ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା, କେଉଁ ହ୍ୱିସ୍କିକୁ ଲୋକେ ଅଧିକ କରୁଛନ୍ତି ପସନ୍ଦ, ମହଙ୍ଗା ନା ଶସ୍ତା?

ନୂଆଦିଲ୍ଲୀ: କଥାରେ ଅଛି ମଦ ପିଉଥିବା ଲୋକଙ୍କର ମଦ ର କ୍ଲାସ ବିଷୟରେ ଜାଣିବାକୁ ହେଲେ ସେମାନେ କେଉଁ ଭଳି ହ୍ୱିସ୍କି ପିଉଛନ୍ତି ସେଥିରୁ ଜଣାପଡିଥାଏ। ଏହି ହ୍ୱିସ୍କି ଇଣ୍ଟେଲିଜେନ୍ସ ରିପୋର୍ଟ ଦେଖି ଲାଗୁଛି ଯେ, ବର୍ତ୍ତମାନ ମହଙ୍ଗା ଏବଂ ଭଲ ହ୍ୱିସ୍କି ପିଉଥିବା ଲୋକଙ୍କ ସଂଖ୍ୟା ସରିବାକୁ ଯାଉଛି।

ସାଧାରଣତଃ ବିରଳ ଏବଂ ମହଙ୍ଗା ହ୍ୱିସ୍କିର ବଜାର, ଯାହା ଏପର୍ଯ୍ୟନ୍ତ ନିବେଶକଙ୍କ ପାଇଁ ଏକ ସୁରକ୍ଷିତ ବିକଳ୍ପ ବୋଲି ବିଶ୍ୱାସ କରାଯାଉଥିଲା। ହେଲେ ୨୦୨୪ରେ ଏହା ବଡ଼ ଚ୍ୟାଲେଞ୍ଜର ସାମ୍ନା କରିଛି ବୋଲି ନୋବେଲ ଆଣ୍ଡ କମ୍ପାନୀର ହ୍ୱିସ୍କି ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ବଜାରରେ ହ୍ରାସ ଦେଖିବାକୁ ମିଳିଛି।

ରିପୋର୍ଟରେ କୁହାଯାଇଛି ଯେ, ୨୦୨୪ର ଦ୍ୱିତୀୟ ତ୍ରୟମାସରେ ବିରଳ ହ୍ୱିସ୍କି ଅକ୍ସନରୁ ହୋଇଥିବା ଇନକମରେ ୫୦ ପ୍ରତିଶତ ହ୍ରାସ ପାଇଛି। ସେହିପରି ଖାଲି ମଦ ବୋତଲ ସଂଖ୍ୟାରେ ମଧ୍ୟ ୫୨ ପ୍ରତିଶତ ହ୍ରାସ ପାଇଛି। ନୋବେଲ ଆଣ୍ଡ କମ୍ପାନୀର ୨୦୨୩ ରିପୋର୍ଟ ପୂର୍ବରୁ ହିଁ କୁହାଯାଇଥିଲା ଯେ, ବଜାର ଖରାପ ପରିସ୍ଥିତିରେ ଅଛି। ସେହିପରି, ଚଳିତ ବର୍ଷ ଏହି ସ୍ଥିତି ଆହୁରି ଖରାପ ହୋଇଛି।

ମହଙ୍ଗା ଏବଂ ବିରଳ ହ୍ୱିସ୍କି ବଜାରରେ ହ୍ରାସ ପାଇବା ପଛରେ ଆର୍ଥିକ କାରଣଗୁଡିକ ମୁଖ୍ୟ ଭୂମିକା କରୁଛି। ମହଙ୍ଗା ବୃଦ୍ଧି ଏବଂ ଘରୋଇ ବଜାରରେ ହ୍ରାସ ଯୋଗୁଁ ଗ୍ରାହକମାନେ ଶସ୍ତା ହ୍ୱିସ୍କି ଆଡକୁ ମୁହାଁଉଛନ୍ତି। ଲୋକେ ବର୍ତ୍ତମାନ ୧,୦୦୦ ପାଉଣ୍ଡରୁ କମ ମୂଲ୍ୟର ବୋତଲଗୁଡିକୁ କିଣୁଛନ୍ତି। ୨୦୨୪ରେ ଏହି ମୂଲ୍ୟର ବୋତଲ ବଜାରରେ ବିକ୍ରି ହେଉଥିବା ସମୁଦାୟ ହ୍ୱିସ୍କିର ଅଧାରୁ ଅଧିକ କଭର କରୁଛନ୍ତି। ଗତବର୍ଷ ଏହି ସଂକ୍ୟାରେ ୪୩ ପ୍ରତିଶତ ଦ୍ୱିତୀୟ ତ୍ରୟମାସରେ ୧୯ ପ୍ରତିଶତ କମ ହୋଇଯାଇଛି। ଏପ୍ରିଲ ଏବଂ ମେ ରେ ସବୁଠୁ ଅଧିକ ହ୍ରାସ ଦେଖାଦେଇଛି।