fbpx

Emerging Asia Cup ଫାଇନାଲରେ ଭାରତ ହାରିଲା କାହିଁକି: ପରାଜୟ ପଛର ୬ଟି ବଡ଼ କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଏମର୍ଜିଂ ଏସିଆ କପ ଫାଇନାଲ ମ୍ୟାଚରେ ପାକିସ୍ତାନ ଠାରୁ ଭାରତ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଛି । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୩୫୨ ରନ ସଂଗ୍ରହ କରିଥିବା ବେଳେ ଭାରତ ମାତ୍ର ୨୨୪ ରନରେ ଅଲଆଉଟ ହୋଇ ୧୨୮ ରନ୍ରେ ପରାସ୍ତ ହୋଇଛି । ତେବେ ବିଜୟ-ପରାଜୟ ପ୍ରତ୍ୟେକ ଖେଳର ଏକ ସାଧାରଣ କଥା । ମାତ୍ର ନିଜର ଭୁଲକୁ ସୁଧାରି ପାରିଲେ ତାହା ଜଣେ ଖେଳାଳି ଓ ଦଳ ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଆଜି ଭାରତ ହାରିବାର ଅନେକ କାରଣ ରହିଛି ।

୧- ଭାରତ ଟସ୍ ଜିତିଥିଲେ ବି ଅଧିନାୟକ ୟଶ ଧୂଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଫଳରେ ପାକିସ୍ତାନ ବିଶାଳ ରନର ପାହାଡ଼ ଛିଡ଼ା କରିପାରିଥିଲା । ୟଶଙ୍କ ରଣନୀତି ପ୍ରଥମରୁ ଫେଲ୍ ମାରିଥିଲା ।

୨- ପାକିସ୍ତାନର ଦୁଇ ଓପନର ୱିକେଟ ହାସଲ କରି ନପାରିବା ଫଳରେ ତାହା ଭାରତର ବୋଲିଂ ଦୁର୍ବଳତାକୁ ପଦାରେ ପକାଇଥିଲା । ଦୁଇ ଓପନର ୧୨୧ ରନ ପାର୍ଟନରଶିପ୍ କରିବା ଫଳରେ ତାହା ଦଳର ବଡ଼ ସ୍କୋର ପାଇଁ ସହାୟକ ହୋଇପାରିଥିଲା ।

୩- ୨୭ ବେଳକୁ ପାକିସ୍ତାନ ୩ଟି ୱିକେଟ ହରାଇ ୧୮୩ ରନ କରି ମଜବୁତ ସ୍ଥିତିରେ ପହଞ୍ଚି ଯାଇଥିଲା । ପାକିସ୍ତାନୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ଭାରତୀୟ ବୋଲର ।

୪- ଉଭୟ ବ୍ୟାଟିଂ ଓ ବୋଲିଂରେ ପାକିସ୍ତାନରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ବେଳେ ଭାରତ ଏ କ୍ଷେତ୍ରରେ ପଛରେ ପଡ଼ିଥିଲା, ଯାହାକି ଦଳର ପରାଜୟର ବଡ଼ କାରଣ ସାଜିଥିଲା ।

୫- ୨୫ ଓଭର ମ୍ୟାଚ ବେଳକୁ ଭାରତ ୫ଟି ୱିକେଟ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା । ମ୍ୟାଚ ଅଧାରୁ ହିଁ ଭାରତର ପରାଜୟ ଜଳ ଜଳ ହୋଇ ସ୍ପଷ୍ଟ ଦିଶୁଥିଲା ।

୬- ଭାରତର କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିବାରେ ସଫଳ ହୋଇପାରି ନଥିଲେ । ଜଣେ ମାତ୍ର ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିପାରିନଥିଲେ ।

Get real time updates directly on you device, subscribe now.