ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶର ଅନେକ ସହରରେ ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି । ସ୍ଥିତି ଏମିତି ଯେ, ଗତ ୨୮ ଦିନ ମଧ୍ୟରୁ ୨୧ ଦିନ ତେଲ ଦାମ ବୃଦ୍ଧି ଘଟିଛି । ଦେଶରେ ପ୍ରତିଦିନ ବଢୁଥିବା ପେଟ୍ରୋଲ-ଡିଜେଲ ଦାମର ବ୍ୟାପକ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଛି । ଏହି କ୍ରମରେ ଶୁକ୍ରବାର ପୁଣି ଡିଜେଲ ଲିଟର ପିଛା ୩୫ ପଇସାରୁ ୩୭ ପଇସା ମହଙ୍ଗା ହୋଇଥିବା ବେଳେ ପେଟ୍ରୋଲ ଦାମ ୨୪ ରୁ ୩୫ ପଇସା ବୃଦ୍ଧି ଘଟିଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ ୧୦୮.୬୪ ଟଙ୍କା ରହିଥିବା ବେଳେ ଡିଜେଲ୍ ଦାମ ୯୭.୩୭ ଟଙ୍କା ପ୍ରତି ଲିଟର ରହିଛି ।
ହୋଇପାରେ ଭାରତରେ ପେଟ୍ରୋଲ-ଡିଜେଲ ଦାମ ଲିଟର ପ୍ରତି ୧୦୦ ଟଙ୍କା ଉପରେ ରହିଛି, ହେଲେ ଏବେ ମଧ୍ୟ ଦୁନିଆର ଅନେକ ଦେଶରେ ଭାରତ ତୂଳନାରେ ତେଲ ଦାମ ବହୁତ ମହଙ୍ଗା ରହିଛି । ଦୁନିଆରେ ସବୁଠୁ ମହଙ୍ଗା ଦରରେ ପେଟ୍ରୋଲ ହଂକଂରେ ମିଳୁଛି । ଗ୍ଲୋବାଲ ପେଟ୍ରୋଲ ପ୍ରାଇସ ଡଟ୍ କମ ମୁତାବକ ହଂକଂରେ ଅକ୍ଟୋବର ୨୫ରେ ପେଟ୍ରୋଲ ଲିଟର ପିଛା ୨.୬୪ ଡଲାର ଅର୍ଥାତ ୧୯୭.୪୪ ଟଙ୍କା ରହିଥିଲା । ଏହି ପରି ନରୱେ, ଇସ୍ରାଏଲ, ଡେନମାର୍କ, ମୋନାକୋ, ସ୍ୱିଡେନ, ଫିନଲାଣ୍ଡ ଓ ଆଇସଲାଣ୍ଡରେ ତେଲ ଦାମ ବହୁତ ମହଙ୍ଗା ରହିଛି । ଅନ୍ୟପଟେ ସବୁଠୁ ଶସ୍ତା ପେଟ୍ରୋଲ ଭେନେଜୁଏଲାରେ ମିଳୁଛି । ଏଠାରେ ତେଲ ଦାମ ଅଧା ଡଲାରରୁ ମଧ୍ୟ କମ ରହିଛି । ଅର୍ଥାତ ଏଠାରେ ଏକ ଲିଟର ପେଟ୍ରୋଲ ପାଇଁ ଆପଣଙ୍କୁ ଏକ ଟଙ୍କାରୁ ମଧ୍ୟ କମ ଖର୍ଚ୍ଚ କରିବାକୁ ପଡିବ । ଏହି ପରି ଇରାନ, ସିରିଆ, ଅଙ୍ଗୋଲା, ଆଲଜେରିଆ, କୁଏତ, ନାଇଜେରିଆ, ଇରାକ, ମାଲେସିଆ ଏହି ପରି ଦେଶଗୁଡିକରେ ପେଟ୍ରୋଲ ଦାମ ଶସ୍ତା ରହିଛି ।
ଏହି ସବୁ ଦେଶରେ ଏକ ଲିଟର ପେଟ୍ରୋଲର ଦାମ କେତେ
ପର୍ତ୍ତୁଗାଲ – ୧୪୯.୫୮ ଟଙ୍କା
ମୋନାକୋ- ୧୫୧.୦୭ ଟଙ୍କା
ଇଟାଲୀ- ୧୫୧.୦୭ ଟଙ୍କା
ୟୁନାନ- ୧୫୨.୫୭ ଟଙ୍କା
ଇସ୍ରାଏଲ- ୧୫୪.୦୬ ଟଙ୍କା
ସ୍ୱିଡେନ- ୧୫୪.୦୬ ଟଙ୍କା
ଫିନଲାଣ୍ଡ- ୧୫୫.୫୬ ଟଙ୍କା
ଡେନମାର୍କ- ୧୬୦.୦୫ ଟଙ୍କା
ନରୱେ- ୧୬୯.୦୨ ଟଙ୍କା
ନେଦରଲାଣ୍ଡ- ୧୭୦.୫୨ ଟଙ୍କା