fbpx

ପୁଣି ଓଡିଶା ଆସିବେ ମହାମହିମ ରାଷ୍ଟ୍ରପତି; ଏହିସବୁ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ୱର: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣିଥରେ ଓଡିଶା ଗସ୍ତରେ ଆସୁଛନ୍ତି । ସେ ୨ ଦିନିଆ ଓଡିଶା ଗସ୍ତରେ ଆସୁଥିବା ବେଳେ ଫେବୃଆରୀ ୧୦ ତାରିଖରେ ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିବେ । ତେବେ ଏନେଇ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୧୦ ତାରିଖରେ ଓଡିଶା ଗସ୍ତରେ ଆସିବେ । ଏହାପରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିସହିତ ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଏନେଇ ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି । କିନ୍ତୁ ରଷ୍ଟ୍ରପତି ଓଡିଶା ଆସିବା ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ପ୍ରକାର ବିଜ୍ଞପ୍ତି ବାହାରି ନଥିବା ଜଣାପଡିଛି ।

ତେବେ ରାଷ୍ଟ୍ରପତି ଓଡିଶା ଆସିବା ପରେ ସିଧାସଳଖ ରାଜଭବନ ଯିବେ ଏବଂ ଏହାପରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ତାହା ଶେଷକରି ରାଷ୍ଟ୍ରପତି ରାଜଭବନରେ ରାତ୍ରୀଯାପନ କରିବେ । ଏଥିସହିତ ଫେବ୍ରୁଆରୀ ୧୧ରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଜ୍ଞାନ ମିଶନ ସହ ଅନ୍ୟ କିଛି କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ମହାମହିମ ରାଷ୍ଟ୍ରପତି ରାଜ୍ୟର କିଛି ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.