତି । ଏହାପରେ ବର, କନ୍ୟା ଓ ଅତିଥିମାନେ ଏକତ୍ର ବାସନକୁ ଭାଙ୍ଗିଥାନ୍ତି । ଏଭଳି ପରିସ୍ଥିତି କେବଳ ପରିବେଶକୁ ମଜାଳିଆ ଏବଂ ମନୋରମ କରିବା ପାଇଁ କରିଥାନ୍ତି ।

ସ୍କଟଲ୍ୟାଣ୍ଡରେ ବିବାହ ପୂର୍ବରୁ ମଧ୍ୟ ବରଏବଂ କନ୍ୟାକୁ ଏକ ରୀତିକରିବାକୁ ପଡିଥାଏ । ଯେଉଁଥିରେ ଅଣ୍ଡା, କଳା ଇଙ୍କ, ପତଳା ଜାତୀୟ ଖାଦ୍ୟ, ମଇଦା ଓ ଅଳିଆ ପରି ଜିନିଷ ବର ଓ କନ୍ୟା ଉପରକୁ ପକାଯାଏ ।ଏହି ରୀତିନୀତି ଦ୍ୱାରା ଏକ ବାର୍ତ୍ତା ଦିଆଯାଏ ଯେ ବିବାହ କେବଳ ଏକ ସୁନ୍ଦର ଅନୁଭବ ନୁହେଁ, ଏଥରେ ଅନେକ ବାଧା ଏବଂ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ।

ସେହିଭଳି ଉତ୍ତରପ୍ରଦେଶର ସରସୁଲ ସହରରେ ମଧ୍ୟ ସମାନ ଘଟଣା ଘଟେ । ଏଠାରେ ବିବାହ ସମୟରେ ବର ଉପରକୁ ଟମାଟୋ ପକାଇ ବର ଏବଂ ତାଙ୍କ ପରିବାର ଲୋକଙ୍କୁ ସ୍ୱାଗତ ଜଣାଯାଏ । ବିଶ୍ୱାସ କରାଯାଏ ଯେ, ଏକ ଅଜବ ପରମ୍ପରାର ସହ ବିବାହ କରିବା ଦ୍ୱାରା ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ଗଭୀର, ସୁଖ ଏବଂ ସ୍ନେହ ପୂର୍ଣ୍ଣ ଅଟେ ।

Get real time updates directly on you device, subscribe now.