fbpx

ମାସକୁ ଦୁଇଥର ଗାଧୋଉଛନ୍ତି ସ୍ବାମୀ, ଗନ୍ଧ ହେଉଛି…. ମୁଁ ଛାଡପତ୍ର ଦେବି କହିଲେ ସ୍ତ୍ରୀ

ନୂଆଦିଲ୍ଲୀ: କୌଣସି ବ୍ୟକ୍ତି ଛାଡପତ୍ର ନେବା ଆଗରୁ 100 ଥର ଭାବିଥାନ୍ତି । ସମାଜକୁ ଡରି ଅନେକ ଲୋକ ଇଚ୍ଛା ଥିଲେ ମଧ୍ୟ ଡିଭୋର୍ସ ଦିଅନ୍ତି ନାହିଁ । ତେବେ ଏହାରି ଭିତରେ ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସ୍ବାମୀ ଗାଧୋଉ ନଥିବା କାରଣରୁ ସ୍ତ୍ରୀ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛି । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ ।

40 ଦିନରେ ଦୁଇଥର ଗାଧୋଇ ଥିଲେ ସ୍ବାମୀ- ସ୍ବାମୀ ପ୍ରତିଦିନ ନଗାଧୋଇବା କାରଣରୁ ବିବ୍ରତ ହୋଇପଡିଲେ ସ୍ତ୍ରୀ । ଏଥିପାଇଁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ, 40 ଦିନ ପୂର୍ବରୁ ଉଭୟଙ୍କର ବିବାହ ହୋଇଥିଲା । ବର୍ତ୍ତମାନ ମହିଳାଜଣକ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସ୍ବାମୀ ମାସକୁ ଦୁଇଥର ଗାଧାଉଛନ୍ତି । ଏଥପାଇଁ ତାଙ୍କ ଶରୀରରୁ ଏକ ପ୍ରକାର ଦୁର୍ଗନ୍ଧ ବାହାରୁଛି । ସ୍ବାମୀ ନିଜ ଶରୀରର ସଠିକ ଯତ୍ନ ନେଉନାହାନ୍ତି, ତେଣୁ ମୁଁ ତାଙ୍କୁ ଛାଡପତ୍ର ଦେବି ବୋଲି କହିଛନ୍ତି ସ୍ତ୍ରୀ । 40 ଦିନରେ ମାତ୍ର 6 ଥର ଗାଧୋଇଛନ୍ତି ଏବଂ ଅନ୍ୟ ସବୁଦିନ ଗଙ୍ଗାଜଳ ଛିଞ୍ଚୁଛନ୍ତି ବୋଲି ଅଭିଯୋଗରେ ଦର୍ଶାଇ ସେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ।  ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ଏହା ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.