fbpx

ଉଚ୍ଚ ରକ୍ତଚାପ ରୋଗୀ କେଉଁ ଲୁଣ ଖାଇବା ଉଚିତ, କଳା ଲୁଣ ନା ସୈନ୍ଧବ ଲୁଣ… ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଓଡ଼ିଶା ଭାସ୍କର: ଲୁଣ ବିନା ଭୋଜନର ସ୍ୱାଦ ଅଧୁରା ରହିଥାଏ । ଲୁଣରେ ଆୟୋଡିନ ଥାଏ ଯାହା ଭିଟାମିନ୍‌, ମିନେରାଲ୍ସ, କ୍ୟାଲସିୟମ, ଲୌହ, ପ୍ରୋଟିନ୍ ଇତ୍ୟାଦି ପୋଷକ ତତ୍ୱ ଭଳି ବ୍ୟକ୍ତିର ମାନସିକ ଓ ଶାରୀରିକ ବିକାଶରେ ସହାୟକ ହୋଇଥାଏ । କିନ୍ତୁ ଅତ୍ୟାଧିକ ମାତ୍ରାରେ ଲୁଣର ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ବିଶେଷ କରି ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଉଚ୍ଚ ରକ୍ତଚାପରୋଗୀଙ୍କୁ ମଧ୍ୟ ଆୟୋଡିନ୍ ଆବଶ୍ୟକ ହୋଇଥାଏ । ତେବେ ଏହାର ଅଭାବ ସେମାନେ କିପରି ପୁରା କରିବେ ? ସେମାନଙ୍କୁ କେଉଁ ଲୁଣ ସେବନ କରିବା ଉଚିତ ।

ବାସ୍ତବରେ ୩ ପ୍ରକାରର ଲୁଣ ରହିଛି ଯଥା ସାଧାରଣ ଲୁଣ, ସୈନ୍ଧବ ଲୁଣ ଏବଂ କଳା ଲୁଣ । ସାଧାରଣ ଲୁଣ ଲୁଣି ପାଣି କିମ୍ବା ସମୁଦ୍ରରୁ ବାହାର କରାଯାଇ ପ୍ରୋସେସିଂ ଦ୍ୱାରା ଶୁଦ୍ଧ କରାଯାଇଥାଏ । କଳା ଲୁଣକୁ ହିମାଲୟନ ଲୁଣ କୁହାଯାଏ ଯାହା ଅନେକ ଔଷଧୀୟ ଗୁଣରେ ଭରପୁର । ଏଥିରେ ସାଧାରଣ ଲୁଣ ଅପେକ୍ଷା କମ୍ ସୋଡିୟମ ଥାଏ । ସେହିପରି ସୈନ୍ଧବ ଲୁଣ ଏକ ବଡ଼ କ୍ରିଷ୍ଟଲାଇନ୍ ଲୁଣ ଅଟେ । ଏହା ଦେଖିବାକୁ ହାଲୁକା ଗୋଲାପି ହୋଇଥାଏ । ଆଜିକାଲି ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ପାଲଟିଯାଇଛି । ଏମିତିରେ ଲୋକମାନେ ଦ୍ୱନ୍ଦ୍ୱରେ ଥାନ୍ତି କି କେଉଁ ଲୁଣ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କହିରଖୁଛୁ ସୈନ୍ଧବ ଲୁଣ ଏବଂ କଳା ଲୁଣ ଉଭୟ ପାରମ୍ପରିକ ଭାବେ ବ୍ୟବହାର କରାଯାଇଥାଏ । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ‘କଳା ଲୁଣ’ରେ ଏଥିରେ ଆୟୋଡିନ୍ ମାତ୍ରା କମ୍ ଥିବାରୁ ଗ୍ୟାସ୍‌, ଅପଚ ଏବଂ ପାଚନ ସମ୍ବନ୍ଧୀୟ ସମସ୍ୟରୁ ଉପସମ ଦେଇଥାଏ । ଅପରପକ୍ଷରେ ‘ସୈନ୍ଧବ ଲୁଣ’ରେ ମଧ୍ୟ ଆୟୋଡିନର ମାତ୍ରା କମ୍ ଥାଏ ଯାହା ରକ୍ତଚାପକୁ ସାମାନ୍ୟ ରଖିବାରେ ସହାୟକ ହୋଇଥାଏ । ଏହା ହୃଦୟ ସ୍ୱାସ୍ଥ୍ୟ ଓ ପିତ୍ତ ଦୋଷ ପାଇଁ ମଧ୍ୟ ଉତ୍ତମ ଅଟେ । ଏଥିରେ ଥିବା ସୋଡିୟମ ରକ୍ତ କଣିକା ପାଇଁ କ୍ଷତିକାର ହୋଇନଥାଏ । ତଥାପି ସୀମିତ ମାତ୍ରାରେ ଲୁଣର ସେବନ କରିବା ଉଚିତ । ଉଚ୍ଚରକ୍ତଚାପ ରୋଗୀଙ୍କ ପାଇଁ ଉଭୟ କଳା ଲୁଣ ଏବଂ ସୈନ୍ଧବ ଲୁଣ ଲାଭଦାୟକ ଅଟେ । ତେବେ ଆପଣଙ୍କ ମନରେ ଦ୍ୱନ୍ଦ୍ୱ ଥିଲେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏହା ବ୍ୟତୀତ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ସନ୍ତୁଳିତ ଏବଂ ପୁଷ୍ଟିକର ଭୋଜନ ସହ ନିୟମିତ ବ୍ୟାୟାମ, ଯୋଗାଭ୍ୟାସ ଏବଂ ଦୈନନ୍ଦିନ ଜୀବନଶୈଳୀରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ । ଏହା ସହ ସୁନିଦ୍ରା ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ ।

Get real time updates directly on you device, subscribe now.