ସତ ହୁଏ ସୂର୍ଯ୍ୟୋଦୟ ପୂର୍ବରୁ ଦେଖିଥିବା ସ୍ୱପ୍ନ… ଜାଣନ୍ତୁ କେଉଁ ସ୍ୱପ୍ନ, କେତେବେଳେ ଦେଖିଲେ ଶୁଭଫଳ ଦିଏ

ଓଡ଼ିଶା ଭାସ୍କର: ଭବିଷ୍ୟତରେ ଯାହା ଘଟିବାକୁ ଥାଏ ସେଗୁଡ଼ିକ ବେଳେ ବେଳେ ଆମ ସ୍ୱପ୍ନରେ ଦେଖାଯାଏ । ବିଭିନ୍ନ ପ୍ରକାର ସ୍ୱପ୍ନ ମଣିଷ ଦେଖେ । କିନ୍ତୁ ସବୁ ସ୍ୱପ୍ନ ଯେ ସତ ହେବ କିମ୍ବା ସବୁ ସ୍ୱପ୍ନର ପ୍ରଭାବ ଖରାପ ତାହା ବି କହିହେବ ନାହିଁ । କିନ୍ତୁ ବେଳେ ବେଳେ ଆମେ ଦେଖୁଥିବା ସ୍ୱପ୍ନ ସୁଖ ଓ ଶାନ୍ତିର ପ୍ରତୀକ ଭାବେ ମଧ୍ୟ ଆମକୁ ଦେଖାଦିଏ । ଯଦି ଆପଣ ସ୍ୱପ୍ନରେ ଗୋ ମାତାଙ୍କୁ ଦେଖୁଛନ୍ତି ତେବେ, ଆପଣଙ୍କ ଜୀବନରେ ଖୁସୀ ଆସିବାରୁ କେହି ରୋକି ପାରିବେ ନାହିଁ । ଆପଣ ଶୁଭ ସ୍ୱପ୍ନ ଦେଖିବା ପରେ କ’ଣ କରିବା ଉଚିତ୍ ଚାଲନ୍ତୁ ଜାଣିବା…

ଶୁଭ ସ୍ୱପ୍ନ ଦେଖିସାରି ଶୋଇବା କଥା ନୁହେଁ । ଶୋଇବା ଦ୍ୱାରା ସ୍ୱପ୍ନ ନିଷ୍ଫଳ ହୋଇଯିବ । ଶୁଭ ସ୍ୱପ୍ନ ଦେଖିବା ପରେ ନ ଶୋଇ ଦେବ ସ୍ତୁତି ଅଥବା ଠାକୁରଙ୍କ ନାମ ଜପ କରିବା ଉଚିତ୍ । ଏହାଛଡ଼ା ଶୁଭ ସ୍ୱପ୍ନ ସମ୍ପର୍କରେ କାହାରିକୁ କହିବା କଥା ନୁହେଁ । କାରଣ ଅନ୍ୟକୁ କହିଦେଲେ, ସ୍ୱପ୍ନ ଆଉ ବାସ୍ଥବରେ ପରିଣତ ହୁଏ ନାହିଁ ।

ସ୍ୱପ୍ନରେ ଗାଈ ଦେଖିବା ଏକ ଶୁଭଙ୍କର ସଙ୍କେତ । ସ୍ୱପ୍ନରେ ଦେଖିଥିବା ଗାଈର ବର୍ଣ୍ଣ, ବ୍ୟବହାରକୁ ନେଇ ମଧ୍ୟକୁ ନେଇ ସ୍ୱପ୍ନର ବାଖ୍ୟା କରାଯାଏ । ଧଳା ରଙ୍ଗର ଗାଈ ଚନ୍ଦ୍ରମାଙ୍କ ପ୍ରତୀକ ହୋଇଥାଏ । ସେହିପରି କାଳା ଗାଈ ଶନି ଗ୍ରହଙ୍କ ପ୍ରତୀକ । ଧୂଷର ରଙ୍ଗର ଗାଈ ମଙ୍ଗଳ କାରକ ସୌଭାଗ୍ୟ ଓ ଶକ୍ତିର ପ୍ରତୀକ ହୋଇଥାନ୍ତି ।

ପାହାନ୍ତା ୩ଟାବେଳଠାରୁ ସୂର୍ଯେ୍ୟାଦୟ ପୂର୍ବରୁ ସ୍ୱପ୍ନ ଦେଖିଲେ,ସ୍ୱପ୍ନ ଫଳପ୍ରଦ ହୁଏ । ସେହିପରି ମଧ୍ୟରାତ୍ରୀରେ ଦେଖିଥିବା ସ୍ୱପ୍ନ ଗୋଟିଏ ମାସରେ ପୂର୍ଣ୍ଣ ହୁଏ । ମଧ୍ୟ ରାତ୍ରୀ ପୂର୍ବରୁ ଦେଖିଥିବା ଶୁଭ ସ୍ୱପ୍ନ ଗୋଟିଏ ବର୍ଷ ମଧ୍ୟରେ ସତ ହୁଏ । ସେହିପରି ଦିନରେ ଦେଖୁଥିବା ସ୍ୱପ୍ନ ମହତ୍ୱହୀନ ଅଟେ । ଯଦି ଗୋଟିଏ ରାତିରେ ଏକାଧିକ ସ୍ୱପ୍ନ ଦେଖାଯାଏ ତେବେ ଶେଷରେ ଦେଖାଯାଇଥିବା ସ୍ୱପ୍ନ ହିଁ ଫଳପ୍ରଦ ହେବ ।