fbpx

ହମିଂ ମେଡିଟେସନ୍ କ’ଣ ? ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଅଟେ ?

ଓଡ଼ିଶା ଭାସ୍କର: ସୁସ୍ଥ ଓ ନରୋଗ ଜୀବନଶୈଳୀ ପାଇଁ ବ୍ୟାୟାମ, ଧ୍ୟାନ ସହ ସନ୍ତୁଳିତ ଆହାର, ନିଦ୍ରା ଓ ସକାରାତ୍ମକ ଚିନ୍ତାଧାରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ବ୍ୟକ୍ତିକୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଅଧିକାଂଶ ଲୋକଙ୍କୁ ଗୁଣଗୁଣ ହେବାର ଅଭ୍ୟାସ ଥାଏ । ଏହା ଦ୍ୱାରା ସେମାନେ ଚିନ୍ତାମୁକ୍ତ ରହିବା ସହ ସବୁବେଳେ ଖୁସି ଓ ଫୁର୍ତ୍ତି ଅନୁଭବ କରିଥାନ୍ତି । ଆପଣମାନେ ଜାଣିଛନ୍ତି କି ଗୁଣଗୁଣ ହେବା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ସେହିପରି ଏକ ମେଡିଟେସନ୍ ଅଛି ଯାହାକୁ ‘ହମିଂ ମେଡିଟେସନ୍‌’ କୁହାଯାଏ ।

ମହୁମାଛି କିମ୍ବା ଭ୍ରମରର ଗୁଣଗୁଣ ଆୱାଜକୁ ‘ହମିଂ’ କୁହାଯାଏ । ଜଣେ ବ୍ୟକ୍ତି ଏହି ଆୱାଜ୍ କରି ଧ୍ୟାନ କରିବା ହେଉଛି ‘ହମିଂ ମେଡିଟେସନ୍‌’ । ଆମେ ଗୁଣଗୁଣ ହେଲେ ମସ୍ତିଷ୍କର ସ୍ନାୟୁରେ ଏକ ପ୍ରକାର କଂପନ ସୃଷ୍ଟି ହୋଇଥାଏ ଯାହା ଆମକୁ ଅବସାଦ ମୁକ୍ତ ରଖିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହମିଂ ମେଡିଟେସନ୍ କରିବା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ଅଟେ:

୧. ବ୍ୟକ୍ତି ଅବସାଦ ମୁକ୍ତ ରହିବା ସହ ଶରୀରର ରିଲାକ୍ସ ହୋଇଥାଏ ।
୨. ଗୁଣଗୁଣ ହେଲେ ଶରୀରରେ କମ୍ପନ ସୃଷ୍ଟି ହୋଇଥାଏ ଯା ହା ରକ୍ତଚାପକୁ ନିୟନ୍ତ୍ରିତ ରଖେ । ଏହା ସହ ଉଚ୍ଚ ଚାପ ସୃଷ୍ଟି କରୁଥିବା ହର୍ମୋନ ହ୍ରାସ କରିଥାଏ ।
୩. ନିଦ୍ରାହୀନତା ସମସ୍ୟା ରହିନଥାଏ ।
୪. ଶରୀରରେ ହ୍ୟାପି(ଖୁସି) ହର୍ମୋନ୍ସ ବୃଦ୍ଧି ହୋଇଥାଏ ।
୫. ବ୍ୟକ୍ତି ସୃଜନଶୀଳ ହେବା ସହ ଏକାଗ୍ରତା ବୃଦ୍ଧି ପାଇଥାଏ ।

କେମିତି କରିବା ହମିଂ ମେଡିଟେସନ୍

– ପ୍ରାତଃ କାଳରୁ ଉଠି ଏକ ଶାନ୍ତ ସ୍ଥାନରେ ଆସନ ବିଛାଇ ବସନ୍ତୁ । ମେରୁଦଣ୍ଡ ସିଧା ଏବଂ ଆଖି ବନ୍ଦ କରି ଧ୍ୟାନ ମୁଦ୍ରାରେ ବସନ୍ତୁ ।
– ଧିରେ ଧିରେ ନିଶ୍ୱାସ ନେଇ ଶରୀରରକୁ ରିଲାକ୍ସ କରନ୍ତୁ ।
– ପାଟି ବନ୍ଦ କରି ନିଶ୍ୱାସ ନିଅନ୍ତୁ ଏବଂ ଭ୍ରମର ପରି ଗୁଣଗୁଣ ଶବ୍ଦ କରି ନିଶ୍ୱାସ ଛାଡ଼ନ୍ତୁ ।
– ନିଶ୍ୱାସ ସମ୍ପୂର୍ଣ୍ଣ ଭାବେ ଛାଡ଼ିବା ପର୍ଯ୍ୟନ୍ତ ଗୁଣଗୁଣ ହେଉଥାନ୍ତୁ ।
– ଏହା ପରେ ଏକ ଲମ୍ବା ନିଶ୍ୱାସ ନିଅନ୍ତୁ ଏବଂ ପୁଣି ଥରେ ସମାନ ପ୍ରକ୍ରିୟା କରନ୍ତୁ ।
– ଏହି ପ୍ରକ୍ରିୟାକୁ ୧ ମିନିଟ ପର୍ଯ୍ୟନ୍ତ କରିବା ପାଇଁ ଚେଷ୍ଟା କରନ୍ତୁ । ସେହିପରି ୧୫ରୁ ୨୦ ଥର ଏହାକୁ କରନ୍ତୁ ।

Get real time updates directly on you device, subscribe now.