ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ହେଉଛି ଅଗ୍ରଣୀ ମେସେଜିଂ ଆପ୍, ଯେଉଁଥିରେ ଅନେକ ଫିଚର୍ସ ଓ ଗୋପନୀୟତା ବିକଳ୍ପ ରହିଛି । ଏହା ପରେ ବି ଏକ ବଗ୍ କାରଣରୁ ଏହା କ୍ରାସ୍ ହେଉଛି, ଯେଉଁଥିପାଇଁ ଅଭିଯୋଗ ହେଉଛି । ଆଣ୍ଡ୍ରଏଡ୍ ଅଥରିଟି ରିପୋର୍ଟ ଅନୁଯାୟୀ, ହ୍ୱାଟ୍ସଆପ୍ ଆପ୍ ବର୍ତ୍ତମାନ ଏକ ବଗ୍ ସହିତ ଲଢ଼ୁଛି । ଏହି ବଗ୍ ଏକ ବ୍ୟକ୍ତିଗତ କିମ୍ବା ଗୋଷ୍ଠୀର ଏକ ସ୍ୱତନ୍ତ୍ର ଲିଙ୍କ୍ ସହିତ ଆସିଥାଏ । ସାଧାରଣତଃ ଏହି ଲିଙ୍କ୍ ହ୍ୱାଟ୍ସଆପ୍ ସେଟିଂ ପେଜରେ ଖୋଲିବା ଉଚିତ୍ । କିନ୍ତୁ ବର୍ତ୍ତମାନ ଆଣ୍ଡ୍ରଏଡ୍ ଡିଭାଇସରେ କ୍ରାସ୍ ହେବାର ଅଭିଯୋଗ ମିଳୁଛି ।
ଏହି ସଂସ୍କରଣ ପ୍ରଭାବିତ ହୋଇଛି :-
ଏହି ଲିଙ୍କ ସହିତ ଚାଟ୍ ଖୋଲିବା ଦ୍ୱାରା ଆପ୍ କ୍ରାସ୍ ହୋଇଯାଉଛି, କିନ୍ତୁ ପରେ ଆପେ ଆପେ ଆପଟି ସ୍ୱୟଂଚାଳିତ ହେଉଛି । ଏହି ବଗ୍ ହ୍ୱାଟ୍ସଆପର ସଂସ୍କରଣ ୨.୨୩.୧୦.୭୭ କୁ ପ୍ରଭାବିତ କରୁଥିବା ସୂଚନା ମିଳିଛି, ଯଦିଓ ଏହା ସମ୍ଭବ ଯେ ଅନ୍ୟ ସଂସ୍କରଣ ମଧ୍ୟ ଏହି ବଗ୍ ଦ୍ୱାରା ପ୍ରଭାବିତ ହୋଇପାରେ ।
ଏହିପରି କରନ୍ତୁ ଠିକ୍ :-
ଯଦି ଆପଣଙ୍କର ହ୍ୱାଟ୍ସଆପ୍ କ୍ରାସ୍ ହୋଇଛି, ଆପଣ ହ୍ୱାଟ୍ସଆପ୍୍ ୱେବ୍ କୁ ଲଗ୍ ଇନ୍ କରିପାରିବେ ଏବଂ କ୍ରାସ୍ ହୋଇଥିବା ମେସେଜ୍ ଡିଲିଟ୍ କରିପାରିବେ । ଏହା ପରେ ହ୍ୱାଟ୍ସଆପ୍ ସେପର୍ଯ୍ୟନ୍ତ କ୍ରାସ୍ ହେବନାହିଁ, ଯେପର୍ଯ୍ୟନ୍ତ ଆପଣଙ୍କୁ ସେଂହି ସମସ୍ୟାଗ୍ରସ୍ତ ଲିଙ୍କ ପୁଣିଥରେ ମିଳିନଯାଇଛି । ଏଥିସହ ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପଣଙ୍କର ଆପ୍ ଅପଡେଟ୍ କରିବା ମଧ୍ୟ ଭଲ ରହିବ ।