ସିଡନୀ ଟେଷ୍ଟରେ କାହିଁକି ହାରିଲା ଭାରତୀୟ ଦଳ ? ଜାଣନ୍ତୁ କାରଣ
ସିଡନୀ ଟେଷ୍ଟରେ ଭାରତୀୟ ଦଳର ନୈରାଶ୍ୟଜନକ ପରାଜୟ । ଜାଣନ୍ତୁ ମ୍ୟାଚରେ କେଉଁଠି ରହିଥିଲା ତୃଟି ?
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡ଼ର ଗାଭାସ୍କର ଟ୍ରଫି ୨୦୨୪-୨୫ ର ପଞ୍ଚମ ତଥା ଶେଷ ଟେଷ୍ଟ ସିଡନୀରେ ଖେଳାଯାଇଥିଲା । ଏହି ମ୍ୟାଚରେ କଙ୍ଗାରୁ ଦଳ ଭାରତକୁ ୬ ୱିକେଟରେ ପରାସ୍ତ କରିଛି ।
ଏହି ବିଜୟ ସହିତ ଆୟୋଜକ ଅଷ୍ଟ୍ରେଲିଆ ବର୍ଡ଼ର ଗାଭାସ୍କର ଟ୍ରଫିକୁ ୩-୧ରେ କବଜା କରି ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍ ୨୦୨୫ ରେ ସ୍ଥାନ ପାଇଛି ।
ତେବେ ଆସନ୍ତୁ ଜାଣିବା ସିଡନୀରେ ଟିମ୍ ଇଣ୍ଡିଆର ପରାଜୟର ତିନୋଟି ବଡ଼ କାରଣ କ’ଣ ଥିଲା?
– ଫ୍ଲପ୍ ବ୍ୟାଟିଂ: ଟିମ୍ ଇଣ୍ଡିଆ କେବଳ ସିଡନୀ ଟେଷ୍ଟରେ ନୁହେଁ ବରଂ ବର୍ଡ଼ର ଗାଭାସ୍କର ଟ୍ରଫିର ସମସ୍ତ ପାଞ୍ଚଟି ଟେଷ୍ଟରେ ଖରାପ ବ୍ୟାଟିଂ ପ୍ରଦର୍ଶନ କରିଛି । ସିଡନୀ ଟେଷ୍ଟରେ ଟିମ୍ ଇଣ୍ଡିଆ ଉଭୟ ଇନିଂସରେ ୨୦୦ ରନ୍ ସଂଖ୍ୟା ଅତିକ୍ରମ କରିପାରି ନାହିଁ ।
ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବୋର୍ଡରେ ୧୮୫/୧୦ ରନ୍ ରଖିଥିବାବେଳେ ଦ୍ୱିତୀୟ ଇନିଂସରେ ମାତ୍ର ୧୫୭/୧୦ ରନକୁ ହ୍ରାସ ପାଇଥିଲା । ଖରାପ ବ୍ୟାଟିଂ ହେତୁ ଭାରତ ଅଷ୍ଟ୍ରେଲିଆ ପାଇଁ ମାତ୍ର ୧୬୨ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା ସେମାନେ ମାତ୍ର ୪ ୱିକେଟ୍ ହରାଇ ହାସଲ କରିଥିଲେ ।
– ଜସପ୍ରୀତ ବୁମରାଙ୍କ ଆଘାତ: ସିଡନୀ ଟେଷ୍ଟରେ ରୋହିତ ଶର୍ମାଙ୍କ ପରିବର୍ତ୍ତେ ଜସପ୍ରୀତ ବୁମରାଙ୍କୁ ଅଧିନାୟକ କରାଯାଇଥିଲା । ସିଡନୀ ଟେଷ୍ଟ ସମୟରେ ବୁମରା ଆହତ ହୋଇଥିଲେ । ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ବୁମରା ଭବମଳ back spasms(ଶରୀର ଯନ୍ତ୍ରଣା) କାରଣରୁ ପଡ଼ିଆରୁ ବାହାରି ଯାଇଥିଲେ ।
ସେ ପ୍ରଥମ ଇନିଂସରେ ମାତ୍ର ୧୦ ଓଭର ବୋଲିଂ କରିଥିଲେ। ଏହା ପରେ ବୁମରା ବୋଲିଂ ପାଇଁ ପଡ଼ିଆକୁ ଫେରି ପାରିନଥିଲେ । ଅଷ୍ଟ୍ରେଲିଆ ଦଳ ରନର ପିଛା କରିବା ପାଇଁ ମଇଦାନକୁ ଓହ୍ଲାଇଥିବା ବେଳେ ଦ୍ୱିତୀୟ ଇନିଂସରେ ଇଣ୍ଡିଆ ବୁମରାଙ୍କୁ ବହୁତ ଝୁରିଥିଲା।
– ଭୁଲ ଦଳ ଚୟନ: ସିଡନୀ ଟେଷ୍ଟ ପାଇଁ ଭାରତ ଭୁଲ ଦଳ ଚୟନ କରିଥିଲା । ଅଷ୍ଟ୍ରେଲିଆ ଦଳ କେବଳ ଗୋଟିଏ ସ୍ପିନରଙ୍କୁ ସୁଯୋଗ ଦେଇଥିବାବେଳେ ଭାରତୀୟ ଦଳ ପ୍ଲେଇଂ XIରେ ଦୁଇ ଜଣ ସ୍ପିନରଙ୍କୁ ସାମିଲ କରିଥିଲା ।
ପିଚ୍ ଅନୁଯାୟୀ ଦଳରେ ଚାରିଜଣ ଦ୍ରୁତ ବୋଲରଙ୍କ ପାଇଁ ସ୍ଥାନ ଥିଲା, କିନ୍ତୁ ଟିମ୍ ଇଣ୍ଡିଆ କେବଳ ତିନୋଟି ମୁଖ୍ୟ ଦ୍ରୁତ ବୋଲରଙ୍କ ସହ ପଡ଼ିଆକୁ ଓହ୍ଲାଇଥିଲା । ସିଡନୀ ଟେଷ୍ଟରେ ରବିନ୍ଦ୍ର ଜାଡେଜା ଏବଂ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ସ୍ପିନ୍ କରିବାକୁ ଭାରତ ସୁଯୋଗ ଦେଇଥିଲା ।
ଯଦି ମ୍ୟାଚରେ ଚାରିଜଣ ଦ୍ରୁତ ବୋଲର ଥାଆନ୍ତେ, ତେବେ ବୁମରା ଉପରେ ଅଧିକ ଚାପ ପଡ଼ି ନଥାନ୍ତା ଏବଂ ସେ ଆହତ ହେବାରୁ ବର୍ତ୍ତି ଯାଇଥାନ୍ତେ ।