fbpx

ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚେହେରା ହେବେ କି ସଞ୍ଜୟ ଭାଟିଆ ? ତାଙ୍କ ନାଁକୁ ନେଇ କାହିଁକି ହେଉଛି ଚର୍ଚ୍ଚା

ଚଣ୍ଡିଗଡ଼: ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଇସ୍ତଫା ପତ୍ର ହରିୟାଣାର ରାଜ୍ୟପାଳ Bandaru Dattatreyaଙ୍କୁ ପ୍ରଦାନ କରିଛନ୍ତି । ଏନେଇ ରାଜସ୍ଥାନର ରାଜନୈତିକ ହଟଚମଟ ଦେଖାଦେଇଛି । ଏଥିମଧ୍ୟରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ବିଭିନ୍ନ କଳ୍ପନା ଜଳ୍ପନା ଲାଗି ରହିଛି । ହରିୟାଣାର ବିଜେପି ଅଧ୍ୟକ୍ଷ ନାୟାବ ସୈନି ଏବଂ ବିଜେପି ସାଂସଦ ସଞ୍ଜୟ ଭାଟିଆ ମୁଖ୍ୟମନ୍ତ୍ରୀ ରେସରେ ସାମିଲ ଥିବାବେଳେ ସଞ୍ଜୟ ଭାଟିଆଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କିଏ ଏହି ସଞ୍ଜୟ ଭାଟିଆ ?

ହରିୟାଣାର କରନାଲ ଆସନରୁ ବିଜେପି ସାଂସଦ ହେଉଛନ୍ତି ସଞ୍ଜୟ ଭାଟିଆ । ୫୬ ବର୍ଷୀୟ ସଞ୍ଜୟ ଭାଟିଆ ହରିୟାଣାର ଅନେକ ବୋର୍ଡ଼ର ସଦସ୍ୟ ଏବଂ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପନ୍ନ କରିସାରିଛନ୍ତି । ପାନିପତ(Panipat)ର ମଡ଼େଲ ଟାଉନ୍ ବାସିନ୍ଦା ହେଉଛନ୍ତି ସଞ୍ଜୟ । କଲେଜ ଜୀବନରୁ ସେ ବିଜେପିର ଛାତ୍ର ୱିଙ୍ଗ୍ ABVP ସହ ଜଡ଼ିତ ଥିଲେ । ୧୯୮୭ରେ ମଣ୍ଡଳ ସଚିବ ହେଲା ପରେ ୧୯୮୯ରେ ABVP ର ଜିଲ୍ଲା ମହାସଚିବ ହୋଇଥିଲେ । ପରେ ୧୯୯୮ ମସିହାରେ ସଞ୍ଜୟ ଭାଟିଆ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ମହାସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଶିକ୍ଷାଗତ ଯୋଗ୍ୟତା: ସଞ୍ଜୟ ଭାଟିଆ ଆଇବି କଲେଜ(ପାନିପତ)ରୁ B.Comରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଏହା ସହ କୁରୁକ୍ଷେତ୍ର ବିଶ୍ୱବିଦ୍ୟାଳୟ, ହରିୟାଣାରୁ ଶିକ୍ଷା ଲାଭ କରିଛନ୍ତି ।

Get real time updates directly on you device, subscribe now.