ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏ ଦୁନିଆରେ ଯଦି କିଛି ସତ୍ୟ ଥାଏ ତେବେ ସେଇଟା ହେଉଛି ମୃତ୍ୟୁ । ମୃତ୍ୟୁ ହିଁ ଗୋଟିଏ ସତ ଆଉ ସବୁ ମିଛ । ଯାହାକୁ ମଣିଷ ଚାହିଁଲେ ବି ରୋକି ପାରିବ ନାହିଁ । ଚିତ୍ରଗୁପ୍ତଙ୍କର ଖାତାରେ ତୁମ ନାଁ ଲେଖା ଅଛି ମାନେ ତୁମର ମୃତ୍ୟୁ ସୁନିଶ୍ଚିତ । ସ୍ୱୟଂ ଭଗବାନ ବି ଚାହିଁଲେ କାହାର ମୃତ୍ୟୁକୁ ରୋକି ପାରିବେ ନାହିଁ । ଆପଣମାନେ ଦେଖିଥିବେ ହୁନ୍ଦୁ ଧର୍ମରେ ମଣିଷର ମୃତ୍ୟୁ ପରେ ଶବକୁ ଅନ୍ତିମ ସଂସ୍କାର କରାଯାଏ, ଅର୍ଥାତ କାଠରେ ରୀତିନୀତି ଅନୁଯାୟୀ ଶବକୁ ଜଳାଯାଏ । କିନ୍ତୁ ଆପଣ କ’ଣ କେବେ ଭାବିଛନ୍ତି ମଣିଷର ମୃତ୍ୟୁ ପରେ ସେହି ମୃତ ଆତ୍ମା ସହ କ’ଣ ସବୁ ହୋଇଥାଏ ।
ଗରୁଡ଼ ପୁରାଣରେ କୁହାଯାଇଛି କି ମଣିଷଙ୍କର ମୃତ୍ୟୁ ପରେ ଯମଲୋକରୁ ଦୁଇ ଜଣ ଜମ ଦୂତ ଆସି ମୃତ ଆତ୍ମାକୁ ମାତ୍ର ୨୪ ଘଣ୍ଟା ପାଇଁ ଯମପୁରକୁ ନେଇଯାଆନ୍ତି । ଏହି ୨୪ ଘଣ୍ଟା ଭତରେ ମୃତ ବ୍ୟକ୍ତଙ୍କର ପରିଜନ ମାନେ ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ଏବଂ ଅନ୍ୟ ସବୁ କାମ କରନ୍ତି । ଏହି ୨୪ ଘଣ୍ଟା ରେ ଆତ୍ମାକୁ ଯମପୁରରେ ସେ କରିଥିବା କର୍ମକୁ ଦେଖାଯାଏ । ଏହାପରେ ଯମଦୂତମାନେ ଆତ୍ମାକୁ ଆଣି ତାଙ୍କ ଘରେ ଛାଡ଼ିଦେଇ ଯାଆନ୍ତି । ଆତ୍ମା ୧୩ ଦିନ ପର୍ଯ୍ୟନ୍ତ ତାଙ୍କର ପରିବାର ସହ ଘରେ ରହିଥାଏ । ଆଉ ଏହାପରେ ଆତ୍ମା ପୁଣିଥରେ ଯମପୁରକୁ ଚାଲିଯାଇଥାଏ । ତେବେ ଯମପୁରରେ ଆତ୍ମା ପହଞ୍ଚିଲା ପରେ ତାଙ୍କୁ ୩ଟା ଅଲଗା ଅଲଗା ସ୍ଥାନ ଦେଖାଇ ଦିଆଯାଏ । ସେହି ସ୍ଥାନଗୁଡ଼ିକ ହେଉଛି ପିତୃ ଲୋକ, ସ୍ୱର୍ଗ ଲୋକ ଏବଂ ନର୍କ ଲୋକ । ଏହି ୩ଟିରୁ କେଉଁ ସ୍ଥାନକୁ ଆତ୍ମା ଯିବ ତାହାର କଲା କର୍ମକୁ ଦେଖିକି ନିର୍ଦ୍ଧାରିତ କରାଯାଇଥାଏ ।
ତେବେ ପାପ ପୁଣ୍ୟକୁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଭୋଗିବା ପରେ ଆତ୍ମାକୁ ପୁର୍ନଜନ୍ମ ମିଳିଥାଏ । ଖାଲି ଏତିକି ନୁହେଁ ମୃତ୍ୟୁ ପରେ ଆତ୍ମାକୁ ଯମପୁରରେ ଅନେକ ବାଧାବିଘ୍ନ ସାମ୍ନା କରିବାକୁ ପଡ଼ିଥାଏ । ବିଶ୍ୱାସ ରହିଛି ଯେ ଯମପୁରରେ ଥିବା ବୈତରଣି ନଦୀକୁ ପୁଣ୍ୟାତ୍ମା ସହଜରେ ପାରି କରିପାରନ୍ତି । ହେଲେ ପାପୀ ଆତ୍ମା ଏହି ନଦୀକୁ ପାର କରିବା ସମୟରେ ବହୁତ କଷ୍ଟ ପାଇଥାଏ । ଗରୁଡ଼ ପୁରାଣରେ ଏହା ଲେଖାଯାଇଛି ଗରୁଡ଼ ପ୍ରଭୁଙ୍କୁ ପଚାରୁଛନ୍ତି କି ଯମପୁରରେ ଯେଉଁ ବୈତରଣୀ ନଦୀ ରହିଛି ତା’ର ଆତ୍ମା ସହିତ ସମ୍ପର୍କ କ’ଣ ଆଉ ସେହି ନଦୀରେ କେମିତି ଦଣ୍ଡ ଭୋଗିବାକୁ ପଡ଼େ । ଯାହା ଶୁଣିବା ପରେ ଭଗବାନ କରିଛନ୍ତି କି ଯେଉଁ ପାପୀ ଆତ୍ମା ଏହି ନଦୀକୁ ପାର କରନ୍ତି ସେମାନେ ଏହି ନଦୀରେ ଗରମ ଘିଅରେ ଛାଣି ହେଲା ଭଳି ଅନୁଭବ କରନ୍ତି । ଏହି ନଦୀରେ ପାପୀ ଆତ୍ମା ପ୍ରବେଶ କରେ ଓ ସେହି ଆତ୍ମା ୧୦୦ ସୂର୍ଯ୍ୟଙ୍କ ତାପରେ ଜଳିବାକୁ ଲାଗେ । ତେବେ ଯେଉଁମାନେ ପାପ କରନ୍ତି ସେମାନଙ୍କୁ ନର୍କ ଏବଂ ଯେଉଁମାନେ ପୂଣ୍ୟ କରିଥାନ୍ତି ସେମାନଙ୍କୁ ସ୍ୱର୍ଗକୁ ପଠାଯାଇଥାଏ । ନର୍କରେ ଆତ୍ମା ଯନ୍ତ୍ରଣା ପାଉଥିବା ବେଳେ ସ୍ୱର୍ଗରେ ଆତ୍ମାକୁ ସବୁ ପ୍ରକାରର ଶୁଖ ସୁବିଧା ମିଳିଥାଏ । ଗରୁଡ଼ ପୁରାଣରେ ଏହି ମଧ୍ୟ ଲେଖାଯାଇଛି କି ଭଲ ଆତ୍ମା ମାନଙ୍କୁ ଯମରାଜ ତାଙ୍କଭବନ ଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ନିଜେ ଛାଡ଼ିବାକୁ ଯାଇଥାନ୍ତି । ଯେଉଁଠାରେ ସୁନ୍ଦରୀ ମାନେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ଛିଡ଼ା ହୋଇଥାନ୍ତି ।