fbpx

ବିଶ୍ୱକପ ଲଢ଼େଇ: କେଉଁ ୪ଟି ଟିମ୍ ଏଥର ସେମିଫାଇନାଲ ଖେଳିବେ?

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପକୁ ନେଇ ଏବେ ସଭିଙ୍କ ମନରେ ଗୋଟିଏ ପ୍ରଶ୍ନ ‘ଏଥର କିଏ ଜିତିବ ବିଶ୍ୱକପ’? କହିବାକୁ ଏଥର ବିଶ୍ୱ ଚାମ୍ପିୟନ ରେସରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ ଏହି ୬ଟି ଟିମ୍ ରହିଛନ୍ତି । ମାତ୍ର ଅନେକ ସମୟରେ ବିଶ୍ୱକପରେ କିଛି ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଥାଏ । ଚଳିତ ବିଶ୍ୱକପରେ ମଧ୍ୟ ସେପରି ଦେଖିବାକୁ ମିଳିଛି । କିଛି ଛୋଟ ଟିମ୍ ବଡ଼ ଦଳକୁ ହରାଇ ଥିବାର ଦେଖାଯାଇଛି । ତେଣୁ କେଉଁ ଦଳ ଏଥର ବିଶ୍ୱବିଜୟୀ ହେବ ତାହା କହିବା ବଡ଼ ମୁସ୍କିଲ ।

ଆଫଗାନିସ୍ତାନ ପରି ଏକ ଛୋଟ ଟିମ୍ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ୬୯ ରନରେ ପରାସ୍ତ କରି ନୂଆ ରେକର୍ଡ ସ୍ଥାପନ କରିଛି । ସେହିପରି ଦକ୍ଷିଣ ଆଫ୍ରିକା ପରି ଏକ ବଡ଼ ଟିମକୁ ୩୮ ରନରେ ପରାସ୍ତ କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ନେଦରଲାଣ୍ଡସ । ଭାରତ ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚରୁ ୫ଟିରେ ଜିତି ପଏଣ୍ଟ ଟେବୁଲରେ ଟପରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୫ଟିରୁ ୪ଟିରେ ଜିତି ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ୪ଟି ମ୍ୟାଚରୁ ୩ଟିରେ ଜିତି ୩ୟ ସ୍ଥାନରେ ରହିଛି ।

ଏଥର ବିଶ୍ୱକପରେ ମୋଟ ୧୦ଟି ଟିମ୍ ଖେଳୁଥିବା ବେଳେ ପ୍ରତ୍ୟେକ ଦଳ ପରସ୍ପର ସହ ୯ଟି ଲେଖାଏଁ ମ୍ୟାଚ ଖେଳିବେ । ଅଷ୍ଟ୍ରେଲିଆ ଓ ପାକିସ୍ତାନ ୪ଟି ଲେଖାଏଁ ମ୍ୟାଚ ଖେଳି ସାରିଥିବା ବେଳେ ସେମାନେ ଆଉ ୫ଟି ଲେଖାଏଁ ମ୍ୟାଚ ଖେଳିବେ । ସେହିପରି ବାଂଲାଦେଶ, ନେଦରଲାଣ୍ଡସ, ଶ୍ରୀଲଙ୍କା, ଶ୍ରୀଲଙ୍କା, ଇଂଲଣ୍ଡ ଓ ଆଫଗାନିସ୍ତାନ ପ୍ରତ୍ୟେକ ଦଳ କେବଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବା ବେଳେ ସେମାନଙ୍କର ସେମି ଆଶା କ୍ଷୀଣ ରହିଛି । ଇଂଲଣ୍ଡ ଓ ଶ୍ରୀଲଙ୍କାର ପ୍ରାରମ୍ଭିକ ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ରହିଛି । ଅନେକ ସମୟରେ ବର୍ଷା ଖେଳରେ ବାଧକ ସାଜିବା ସହିତ କୌଣସି ଦଳ ପାଇଁ ବିପଦ ଡାକି ଆଣିଥାଏ । ତେଣୁ ଆଉ କିଛି ମ୍ୟାଚ ଖେଳା ଯିବା ପରେ ସବୁ ଫଳାଫଳ ସାମ୍ନାକୁ ଆସିଯିବ ।

Get real time updates directly on you device, subscribe now.