fbpx

ଖେଳିବା ସମୟରେ କାହିଁକି ଚୁଇଙ୍ଗମ୍ ଚୋବାନ୍ତି ଖେଳାଳି ? ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଭାରତରେ ବଡ ସଂଖ୍ୟାରେ କ୍ରିକେଟ ଫ୍ୟାନ୍ସ ରହିଛନ୍ତି । ସଚିନ ତେନ୍ଦୁଲକର ହୁଅନ୍ତୁ କିମ୍ବା ମହେନ୍ଦ୍ର ସିଂ ଧୋନି କିମ୍ବା ବିରାଟ କୋହଲି କିମ୍ବା ଅନ୍ୟ କୌଣସି ବିଦେଶୀ ଖେଳାଳି, ଆପଣ ନିଶ୍ଚିତ ଭାବରେ ଧ୍ୟାନ ଦେଇଥିବେ ଯେ ଖେଳାଳିମାନେ ଖେଳ ସମୟରେ ଚୁଇଙ୍ଗମ୍ ଚୋବାନ୍ତି । କେବଳ କ୍ରିକେଟ୍ ଖେଳାଳି ନୁହଁନ୍ତି, ଅନ୍ୟ କ୍ରୀଡ଼ାର ଖେଳାଳିମାନେ ମଧ୍ୟ ଏହା କରନ୍ତି । ବାସ୍କେଟବଲ୍, ଫୁଟବଲ୍ କିମ୍ବା ଅନ୍ୟ କୌଣସି ଖେଳ ହେଉ, ଖେଳାଳିମାନେ ଖେଳିବା ସମୟରେ ଚୁଇଙ୍ଗମ୍ ଚୋବାଇଥାନ୍ତି । ଆପଣ କେବେ ଭାବିଛନ୍ତି କି ଖେଳିବାବେଳେ ସେମାନେ କାହିଁକି ଚୁଇଙ୍ଗମ୍ ଚୋବାନ୍ତି? ଆସନ୍ତୁ ଜାଣିବା ଏହା ପଛର କାରଣ

ଖେଳାଳିମାନେ ଷ୍ଟାଇଲ ମାରିବା ବା ଅନ୍ୟ ଲୋକମାନଙ୍କୁ ଦେଖାଇବା ପାଇଁ ଚୁଇଙ୍ଗମ ଚୋବାନ୍ତି ନାହିଁ, ବରଂ ଏହା ପଛରେ ବୈଜ୍ଞାନିକ କାରଣ ରହିଛି । ସରଳ ଭାବରେ କହିବାକୁ ଗଲେ, ଖେଳାଳିମାନେ ଖେଳ ସମୟରେ ସେମାନଙ୍କର ଧ୍ୟାନ ବଢ଼ାଇବା ପାଇଁ ଚୁଇଙ୍ଗମ୍ ଚୋବାନ୍ତି । ଆସନ୍ତୁ ଜାଣିବା ଚୁଇଙ୍ଗମ୍ ଖାଇବା ଦ୍ୱାରା ଧ୍ୟାନ କିପରି ବଢ଼ିଥାଏ…

ଚୁଇଙ୍ଗ୍ ଚୋବାଇବା ସମୟରେ ପାଟିରେ ସ୍ୱାଦ ଚିହ୍ନଟ କରୁଥିବା ରିସେପ୍ଟର ଏବଂ ମାଢ଼ିର ଚାପ ମସ୍ତିଷ୍କକୁ ବାରମ୍ବାର ସିଗନାଲ ପଠାଇଥାଏ । ମସ୍ତିଷ୍କ ଏହି ସଙ୍କେତଗୁଡ଼ିକୁ ପ୍ରୋସେସ୍ କରିଥାଏ । ଏହିପରି, ମସ୍ତିଷ୍କ ସତର୍କ ମୋଡରେ ରହିଥାଏ ଏବଂ ସମସ୍ତ ଦିଗ ପ୍ରତି ଅଧିକ ଧ୍ୟାନ ଦେଇଥାଏ । ଯେତେବେଳେ କାର୍ଯ୍ୟକଳାପ ବଢ଼ିଯାଏ, ସେବେ ମସ୍ତିଷ୍କ ଅଧିକ ରକ୍ତ ଆବଶ୍ୟକ କରେ । ଏପରି ପରିସ୍ଥିତିରେ ମସ୍ତିଷ୍କରେ ରକ୍ତ ପ୍ରବାହ ମଧ୍ୟ ବଢ଼ିଥାଏ । ଏହି କାରଣରୁ ହାର୍ଟ ଦ୍ରୁତ ଗତିରୋ ଧକ୍ ଧକ୍ ହୋଇଥାଏ ।

ଯେତେବେଳେ ହାଟ୍ ଦ୍ରୁତ ଗତିରେ ଧକ୍ ଧକ୍ ହୁଏ, ସେବେ ମାଂସପେଶୀରେ ରକ୍ତ ପ୍ରବାହ ମଧ୍ୟ ବଢ଼ିଯାଏ । ଏହିପରି ଚୁଇଙ୍ଗମ୍ ଖାଇବା ଦ୍ୱାରା ମସ୍ତିଷ୍କ ଫୋକସ ରହିଥାଏ ଓ ରକ୍ତ ପ୍ରବାହ ବଢ଼ିବାରୁ ଖେଳାଳି ନିଜ ଖେଳକୁ ଭଲ ଖେଳିବାରେ ଖେଳିଥାଏ ।

ଶୀଘ୍ର ଚୋବାଇବ କ’ଣ ହେବ?
ଏହା ମଧ୍ୟ କିଛି ପରିମାଣରେ ସତ ଯେ ଚୁଇଙ୍ଗମ୍ ଶୀଘ୍ର ଚୋବାଇବା ଦ୍ୱାରା ଅଧିକ ଫୋକସ୍ ପଡ଼ିଥାଏ ଓ ଧିରେ ଚୋବାଇବା ଦ୍ୱାରା କମ୍ ଫୋକସ୍ ପଡ଼ିଥାଏ । ଯେଉଁ ଚୁଇଙ୍ଗମରେ ଫ୍ଲେବର ଅର୍ଥାତ୍ ସ୍ୱାଦ ରହିଥାଏ, ତାହାକୁ ଚୋବାଇବା ଅଧିକ ଲାଭଦାୟକ ବୋଲି କୁହାଯାଏ ।

Get real time updates directly on you device, subscribe now.