fbpx

ବଜେଟର ଗୋଟିଏ ଦିନ ପୂର୍ବରୁ ନିବେଶ କଲେ କାହିଁକି ମିଳିଥାଏ ନେଗେଟିଭ୍ ରିଟର୍ଣ୍ଣ ? ଷ୍ଟଡିରୁ ହେଲା ଖୁଲାସା

Advertisement

ମୁମ୍ବାଇ: ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଜୁଲାଇ ୩ୟ ସପ୍ତାହରେ ମୋଦୀ ସରକାରଙ୍କ ୩ୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ ହେବ । ଏହି ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ଶେୟାର ବଜାର କ୍ରମାଗତ ନୂତନ ରେକର୍ଡ଼ ସ୍ତର ଛୁଇଁଥିବା ଦେଖାଦେଇଛି । ନିକଟରେ ସେନସେକ୍ସ ୮୦ ହଜାର ଅଙ୍କ ପାର କରିଥିବା ବେଳେ ନିଫ୍ଟି ୨୪ ହଜାର ଉପରେ କାରବାର କରିଥିଲା । ବର୍ତ୍ତମାନ ଏହା ୨୫ ହଜାର ଅଙ୍କ ଆଡ଼କୁ ଗତି କରୁଛି । ତେବେ ବଜେଟ୍ ପ୍ରସ୍ତୁତ ହେବା ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ଅଧ୍ୟୟନ ସାମ୍ନାକୁ ଆସିଛି । ଏହି ଅଧ୍ୟୟନ ଅନୁଯାୟୀ ଶେୟାର ବଜାରରେ ନିବେଶକମାନେ ବଜେଟ୍ ଉପସ୍ଥାପନ କରିବାର ଏକ ସପ୍ତାହ ପୂର୍ବରୁ ନିଜ ଏକ୍ସପୋଜର କମ୍ କରିଥାନ୍ତି ଏବଂ ବଜେଟ୍ ଉପସ୍ଥାପନ କରିବାର ଏକ ସପ୍ତାହ ପରେ ପୁଣି ଥରେ ଶେୟାର ବଜାରରେ ଏଣ୍ଟ୍ରି କରିଥାନ୍ତି । ସେହିପରି ଯେଉଁମାନେ ବଜେଟ୍ ଉପସ୍ଥାପନ ହେବାର ଗୋଟିଏ ଦିନ ପୂର୍ବରୁ ଶେୟାର ବଜାରରେ ଏଣ୍ଟ୍ରି କରିଥାନ୍ତି ସେମାନଙ୍କୁ କ୍ଷତି ସହିବାକୁ ପଡ଼ିଥାଏ ।

SEBI ଦ୍ୱାରା ପଞ୍ଜିକୃତ ପୋର୍ଟଫୋଲିଓ ମ୍ୟାନେଜର, କ୍ୟାପିଟାଲ ମାଇଣ୍ଡ୍ ଫାଇନାନସିଆଲ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଗତ ୨୪ ବର୍ଷ ମଧ୍ୟରେ ବଜେଟ୍ ସମୟରେ ଷ୍ଟକ୍ ମାର୍କେଟ ଗତିବିଧି ଉପରେ ଅଧ୍ୟୟନ କରିଛନ୍ତି । ଏହି ଅଧ୍ୟୟନରୁ ପ୍ରକାଶ ଯେ ୨୦୦୦ ମସିହାରୁ CNX500 ୨୪ ବଜେଟ୍ ଦିନ ମଧ୍ୟରେ -୦.୧ ପ୍ରତିଶତ ମେଡିଆନ୍ ରିଟର୍ଣ୍ଣ ପ୍ରଦାନ କରିଥିଲା । ସେହିପରି ଗତ ୨୪ ବର୍ଷରେ ସର୍ବାଧିକ ରିଟର୍ଣ୍ଣ ୨୦୨୧ ଫେବୃଆରୀ ୧ରେ ନବେଶକଙ୍କୁ ପ୍ରାପ୍ତ ହୋଇଥିଲା । ଯାହାକି ୪.୧% ଅଟେ । ଅପରପକ୍ଷରେ ୨୦୦୯ ମସିହା ଜୁଲାଇ ୬ରେ ପ୍ରସ୍ତୁତ ହୋଇଥିବା ବଜେଟରେ ନିବେଶକଙ୍କୁ ସର୍ବାଧିକ କ୍ଷତି ସହିବାକୁ ପଡ଼ିଥିଲା । ଯାହାକି -୫.୪ ପ୍ରତିଶତ ଅଟେ । ନିବେଶକମାନେ ନେଗେଟିଭ୍ ରିଟର୍ଣ୍ଣରୁ ବର୍ତ୍ତିବା ପାଇଁ ଏକ ସପ୍ତାହ ପୂର୍ବରୁ ଶେୟାର ମାର୍କେଟରେ ଉତ୍ଥାନ ପତନ କାରଣରୁ ଏକ୍ସପୋଜର କମ୍ କରିଦେଇଥାନ୍ତି । ଏହି ସମୟରେ ସେମାନଙ୍କୁ ୬୩% ନେଗେଟିଭ୍ ରିଟର୍ଣ୍ଣ ମିଳିଥାଏ । ସେହିପରି ବଜେଟ୍ ଉପସ୍ଥାପନ ହେବାର ଏକ ସପ୍ତାହ ପରେ ଶେୟାର ବଜାରରେ ପ୍ରବେଶ କଲେ ୬୨% ପଜିଟିଭ୍ ରିଟର୍ଣ୍ଣ ମିଳିଥାଏ ।

Coporate Earnings Growth ଉପରେ ଲଙ୍ଗ୍ ଟର୍ମ ଶେୟାର ବଜାର ଗତିବିଧି ନିର୍ଭର କରିଥାଏ । ତେଣୁ ବଜେଟରୁ ଆଶା କିମ୍ବା ଘୋଷଣାକୁ ଆଧାର କରି ଇକ୍ୱିଟି ଆବଣ୍ଟନକୁ ଏଡ଼ାଇବା ପାଇଁ ନିବେଶକଙ୍କୁ ପରାମର୍ଶ ଦିଆଯାଇଥାଏ । ଏହା ପରିବର୍ତ୍ତେ ନିଜ ଆର୍ଥିକ ଲକ୍ଷକୁ ଧ୍ୟାନରେ ରଖି ନିବେଶ ପ୍ଲାନ୍ ସହ ଅଗକୁ ବଢ଼ିବା ଉଚିତ ।

 

Get real time updates directly on you device, subscribe now.