fbpx

ମାଇଲଖୁଣ୍ଟ କ’ଣ ପାଇଁ ବିଭିନ୍ନ ରଂଗର ହୋଇଥାଏ ? ଜାଣନ୍ତୁ ଏହା ପଛର କାରଣ…

Advertisement

ଓଡ଼ିଶା ଭାସ୍କର: ସାଧାରଣତଃ ରାଜପଥରେ ଯାତ୍ରା କରୁଥିବା ସମୟରେ ଆମେ ବିଭିନ୍ନ ରଂଗର ମାଇଲଖୁଣ୍ଟ ଦେଖିଥାଉ । ଏହି ମାଇଲଖୁଣ୍ଟରେ ଲେଖାଯାଇଥିବା ସଂଖ୍ୟା, ସ୍ଥାନର ଦୂରତା ବିଷୟରେ ସୂଚାଇଥାଏ । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ପ୍ରତ୍ୟେକ ମାଇଲଖୁଣ୍ଟର ରଂଗ ଭିନ୍ନ ଥିବା ପଛରେ କାରଣ କ’ଣ ? ଆସନ୍ତୁ ଜାଣିବା ସେ ବିଷୟରେ:

୧. ହଳଦିଆ ମାଇଲଖୁଣ୍ଟ: ହଳଦିଆ ମାଇଲଖୁଣ୍ଟ ଜାତୀୟ ରାଜପଥକୁ ସୂଚାଇଥାଏ । ଏହି ରାଜପଥ ଗୁଡ଼ିକ ଗୋଟିଏ ରାଜ୍ୟକୁ ଅନ୍ୟ ରାଜ୍ୟ ବା ସହର ସହ ସଂଯୋଗ କରିଥାଏ । ଜାତୀୟ ରାଜପଥ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାରଙ୍କର ଅଧୀନରେ ଆସିଥାଏ ।

୨. ସବୁଜ ମାଇଲଖୁଣ୍ଟ: ରାଜପଥରେ ଯାତ୍ରା କରୁଥିବା ସମୟରେ ସବୁଜ ରଂଗର ମାଇଲଖୁଣ୍ଟ ଦେଖିଲେ ବୁଝିଯିବେ ଆପଣ ଜାତୀୟ ରାଜପଥ ଛାଡ଼ି ରାଜ୍ୟ ରାଜପଥରେ ପହଂଚିଛନ୍ତି । ଏହି ସବୁ ରାଜପଥର ନିର୍ମାଣ ଏବଂ ରକ୍ଷଣାବେକ୍ଷଣର ଦାୟିତ୍ୱ ରାଜ୍ୟ ସରକାରଙ୍କ ଅଧୀନରେ ଆସିଥାଏ ।

୩. କମଳା ରଂଗର ମାଇଲଖୁଣ୍ଟ: କୌଣସି ଗ୍ରାମୀଣ ରାସ୍ତା ଦେଇ ଯାଉଥିଲେ ଆପଣ କମଳା ରଂଗର ମାଇଖୁଣ୍ଟ ଦେଖିଥାନ୍ତି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ଏହି ସବୁ ରାସ୍ତାଗୁଡ଼ିକର ନିର୍ମାଣ ଓ ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଥାଏ ।

୪. ଅନ୍ୟ ରଂଗର ମାଇଲଖୁଣ୍ଟ: ହଳଦିଆ, ସବୁଜ ଏବଂ କମଳା ରଂଗର ମାଇଲଖୁଣ୍ଟ ବ୍ୟତୀତ ଅନ୍ୟ କୌଣସି ରଂଗର ମାଇଲଖୁଣ୍ଟ ଦେଖିଲେ ଜାଣିବେ ଯେ ଆପଣ କୌଣସି ବଡ଼ ସହର ବା ଜିଲ୍ଲାରେ ପ୍ରବେଶ କରିଛନ୍ତି । ଏହି ସବୁ ରାସ୍ତାଗୁଡ଼ିକର ନିର୍ମାଣ ଏବଂ ରକ୍ଷଣାବେକ୍ଷଣର ଦାୟିତ୍ୱ ସ୍ଥାନୀୟ ନଗର ନିଗମ କିମ୍ବା ଜିଲ୍ଲା ପ୍ରଶାସନ ଅଧୀନରେ ରହିଥାଏ ।

 

Get real time updates directly on you device, subscribe now.