fbpx

Short Selling କ’ଣ ? ଆଦାନୀ ଶେୟାରରୁ ହିଣ୍ଡେନବର୍ଗ କିପରି ରୋଜଗାର କଲା ୩୩ କୋଟି ?

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ହିଣ୍ଡେନବର୍ଗ । ଗତ ବର୍ଷ ଆଦାନୀ ଶେୟାରରେ ସର୍ଟ ସେଲିଂ ମାଧ୍ୟରେ ପ୍ରାୟ ୩୩ କୋଟିରୁ ଅଧିକ ଆୟ କରିଥିଲା । ବର୍ତ୍ତମାନ ପୁଣି ଥରେ ହିଣ୍ଡେନବର୍ଗ SEBIକୁ ଏହାର ଟର୍ଗେଟ କରିଛି । SEBIର ଅଧ୍ୟକ୍ଷା ମାଧବୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଆଦାନୀ ଶେୟାରରେ ସର୍ଟ ସେଲିଂରେ ସମ୍ପୃକ୍ତି ଥିବା ଦାବି କରିଛି । ଅପରପକ୍ଷରେ ମାଧବୀ ଏହି ସବୁ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଛନ୍ତି ।

ହିଣ୍ଡେନବର୍ଗ ପ୍ରସଙ୍ଗ ବର୍ତ୍ତମାନ ଟ୍ରେଣ୍ଡ କରୁଛି । ଅନେକ ଲୋକଙ୍କ ମନକୁ ପ୍ରଶ୍ନ ଆସୁଥିବ କି ଏହି Short Selling କ’ଣ ? ଏହା ଦ୍ୱାରା କିପରି ଟଙ୍କା ରୋଜଗାର କରାଯାଇଥାଏ ?

Short Selling କ’ଣ ?

ସର୍ଟ ସେଲିଂରେ ଜଣେ ବ୍ୟବସାୟୀ ତାଙ୍କ ଦଲାଲଙ୍କ ଠାରୁ ଶେୟାର ଋଣ ଆଧାରରେ ନେଇଥାଏ । ଏକ ନିର୍ଦ୍ଦିଷ୍ଟ ସମୟ ପରେ ସେ ଏହି ଶେୟାରକୁ ସୁଧ ସହ ଫେରାଇବାକୁ ପ୍ରତିଶ୍ରୁତି ଦେଇଥାଏ । ଦଲାଲ ଏହି ଶେୟାରକୁ ମାର୍କେଟରେ ଅଧିକ ମୂଲ୍ୟରେ ବିକ୍ରି କରିଥାଏ । ଏହି ଆଶାରେ କି କିଛି ଦିନ ପରେ ଶେୟାରର ମୂଲ୍ୟ ହ୍ରାସ ପାଇବ ଏବଂ ସେ ପୁନର୍ବାର ଶସ୍ତା ଦାମରେ ଶେୟାର କିଣି ଦଲାଲକୁ ଫେରାଇ ଦେବ । ଏଥିରୁ ମିଳିଥିବା କିଛି ଲାଭ ସେ ଦଲାଲକୁ ସୁଧ ଆକାରରେ ଫେରସ୍ତ କରିଥାଏ । ସର୍ଟ ସେଲିଂରେ ଜଣେ ଷ୍ଟକ୍ ଟ୍ରେଡର ଶେୟାର ବୃଦ୍ଧି ହେଲେ ନୁହେଁ ବରଂ ହ୍ରାସ ହେଲେ ସେଥିରୁ ଟଙ୍କା ରୋଜଗାର କରିଥାଏ । ଏହା ଏକ ହାଇ ରିସ୍କ ଏବଂ ହାଇ ରିୱାର୍ଡ଼ ମାଧ୍ୟମ ଯଦ୍ୱାରା ସହଜରେ ଟଙ୍କା ରୋଜଗାର କରାଯାଇପାରିବ । କିନ୍ତୁ ଯିଦ ଖେଳ ଓଲଟା ହେଲା ତେବେ ଟ୍ରେଡର ଜଣଙ୍କୁ ଅନେକ କ୍ଷତି ସହବାକୁ ପଡ଼ିଥାଏ ।

Get real time updates directly on you device, subscribe now.