କାହିଁକି ହଠାତ୍ ଇରାକରେ ପହଞ୍ଚିଲେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ହଠାତ୍ ଇରାକର ରାଜଧାନୀ ବାଗଦାଦରେ ପହଞ୍ଚିଥିଲେ । ସେ ଇରାକ ପ୍ରଧାନମନ୍ତ୍ରୀ ମହମ୍ମଦ ସିଆ ଅଲ୍ ସୁଦାନୀଙ୍କୁ ଭେଟିଥିଲେ । ଆମେରିକାର ବୈଦେଶିକ ସଚିବ ତୁର୍କୀର ଆଙ୍କାରାରୁ ଆମେରିକା ବାୟୁସେନାର ସି-୧୭ ବିମାନରେ ବାଗଦାଦରେ ପହଞ୍ଚିଥିଲେ । ଆମେରିକୀୟ ଦୃଷ୍ଟିକୋଣରୁ ଆଣ୍ଟୋନି ବ୍ଲିଙ୍କେନ୍ ଙ୍କୁ ଇରାକ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସିରିଆର ସ୍ଥିତିକୁ ଦୃଷ୍ଟିରେ ରଖି ଇରାକର ଗୁରୁତ୍ୱ ବଢିଯାଇଛି । ଇରାକ ହେଉଛି ସିରିଆର ଏକ ପଡ଼ୋଶୀ ଦେଶ ।

ସିରିଆଅଞ୍ଚଳରେ ତଥାକଥିତ ଇସ୍ଲାମିକ୍ ଷ୍ଟେଟ୍ ସଙ୍ଗଠନକୁ ନିୟନ୍ତ୍ରଣ ଓ ଦୁର୍ବଳ କରିବା ପାଇଁ ଆମେରିକା ଓ ଇରାକ୍ ର ମିଳିତ ଆଗ୍ରହ ରହିଛି ବୋଲି ବିବିସିର ରିପୋର୍ଟର କହିଛନ୍ତି । ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି ଯେ ସିରିଆରେ ତଥାକଥିତ ଇସ୍ଲାମିକ ଷ୍ଟେଟ୍ ସଙ୍ଗଠନର ପୁନଃ ଆବିର୍ଭାବକୁ ରୋକିବା ପାଇଁ ସେ ଇରାକ ଗସ୍ତ ସମୟରେ ଏକ ରଣନୀତି ପ୍ରସ୍ତୁତ କରିବାକୁ ଚେଷ୍ଟା କରିବେ । ଇରାକ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ବ୍ଲିଙ୍କେନ୍ କହିଛନ୍ତି, ଇରାକ ଅନ୍ୟ କୌଣସି ଦେଶ ତୁଳନାରେ ସ୍ଥିରତାର ଆବଶ୍ୟକତାକୁ ଅଧିକ ବୁଝିଛି ।