fbpx

ଗର୍ଭାଶୟ କର୍କଟ କ’ଣ? ଭାରତରେ ମହିଳାଙ୍କ ମୃତ୍ୟୁ ପାଇଁ ଏହା ହେଉଛି ସବୁଠାରୁ ବଡ କାରଣ, ଜାଣନ୍ତୁ ବର୍ତ୍ତିବାର ଉପାୟ

ଗର୍ଭାଶୟ କର୍କଟ ବା ସର୍ଭିକାଲ କ୍ୟାନ୍ସର ମହିଳାମାନଙ୍କ ପାଇଁ ଏକ ସାଂଘାତିକ ରୋଗ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି, ଅଧିକାଂଶ ଭାରତୀୟ ମହିଳା ଏହି କ୍ୟାନ୍ସର ବିଷୟରେ ଜଣା ନାହିଁ । ଭାରତରେ ମହିଳାଙ୍କ କ୍ୟାନ୍ସର ମୃତ୍ୟୁରେ ସର୍ଭିକାଲ କ୍ୟାନ୍ସର ସବୁଠାରୁ ଉପରେ ରହିଛି । ଏହାର ପ୍ରତିରୋଧ ଏବଂ ଚିକିତ୍ସା ଉଭୟ ସମ୍ଭବ, କିନ୍ତୁ ସମସ୍ୟା ହେଉଛି ମହିଳାମାନଙ୍କ ମଧ୍ୟରେ ସଚେତନତାର ଅଭାବ ରହିଛି ।

ଡବ୍ଲୁଏଚଓ ଅନୁଯାୟୀ, ୨୦୧୯ ରେ ଭାରତରେ ୪୫,୦୦୦ ରୁ ଅଧିକ ମହିଳାଙ୍କର ମୃତ୍ୟୁ ସର୍ଭିକାଲ କ୍ୟାନ୍ସର କାରଣରୁ ହୋଇଥିଲା । ସର୍ଭିକାଲ କ୍ୟାନ୍ସରରୁ ବର୍ତ୍ତିବା ପାଇଁ ମହିଳାମାନଙ୍କ ମଧ୍ୟରେ ଟିକାକରଣ ବିଷୟରେ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।

ସର୍ଭିକାଲ କ୍ୟାନ୍ସର କ’ଣ?
ମହିଳାମାନଙ୍କର ଗର୍ଭାଶୟ କୋଷଗୁଡ଼ିକ ସର୍ଭିକାଲ କ୍ୟାନ୍ସରରେ ପ୍ରଭାବିତ ହୋଇଥାଏ । ସର୍ଭିକାଲ କ୍ୟାନ୍ସର ଅଧିକାଂଶ ମାମଲାରେ ହ୍ୟୁମାନ୍ ପାପିଲୋମା ଭାଇରସ୍ (HPV) ର ବିଭିନ୍ନ ଷ୍ଟ୍ରେନ୍ କାରଣରୁ ହୋଇଥାଏ । ଏଚପିଭି ହେଉଛି ଏକ ସାଧାରଣ ରୋଗ, ଯାହା ଯୋନୀରେ ଏକ ମାଂସ ଭାବରେ ଦେଖାଯାଏ । ଏଠାରୁ ଧୀରେ ଧୀରେ ଏହା ସର୍ଭିକାଲ ସେଲ୍ସକୁ କ୍ୟାନ୍ସର ସେଲ୍ସରେ ପରିଣତ କରିଥାଏ ।

ପେପ୍ ପରୀକ୍ଷା ସର୍ଭିକାଲ କ୍ୟାନ୍ସରକୁ ରୋକିପାରେ :-
ସର୍ଭିକାଲ କ୍ୟାନ୍ସର ୧୦ ରୁ ୧୫ ବର୍ଷ ପର୍ଯ୍ୟନ୍ତ ପ୍ରି-କ୍ୟାନ୍ସର ଷ୍ଟେଜରେ ରହିଥାଏ । ଏହା ଏକ ପ୍ୟାପ୍ ସ୍ମାର୍ ଭଳି ଏକ ସରଳ ପରୀକ୍ଷା ଦ୍ୱାରା ଚିହ୍ନଟ କରାଯାଇପାରେ, ଯାହା କ୍ୟାନ୍ସର ରୋଗକୁ ରୋକିବା ପାଇଁ ସମ୍ଭବ । ଡାକ୍ତରମାନେ ପରାମର୍ଶ ଦିଅନ୍ତି ଯେ, ମହିଳାମାନେ ପ୍ରତି ୩ ବର୍ଷରେ ଏକ ପ୍ୟାପ୍ ପରୀକ୍ଷା କରିବା ଉଚିତ୍ । ଏଥିସହ, ୩୦ ବର୍ଷରୁ ଅଧିକ ମହିଳାମାନେ ମଧ୍ୟ ଏକ ଏଚପିଭି ପରୀକ୍ଷା କରାଇବା ଉଚିତ୍ ।

ସର୍ଭିକାଲ କ୍ୟାନ୍ସର ହେବାର କାରଣ କ’ଣ?
ସାଧାରଣତଃ ସର୍ଭିକାଲ କ୍ୟାନ୍ସର ହ୍ୟୁମାନ୍ ପାପିଲୋମା ଭାଇରସ୍ (ଏଚପିଭି) ଦ୍ୱାରା ହୋଇଥାଏ । ଯେତେବେଳେ ଜଣେ ମହିଳା ଏଚପିଭି ସଂସ୍ପର୍ଶରେ ଆସେ, ସେତେବେଳେ ତାର ଇମ୍ୟୁନିଟି ସିଷ୍ଟମ ସେହି ଭାଇରସ୍ ସହ ଲଢ଼େଇ କରିବାକୁ ଚେଷ୍ଟା କରିଥାଏ । ଅନେକଥର ଥର କୌଣସି ମହିଳାଙ୍କ ଇମ୍ୟୁନ୍ ସିଷ୍ଟମ ଶକ୍ତିଶାଳୀ ନହେବା କାରଣରୁ ବହୁତ ସମୟ ହାଇ ରିସ୍କ ଏଚପିଭି ସମ୍ପର୍କରେ ଆସିବା କାରଣରୁ ସର୍ଭିକାଲ କ୍ୟାନ୍ସର ହେବାର ବିପଦ ଆଶଙ୍କା ରହିଥାଏ ।

ସର୍ଭିକାଲ କ୍ୟାନ୍ସର ହେବାର ଲକ୍ଷଣ :-

ପ୍ରାରମ୍ଭିକ ଅବସ୍ଥାରେ ସର୍ଭିକାଲ କ୍ୟାନ୍ସରର କୌଣସି ଲକ୍ଷଣ ଦେଖାଦେଇ ନଥାଏ । ଆଡଭାନ୍ସ ଷ୍ଟେଜରେ ପହଞ୍ଚିବା ପରେ ହିଁ ଏହି କ୍ୟାନ୍ସରର ଲକ୍ଷଣ ଦେଖାଦେଇଥାଏ । ସେଥିପାଇଁ ଆପଣ ନିୟମିତ ଯାଞ୍ଚ କରାଇବା ଉଚିତ୍ । ଋତୁସ୍ରାବରେ ଅନିୟମିତତା, ୠତୁସ୍ରାବ ବ୍ୟତୀତ ଅନ୍ୟ ରକ୍ତସ୍ରାବ, ଯୌନ ସମ୍ପର୍କ ପରେ ରକ୍ତସ୍ରାବ, ମେନୋପୋଜ ପରେ ରକ୍ତସ୍ରାବ, ଦୁର୍ଗନ୍ଧଯୁକ୍ତ ସ୍ନ୍ରାବ ନିଷ୍କାସନ ଇତ୍ୟାଦି ସର୍ଭିକାଲ କ୍ୟାନ୍ସର ରୋଗର ଲକ୍ଷଣ ।

କିପରି ବର୍ତ୍ତିବେ ?
ସର୍ଭିକାଲ କ୍ୟାନ୍ସର ହେବାର ଆଶଙ୍କାକୁ କମ୍ କରିବା ପାଇଁ ଏଚପିଭିରୁ ବର୍ତ୍ତିବା ପାଇଁ ଟିକାକରଣ କରିବା ଉଚିତ୍ । ଏହି ଟିକା ୯ ରୁ ୨୬ ବର୍ଷ ବୟସର ବାଳିକା ଏବଂ ମହିଳାଙ୍କ ପାଇଁ ଉପଲବ୍ଧ । ଟିକାର ସବୁଠାରୁ ଅଧିକ ପ୍ରଭାବ ସେତେବେଳେ ପଡ଼ିଥାଏ, ଯେବେ ଯୌନ କାର୍ଯ୍ୟକଳାପ ଆରମ୍ଭ ହେବା ପୂର୍ବରୁ ଝିଅକୁ ଟିକା ଦିଆଯାଏ । ଏହି ଟିକା ୭୦ ରୁ ୮୦ ପ୍ରତିଶତ ସର୍ଭିକାଲ କ୍ୟାନ୍ସରରୁ ରକ୍ଷା କରିଥାଏ । କିନ୍ତୁ ଟିକା ନେବା ପରେ ମଧ୍ୟ ନିୟମିତ ଯାଞ୍ଚ କରିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.