କାହିଁକି ବଢିଥାଏ ନଖ: ମୃତ୍ୟୁ ପରେ ବି ବଢିଥାଏ କି ନଖ?

ଆମେ ଛୋଟରୁ ବଡ ହେବା ଭିତରେ ଜୀବନ ସାରା ଆମ ଶରୀରରେ ଅନେକ ପରିବର୍ତ୍ତନ ଘଟିଥାଏ । ବିକାଶ ଏବଂ ବୃଦ୍ଧି ଏହି ଦୁଇଟି ପ୍ରକ୍ରିୟା ଆମ ଜୀବନରେ ସର୍ବଦା ଚାଲିଥାଏ । କିନ୍ତୁ କିଛି ସମୟ ପରେ ବୃଦ୍ଧି ବନ୍ଦ ହୋଇଯାଏ, ଯେପରି ଆମର ଉଚ୍ଚତା ବଢିଥାଏ କିନ୍ତୁ କିଛି ସମୟ ପରେ ଏହା ବନ୍ଦ ହୋଇଯାଏ । ସେହିଭଳି, ନଖ ମଧ୍ୟ ଆମ ଶରୀରର ଏକ ଅଂଶ, କିନ୍ତୁ ନଖ ଜୀବନ ସାରା ବଢି ଚାଲିଥାଏ । ନଖକୁ ବାରମ୍ବାର କାଟିବାକୁ ପଡିଥାଏ ।

 

ତେବେ ନଖଗୁଡିକର କୌଣସି ବିଶେଷ ବ୍ୟବହାର କରାଯାଏ ନାହିଁ । କିନ୍ତୁ ନଖ ଆମ ପାଇଁ ଅନେକ ସମୟରେ ଉପଯୋଗୀ ହୋଇଥାଏ । ଏହାର ଅନେକ କାର୍ଯ୍ୟ ରହିଛି, ଯେଉଁଥିରେ ନଖଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଆପଣ କେବେ ଭାବିିଛନ୍ତି କି ନଖ କାହିଁକି ଜୀବନସାରା ବଢି ଚାଲିଥାଏ? ତେବେ ଏହି ନଖ କେଉଁଥିରୁ ତିଆରି ହୋଇଛି? ଏବଂ ପ୍ରତିଦିନ ଆମ ନଖ କେତେ ବଢିଥାଏ? ଯଦି ଆପଣ ଏହାର ଉତ୍ତର ଜାଣି ନାହାଁନ୍ତି, ତେବେ ଜାଣନ୍ତୁ ଏହାର କାରଣ ।ଆମେ ସମସ୍ତେ ସପ୍ତାହରେ ଥରେ କିମ୍ବା ଦୁଇ ସପ୍ତାହରେ ଥରେ ନଖ କାଟିଥାଉ । ନଖ ଏକ ପ୍ରକାର ମୃତ କୋଷିକା ହୋଇଥାଏ । ନଖର ବୃଦ୍ଧି ପାଇଁ ନୂତନ କୋଷିକା ସୃଷ୍ଟି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏଥିପାଇଁ ଗ୍ଲୁକୋଜର ଆବଶ୍ୟକ ହୋଇଥାଏ । ଆମର ନଖ ପ୍ରତ୍ୟେକ ଦିନ ପ୍ରାୟ ୦.୧୧ ମିଲିମିଟର ବେଗରେ ବଢିଥାଏ । ବୟସ ବଢିବା ସହିତ ସେମାନଙ୍କର ବୃଦ୍ଧିର ଗତି ମଧ୍ୟ ଧିରେ ହୋଇଯାଏ ।

 

ନଖ ତଳେ କୋଷିକା ଗୁଡ଼ିକର ଏକ ସ୍ତର ସୃଷ୍ଟି ହୁଏ ଯାହାକୁ ଜୀବାଣୁ ଜାଲ କୁହାଯାଏ । ଏହି ସ୍ତର ବହୁ ସଂଖ୍ୟାରେ କୋଷିକା ଗଠନ କରେ । ଏହା ନଖର ନୂତନ ଅଂଶ ତିଆରି କରିଥାଏ । ନଖ ମୂଳରୁ ଗଠିତ ଜୀବକୋଷର କିରାଟିନାଇଜେସନ୍ ଜାରି ରହିଥାଏ । ନଖର ପାଶ୍ୱର୍ବର୍ତ୍ତୀ ଚର୍ମ ମରି ଯାଇଥାଏ, ଯେଉଁଥିପାଇଁ ନଖ ବଢିିବାରେ କୌଣସି ଅସୁବିଧା ହୁଏନାହିଁ । ନଖର ମୂଳ କଟିକଲ ଭିତରେ ଲୁଚି ରହିଥାଏ । ଏଠାରେ ନଖ ଗୁଡ଼ିକର ବୃଦ୍ଧି ଆରମ୍ଭ ହୁଏ । ନୂତନ କୋଷିକା ଗୁଡ଼ିକ ଏହାର ମୂଳରେ ଗଠନ ଜାରି ରଖନ୍ତି ଏବଂ ସେମାନେ ପୁରୁଣା କୋଷିକା ଗୁଡ଼ିକୁ ବାହାରକୁ ବାହାର କରିଦିଅନ୍ତି । ଏହି କୋଷିକା ଗୁଡ଼ିକ ବାହାରେ କଠିନ ଦେଖାଯାଏ, ଯାହାକୁ ସାଧାରଣତ ଦ୍ଭାବେ ନଖ କୁହାଯାଏ । ଏହି କୋଷଗୁଡ଼ିକ କିରାଟିନ୍ ନାମକ ଏକ ପ୍ରୋଟିନରେ ତିଆରି ହୋଇଥାଏ ।
ମୃତ୍ୟୁ ପରେ ବଢିଥାଏ କି ନଖ?
ନଖର ବୃଦ୍ଧି ପାଇଁ ନୂତନ କୋଷ ଗୁଡ଼ିକର ଆବଶ୍ୟକ ରହିଥାଏ । ଗ୍ଲୋକୋଜ ବିନା ନଖର ବୃଦ୍ଧି ସମ୍ଭବ ହୁଏ ନାହିଁ । ନଖର ତଳେ ଥିବା କୋଷିକା ଗୁଡ଼ିକର ସ୍ତର, ଯାହାକୁ ଜୀବାଣୁ ଜାଲ କୁହାଯାଏ, ବହୁ ପରିମାଣର କୋଷିକା ଉତ୍ପାଦନ କରେ ଏବଂ ଏଥିରୁ ନଖର ନୂତନ ଅଂଶ ସୃଷ୍ଟି ହୋଇଥାଏ । ମୃତ୍ୟୁ ପରେ ଗ୍ଲେୁାକୋଜ ଯୋଗାଣ ବନ୍ଦ ହୋଇଯାଏ, ସେଥିପାଇଁ ନଖର ବୃଦ୍ଧି ମଧ୍ୟ ବନ୍ଦ ହୋଇଯାଇଥାଏ । ଅବଶ୍ୟ, ମୃତ୍ୟୁପରେ, ଚର୍ମ କୋଷିକା ଗୁଡ଼ିକ ଶୁଖିବାକୁ ଲାଗେ, ଯେଉଁ କାରଣରୁ ନଖଗୁଡ଼ିକ ଲମ୍ବା ଦେଖାଯାଏ, କିନ୍ତୁ ବାସ୍ତବରେ ଏହା ହୁଏ ନାହିଁ ।