“ମମତା ବାନାର୍ଜୀଙ୍କୁ ପଛରୁ କେହି ଧକ୍କା ଦେଇନଥିଲେ’, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଆଘାତକୁ ନେଇ ଡାକ୍ତରଙ୍କ ନୂଆ ବିବୃତ୍ତି

କଲିକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗତକାଲି ରାତିରେ ତାଙ୍କୁ କଲିକତାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାରି ମଧ୍ୟରେ ଏସଏସକେଏମର ଡାକ୍ତର ସ୍ପଷ୍ଟ କରିଛନ୍ତି ଯେ, ତାଙ୍କୁ କେହି ପଛରୁ ଧକ୍କା ଦେଇନାହାନ୍ତି । ସେ କୌଣସି ସିହରଣ ବା ଅସ୍ତିରତା କାରଣରୁ ପଡିଯାଇଛନ୍ତି ଏବଂ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ।

ଏହା ପୂର୍ବରୁ ଏସଏସକେଏମ ହସ୍ପିଟାଲର ଡାୟରେକ୍ଟର କହିଥିଲେ ଯେ, ସଂଧ୍ୟା ସାଢେ ସାତଟାରେ ଡାକ୍ତରଙ୍କୁ କୁହାଯାଇଥିଲା ଯେ, ଘରେ ତାଙ୍କୁ କିଏ ଧକ୍କା ଦେଇଥିଲେ ଯେଉଁ କାରଣରୁ ତାଙ୍କ ଥାରେ ଆଘାତ ଲାଗିଥିଲା ଏବଂ ନାକରୁ ମଧ୍ୟ ରକ୍ତ ବାହାରିଥିଲା ।

ମମତା ବାନାର୍ଜୀଙ୍କ ମୁଣ୍ଡରେ ତିନୋଟି ଷ୍ଟିଜ ପଡିଛି ଏବଂ ଏଥିସହ ନାକରେ ମଧ୍ୟ ଗୋଟିଏ ଷ୍ଟିଜ ପଡିଛି । ଟିଏମସି ପକ୍ଷରୁ ଏହା ପ୍ରଥମଥର କୁହାଯାଉଛି ଯେ, ମମତା ବାନାର୍ଜୀଙ୍କୁ କିଏ ଜଣେ ଧକ୍କା ଦେଇନାହାନ୍ତି । ମମତା ବାନାର୍ଜୀଙ୍କୁ ସଂଗେ ସଂଗେ ଏସଏସକେଏମ ଟ୍ରମା ସେଣ୍ଟର ଅଣାଯାଇଥିଲା । ତାଙ୍କୁ ସଂଧ୍ୟା ସାଢେ ସାତଟାରୁ ସାଢେ୧୦ଟା ପର୍ଯ୍ୟନ୍ତ ରଖାଯାଇଥିଲା । ଆଜି ପୁଣି ଥରେ ତାଙ୍କର ମେଡିକାଲ ଟେଷ୍ଟ କରାଯିବ ।