ଓଡିଶା ଭାସ୍କର– ପୁରୁଷମାନେ ସେମାନଙ୍କ ପ୍ରେମିକା ବା ପତ୍ନୀ ସେମାନଙ୍କ ସମାନ ବା ସେମାନଙ୍କଠାରୁ ଉଚ୍ଚ ହେଉ ଏହା ପସନ୍ଦ କରନ୍ତି ନାହିଁ । ସେମାନେ ସବୁ ସମୟରେ ନିଜଠାରୁ କମ ଉଚ୍ଚତାର ଝିଅଙ୍କୁ ପସନ୍ଦ କରନ୍ତି । ତେବେ କାହିଁକି ପୁରୁଷଙ୍କୁ କମ ଉଚ୍ଚତାର ଝିଅ ପସନ୍ଦ ଜାଣିଛନ୍ତି କି? ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି ପୁରୁଷଙ୍କ ମାନସିକତା ।
ୟୁନିଭର୍ସିଟି ଅଫ ନର୍ଥ ଟେକ୍ସାସ ପୁରୁଷଙ୍କ ପ୍ରେମିକା ବା ପତ୍ନୀ ଚୟନରେ ସେମାନଙ୍କ ଉଚ୍ଚତାକୁ ନେଇ ଅଧ୍ୟୟନ କରିଥିଲେ । ଏଥିରେ ମିଳିଥିଲା ପୁରୁଷଙ୍କୁ ସେମାନଙ୍କଠାରୁ କମ ଉଚ୍ଚର ଝିଅ ପସନ୍ଦ । ଏହାର କାରଣ ସମ୍ପର୍କରେ ଅଧ୍ୟୟନରୁ ଜଣାପଡିଛି କି, ପୁରୁଷଙ୍କ ତୁଳନାରେ ମହିଳା କମ ଉଚ୍ଚତାର ହେଲେ ସେମାନେ ସମ୍ପର୍କକୁ ଅଧିକ ଉପଭୋଗ କରିଥାନ୍ତି । ନିଜ ସାଥୀ ସହ ଖୋଲା ହେବା ସହ ମନର କଥା ଖୋଲି କହିପାରନ୍ତି ।
ଅଧ୍ୟୟନରେ କୁହାଯାଇଛି କି, ପୁରୁଷଙ୍କୁ କମ ଉଚ୍ଚତାର ଝିଅ ପସନ୍ଦ, କାରଣ ସେମାନେ ଆଲିଙ୍ଗନ କରିବା ସମୟରେ ସେମାନଙ୍କୁ ଭଲ ଲାଗେ କି ପାର୍ଟନରର ମୁଣ୍ଡ ସେମାନଙ୍କ ଛାତି ଯାଏ ରହୁ । ଏଭଳି ସ୍ଥିତିରେ ସେମାନେ ନିଜ ସାଥୀଙ୍କୁ ଅନୁଭବ କରିପାରନ୍ତି । ଆଲିଙ୍ଗନକୁ ଉପଭୋଗ କରିପାରନ୍ତି । ଏହା ବ୍ୟତୀତ ଅଧ୍ୟୟନରୁ ଜଣାପଡିଛି କି, କମ ଉଚ୍ଚତାର ଝିଅମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି । ଏମାନେ ନିଜ ପ୍ରେମିକଙ୍କୁ ଖୁସି ରଖିବାକୁ ଚେଷ୍ଟା କରନ୍ତି । ନିଜ ପ୍ରେମ ପ୍ରକାଶରେ ସଫଳ ହୋଇଥାନ୍ତି ।
କମ ହାଇଟର ଝିଅମାନେ ସ୍ୱଭାବରେ ଅଧିକ କେୟାରିଂ ହୋଇଥାନ୍ତି । ସାଥୀର ଛୋଟ, ବଡ ସବୁ କଥାକୁ ବୁଝି ସାଥୀର ଖୁସି ମୁତାବକ କାମ କରିବାକୁ ପସନ୍ଦ କରିଥାନ୍ତି । ଅଧିକ ଯତ୍ନ ନେଇଥାନ୍ତି । ଗେଡି ଝିଅ ସାଥୀ ପ୍ରତି ବିଶ୍ୱସ୍ତ ରହିଥାନ୍ତି । ସାଥୀର ଖୁସିରେ ଖୁସି, ଦୁଃଖରେ ଦୁଃଖୀ ହୋଇଥାନ୍ତି । ନିଜ ପ୍ରେମିକ ବା ସ୍ୱାମୀଙ୍କୁ ଖୁସି କରିବାକୁ କିଛି ମଧ୍ୟ କରିବାକୁ ପଛାନ୍ତି ନାହିଁ । ଏହା ବ୍ୟତୀତ କମ ହାଇଟର ଝିଅ ବହୁତ ବୁଦ୍ଧିମତୀ, ତୀକ୍ଷ୍ନ ମସ୍ତିସ୍କର ହୋଇଥାନ୍ତି ।