fbpx

କୋଭିଡ ସମୀକ୍ଷା ପରେ ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫ ।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଦେଶରେ କୋଭିଡ ଓ ଟିକାକରଣ ସ୍ଥିତିକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦେଶରେ କୋଭିଡ ସଂକ୍ରାନ୍ତ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ଦେଇଛନ୍ତି । ସମୀକ୍ଷା ପରେ ସ୍ଥାନୀୟ କଣ୍ଟେନମେଣ୍ଟ ରଣନୀତି ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଏହା ସହ ଅଧିକ ପଜିଟିଭିଟି ହାର ଥିବା ଅଞ୍ଚଳରେ ଉଭୟ ଆରଟି-ପିସିଆର ଓ ରାପିଡ ଟେଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟଗୁଡ଼ିକ ବିନା ଚାପରେ ଚିହ୍ନଟ ହେଉଥିବା ଅଧିକ ସଂଖ୍ୟାରେ ସଂକ୍ରମିତଙ୍କ ସଂଖ୍ୟାକୁ ପ୍ରଦର୍ଶିତ କରିବା ଆବଶ୍ୟକ । ଗ୍ରାମାଞ୍ଚଳରେ ଘରକୁ ଘର ବୁଲି ପରୀକ୍ଷା ଓ ନିରୀକ୍ଷଣ ପାଇଁ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ବଢ଼ାଇବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମସ୍ତ ଉପକରଣ ସହିତ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ସଶକ୍ତ କରିବା ସମ୍ପର୍କରେ ମତ ମଧ୍ୟ ସେ ଦେଇଛନ୍ତି । ଗ୍ରାମାଞ୍ଚଳରେ ଗୃହ ସଙ୍ଗରୋଧ ଏବଂ ଚିକିତ୍ସା ପାଇଁ ଚିତ୍ର ସହିତ ସହଜ ଭାଷାରେ ମାର୍ଗଦର୍ଶିକା ଉପଲବ୍ଧ କରିବା ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ସେହିପରି ଗାମାଞ୍ଚଳରେ ଅକ୍ସିଜେନର ଉପଯୁକ୍ତ ବିତରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ, ‘ଭେଣ୍ଟିଲେଟର ଓ ଅନ୍ୟ ସରଞ୍ଜାମ ପରିଚାଳନା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଉ । ଏହା ସହ କୋଭିଡ ସଂକ୍ରମଣ ଓ ମୃତ୍ୟୁର ସଠିକ୍ ତଥ୍ୟ ଦେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.