fbpx

ମିସ୍ ୱାର୍ଲ୍ଡ ରନର୍ସ ଅପ୍ ହେଲେ ଶ୍ରୀ ସାଇନି: ଜାଣନ୍ତୁ କଣ ରହିଛି ତାଙ୍କର ଭାରତ କନେକ୍ସନ୍

ନୂଆଦିଲ୍ଲୀ: ମିସୱାର୍ଲ୍ଡ ୨୦୨୧କୁ ନେଇ ଚାଲିଥିଲା କଳ୍ପଲା ଜଳ୍ପନା ଓ ଅପେକ୍ଷାର ଅନ୍ତ ଘଟାଇ ପୋଲାଣ୍ଡର କାରୋଲିନା ପିନ୍ଧିଛନ୍ତି ମିସୱାର୍ଲ୍ଡ ୨୦୨୧ର ବିଜୟ ମୁକୁଟ । ପୁଏର୍ତୋ ରିକୋରେ ଆୟୋଜିତ ହୋଇଥିଲା ମିସ୍ ୱାର୍ଲ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର ବିଜେତା କରୋଲିନା ବିଲାୱସ୍କା ହୋଇଥିବାବେଳେ ପ୍ରଥମ ରନର୍ ଅପ୍ ଆମେରିକାର ଶ୍ରୀ ସାଇନି ଏବଂ ଦ୍ୱିତୀୟ ରନରଅପ୍ ଅଲିଭିଆ ୟେସ୍ ହୋଇଥିଲେ। ସାଇନି ହେଉଛନ୍ତି ଭାରତୀୟ ମୂଳ ଆମେରିକୀୟ ନାଗରିକ।ତେବୋ କିଏ ଏହି ଶ୍ରୀ ସାଇନି ଏବଂ ଲେ କଣ କାମ କରନ୍ତି ଆସନ୍ତୁ ଜାଣିବା।

ମିସୱାର୍ଲ୍ଡ ୨୦୨୧କୁ ପ୍ରତିଯୋଗିତାରେ ଶ୍ରୀ ସାଇନି ଆମେରିକାର ପ୍ରତିନଧିତ୍ୱ କରିଥିଲେ । ଇନଷ୍ଟାଗ୍ରାମର ବାୟୋ ଅନୁସାରେ ସେ ଜଣେ ମୋଟିଭେସନାଲ ସ୍ପିକର, ମିସୱାର୍ଲ୍ଡ ବିଡବ୍ଲୁଏପି ର ଆମ୍ବାସାଡର,ଜଣେ ପିସ ମେକର,ଫେସିଆଲ ବର୍ଣ୍ଣ ସରଭାଇବର । ତେବେ ସାଇନି ମିସୱାର୍ଲ୍ଡ ଇଭେଣ୍ଟ ପୂରର୍ବରୁ ନିଜ ଇନଷ୍ଟାରେ ତାଙ୍କ ଏକ ପିଲାଦିନର ଫୋଟ ସେୟାର କରିଥିଲେ ଯେଉଁଥିରେ ସେ ମୁଣ୍ଡରେ ଏକ କ୍ରାଉନ ପିନ୍ଧିଥିଲେ । ଯେତେେବେଳେ ମୁଁ ୬ ବର୍ଷର ହୋଇଥିଲି ନିଜକୁ ମିସ ୱର୍ଲ୍ଡ ପରି ସଜେଇ ଥିଲି କାରଣ ମୁଁ ଏହାକୁ ସୁପର ହିରୋ ବୋଲି ଭାବୁଥିଲି । ଶ୍ରୀ ସାଇନି ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ଯିଏ ଆମେରିକା ମିସ ୱାଲ୍ଡ ଆମେରିକା ହୋଇଥିଲେ । ସାଇନି ଲୁଧିଆନାର ଅଟନ୍ତି କିନ୍ତୁ ମାତ୍ର ୫ ବର୍ଷ ବୟସରେ ତାଙ୍କ ପରିବାର ୱାସିଟଂନ ଡିସିକୁ ସିଫ୍ଟ ହୋଇଯାଇଥିଲେ । ତାଙ୍କ ଜୀବନରେ ବି ଅନେକ ସଂଘର୍ଷ ଦେଇ ସେ ଗତି କରିଛନ୍ତି । ଇନଷ୍ଟାରେ ତାଙ୍କର ୧୭୩ ହଜାର ଫଲୋୟର ରହିଥିବା ବେଳେ ସେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ।

Get real time updates directly on you device, subscribe now.