‘ସ୍ତ୍ରୀ ଅଶ୍ଳୀଳ ଫିଲ୍ମ ଦେଖିବା, ନୁହେଁ ଅପରାଧ’, ହାଇକୋର୍ଟଙ୍କ ବଡ଼ ଶୁଣାଣି

ଅଶ୍ଳୀଳ ଫିଲ୍ମ ଦେଖୁଥିଲା ସ୍ତ୍ରୀ, ସ୍ୱାମୀ କଲା ଛାଡ଼ପତ୍ର ଦାବି, ହାଇକୋର୍ଟ ଶୁଣାଣି କଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଛାଡ଼ପତ୍ରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ମାଡ୍ରାସ ହାଇକୋର୍ଟ ଏହାର ଶୁଣାଣି କରିଛନ୍ତି ।

ଏହି ମାମଲାରେ ସ୍ତ୍ରୀ ଜଣକ ଅଶ୍ଳୀଳ ଭିଡିଓ ଦେଖିବା ଏବଂ ହନିମୁନ କରିବା କାର୍ଯ୍ୟ ସ୍ୱାମୀଙ୍କୁ ପସନ୍ଦ ନଥିଲା । ସ୍ୱାମୀ ଜଣକ ଏହି କଥାକୁ କେନ୍ଦ୍ର କରି କୋର୍ଟରେ ଛାଡ଼ପତ୍ର ଦାବି କରିଥିଲେ ।

ହେଲେ ହାଇକୋର୍ଟ ଏହି ଛାଡ଼ପତ୍ରର ପିଟିସନକୁ ଖାରଜ କରି କହିଥିଲେ ଯେ, ଏହି ଯୁକ୍ତି ଅପରାଧ ନୁହେଁ ଏବଂ ନା ଏହା ଛାଡ଼ପତ୍ର ମାଗିବାର କାରଣ ।

ଫ୍ୟାମିଲି କୋର୍ଟ ଏହି ଅବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଆବେଦନକାରୀ ହାଇକୋର୍ଟରେ ଛାଡ଼ପତ୍ର ପାଇଁ ନିବେଦନ କରିଥିଲା ।

ବିଚାରପତି ଜି ଆର ସ୍ୱାମୀନାଥନ ଏବଂ ଆର ପୂର୍ଣ୍ଣିମାଙ୍କ ଖଣ୍ଡପୀଠ ବୁଧବାର ଦିନ କହିଛନ୍ତି ଯେ, ଯେତେବେଳେ ପୁରୁଷଙ୍କ ହସ୍ତମୈଥୁନକୁ ସ୍ୱୀକାର କରାଯାଉଛି, ତେବେ ମହିଳାଙ୍କ ଦ୍ୱାରା ହସ୍ତମୈଥୁନକୁ କଳଙ୍କିତ କରାଯାଇପାରିବ ନାହିଁ ।

ଏହି ମାମଲାର ଶୁଣାଣି କରି ଜଜ କହିଛନ୍ତି ଯେ, ଯଦି ବିବାହ ପରେ କୌଣସି ମହିଳା ଅବୈଧ ସଂପର୍କ ରଖିଲା ତେବେ ଏହା ଛାଡ଼ପତ୍ର ପାଇଁ କାରଣ ହୋଇପାରେ ।

କିନ୍ତୁ ଆତ୍ମ-ସୁଖରେ ଲିପ୍ତ ହେବା ବିବାହ ବିଚ୍ଛେଦର କାରଣ ହୋଇପାରିବ ନାହିଁ । ଏହା କୁହାଯାଇ ପାରିବା ନାହିଁ ଯେ, ଏହା ସ୍ୱାମୀ ସଙ୍ଗେ ଅପରାଧ ହେଉଛି ।