fbpx

ଖାଦ୍ୟ ଖାଇବା ପରେ କାହିଁକି ନିଦ ଆସିଥାଏ? ଜାଣନ୍ତୁ ଭୋଜନ ପରେ ଶୋଇବା ଭଲ କି ଖରାପ

ସାଧାରଣତଃ ଦିନ ବେଳେ ଆମେ ଖାଇ ସାରିବା ପରେ ନିଦ ଲାଗିଥାଏ ଏବଂ ଶାନ୍ତିରେ ଶୋଇବାକୁ ମନ କରିଥାଏ । ଘରେ ରହୁଥିବା ଲୋକଙ୍କ ପାଇଁ ଏହା ସହଜ ହୋଇଥାଏ । ହେଲେ ଯେଉଁମାନେ ଅଫିସରେ କାମ କରୁଛନ୍ତି ସେମାନଙ୍କ ପାଇଁ ଏହା କଷ୍ଟକର ଅଟେ । ଅଧିକ ଲୋକଙ୍କୁ ଲଂଚ କରିବା ପରେ ଆରମ ଲାଗିଥାଏ ଏବଂ ତାଙ୍କୁ ନିଦ ଆସିଯାଇଥାଏ । ଏପରି କୁହାଯାଏ ଯେ, ୧୫ ମିନିଟର ନିଦ ପୂରା ହୋଇଗଲା ପରେ ଶରୀର ଫ୍ରି ହୋଇଯାଏ । ଏହା ପଛରେ ଥିବା କାରଣକୁ ନ୍ୟୁଟିସନିଷ୍ଟ ଏକ୍ସପର୍ଟ ଓ ବୈଜ୍ଞାନିକମାନେ କହିଛନ୍ତି । ଜାଣନ୍ତୁ ଖାଇବା ପରେ ଶୋଇବା ଭଲ କି ଖରାପ ।

ଆମେ ବଂଚିବା ଏବଂ କାମ କରିବା ପାଇଁ ଖାଦ୍ୟ ଖାଇଥାଉ । ଖାଦ୍ୟରୁ ଆମକୁ ପୋଷକ ତତ୍ୱ ମିଳିଥାଏ । ଡାକ୍ତରଙ୍କ କହିବା ଅନୁସାରେ, ଆମେ ଯେତେବେଳେ ଖାଦ୍ୟ ଖାଇ ସାରୁଛୁ ସେତେବେଳେ ଆମ ଶରୀର ଏବଂ ଅନ୍ତ ପାଚନ ପ୍ରକ୍ରିୟାରେ ଲାଗି ଯାଇଥାଏ । ଏଥିରେ ବ୍ଲଡ ସୁଗାର ଲେବୁଲ କମ ହୋଇଯାଇଥାଏ । ଯାହାଦ୍ୱାରା ଆମେ ସୁସ୍ଥ ଅନୁଭବ କରିଥାଉ । ଏହାସହ ଯଦି ମଣିଷ ମିଠା ଜିନିଷ ଅଧିକ ଖାଉଛି ତେବେ ସୁଗାର ରକ୍ତ ସହ ମିଶି ହଠାତ ବଢିଯାଏ ଏବଂ ହଠାତ କମିଯାଏ । ଏହି କାରଣରୁ ମଣିଷକୁ ଖାଦ୍ୟ ଖାଇବା ପରେ ନିଦ ଲାଗିଥାଏ । ତେବେ ଖାଦ୍ୟ ଖାଇସାରିବା ପରେ ଆପଣ ଅଳ୍ପ ରେଷ୍ଟ ନେଇପାରିବେ ।

ଉପରୋକ୍ତ କାରଣରୁ କେବଳ ନିଦ ଆସିନଥାଏ ତାହା ନୁହେଁ । ଆହୁରୀ ଅନେକ କାରଣ ରହିଛି ଯେପରି ଶରୀରର ହର୍ମୋନ କାରଣରୁ ମଧ୍ୟ ନିଦ ଆସିଥାଏ । ବେଳେବେଳେ ଖାଦ୍ୟ ଖାଇସାରିବା ପରେ ସେରୋଟିନିନ ବଢିବାରେ ଲାଗିଥାଏ । ଫଳରେ ବ୍ୟକ୍ତିକୁ ଶୋଇବାକୁ ଇଛା ହୋଇଥାଏ । କିଛି ଡାକ୍ତର ଏହା ମଧ୍ୟ କୁହନ୍ତି ଯେ, ଯଦି ବ୍ୟକ୍ତି ଟ୍ରିପ୍ଟୋଫେନ ନାମକ ଏମିନୋ ଏସିଡ ଯୁକ୍ତ ଭୋଜନ କରିଥାଏ ତେବେ ତାକୁ ନିଦ ଆସିଥାଏ । ଯେପରି ପନୀର, ଅଣ୍ଡା ଆଦି ଖାଦ୍ୟ ।

ଅଫିସରେ କାମ କରୁଥିବା ଲୋକଙ୍କ ପାଇଁ ନିଦ ଅସୁବିଧା ସୃଷ୍ଟି କରିଥାଏ । ଅଫିସରେ ନିଦ ନ ଆସିବା ପାଇଁ ଆପଣ ଖାଦ୍ୟରେ ଫାଇବର ଫୁଡ ମିଶାନ୍ତୁ । ଏହାଦ୍ୱାରା ବ୍ଲଡ ସୁଗାର ଲେବୁଲ ସମାନ ପରିସ୍ଥିତିରେ ରହିଥାଏ । ଏହାସହ ହାଲୁକା ଖାଦ୍ୟ ଖାଆନ୍ତୁ । ଦିନରେ ଆବଶ୍ୟକ ଠାରୁ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ । ଏହାଦ୍ୱାରା କାମ କରିବା ସମୟରେ ନିଦ ଆସିବ ନାହିଁ ।

 

Get real time updates directly on you device, subscribe now.