ଧଳାରୁ କଳା ହେଲା କାହିଁକି ଟାୟାରର ରଙ୍ଗ: ଜାଣନ୍ତୁ କଣ ରହିଛି କାରଣ

ଆମେ ଯେତେବେଳେ କୌଣସି କାର୍, ବାଇକ, କିମ୍ବା ସାଇକେଲ କିଣିଥାନ୍ତି ସେତେବେଳେ ଆମ ପାଖରେ ଏହାକୁ ନେଇ ଅନେକ ରଙ୍ଗର ବିକଳ୍ପ ରହିଥାଏ । ଯାହାଦ୍ୱାରା ଆମେ ଆମ ମନ ପସନ୍ଦ ରଙ୍ଗର ଗାଡି କିଣିଥାଉ । କିନ୍ତୁ ଯେତେବେଳେ ଟାୟାର କିଣିବାର ସମୟ ଆସିଥାଏ ଆମ ପାଖରେ ଏପରି କିଛି ବକଳ୍ପ ନଥାଏ । ଟାୟାର ସାଇଜ, କମ୍ପାନୀ କିମ୍ବା ଷ୍ଟାଇଲ ଭିନ୍ନ ଭିନ୍ନ ହୋଇପାରେ କିନ୍ତୁ ଏହାର ରଙ୍ଗ ସର୍ବଦା କଳା ହିଁ ହୋଇଥାଏ । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି ଟାୟାରର ରଙ୍ଗ କଳା କାହିଁକି । ଅଲଗା ରଙ୍ଗର ଟାୟାର କାହିଁକି ନାହିଁ । ବର୍ତ୍ତମାନ ଆସନ୍ତୁ ଜାଣିବା ଟାୟାରର ରଙ୍ଗ କଳା କାହିଁକି ।

ଧଳା ଥିଲା ଟାୟାରର ରଙ୍ଗ: ବହୁତ କମ ଲୋକ ଜାଣିଛନ୍ତି ଯେ ପ୍ରାୟ ୧୨୫ ବର୍ଷ ପୂର୍ବେ ଟାୟାରର ରଙ୍ଗ କ୍ଷୀର ପରି ଧଳା ଥିଲା । କାରଣ ଟାୟରେ ଯେଉଁ ରବର ବ୍ୟବହାର ହେଉଥଲା ତାହା ସମ୍ପୂର୍ଣ୍ଣ ଧଳା ଥିଲା । କିନ୍ତୁ ବର୍ତ୍ତମାନ ଟାୟାର ତିଆରି କରିବା ପାଇଁ ଅନ୍ୟ ସାମଗ୍ରୀ (ମେଟେରିଆଲ୍) ବ୍ୟବହାର କରାଯାଉଛି । ଯାହା ଦ୍ୱାରୋ ଏହା ବଜବୁତ ରହିବା ସହ ଦୀର୍ଘ ପର୍ଯ୍ୟନ୍ତ ଚାଲୁଛି । ତେବେ ଆଗରୁ ହେଉଥିବା ଟାୟାର ଖୁବ୍ କମ ମଜବୁତ ଥିଲା । ଯେଉଁ କାରଣରୁ ଭାରି ସାମଗ୍ରୀ ନେବା ଆଣିବାରେ ଅନେକ ଅସୁବିଧା ହେଉଥିଲା । ଏଥିସହିତ ଏହା ରାସ୍ତାରେ ମଧ୍ୟ ଦ୍ରୁତ ଗତିରେ ଚାଲିପାରୁନଥିଲା ।

କାହିଁକି ଟାୟାରର ରଙ୍ଗ କଳା: ଟାୟାରକୁ ମଜବୁତ ଏବଂ ଅନେକ ଦିନ ଭଲ ରଖିବା ଏବଂ ଚାଲିବା ପାଇଁ ଷ୍ଟ୍ରଙ୍ଗ ପଦାର୍ଥର ଆବଶ୍ୟକତା ଥିଲା । ଯାହାଫଳରେ ଏହି ଧଳା ରଙ୍ଗର ପଦାର୍ଥରେ କାର୍ବନ କଳା ମିଶା ଦିଆଗଲା ।ଯାହାକି ଟାୟାରରେ ପରିବର୍ତ୍ତନ ଆଣିବା ସହ ରଙ୍ଗରେ ମଧ୍ୟ ପରିବର୍ତ୍ତ ଆସିଗଲା । ତେବେ ବିସିସିଆଇର ରିପୋର୍ଟ ଅନୁଯାୟୀ ସାଧା ରବରରେ ନିର୍ମିତ ଟାୟାର ପ୍ରାୟ ୮,୦୦୦ କିଲୋମିଟର ଚାଲିଥିବା ବେଳେ କାର୍ବନଇଜଡ୍ ରବରେ ନର୍ମିତ ଟାୟାର ଦୀର୍ଘ ୧ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଚାଲିଥାଏ ।