fbpx

ଅସୁସ୍ଥ ପୁଅକୁ ଦେଖିବାକୁ ପାଇଁ ୩ ଦିନରେ ୬ ରାଜ୍ୟ ପାର କରି ରାଜସ୍ଥାନରେ ପହଞ୍ଚିଲେ ମହିଳା

ପିଲାଙ୍କ ପାଇଁ ଅସମ୍ଭବ କାର୍ଯ୍ୟକୁ ବି ସମ୍ଭବ କରିଥାଏ ଜଣେ ମା । ସେହିଭଳି କେରଳର ଜଣେ ୫୦ ବର୍ଷୀୟ ମହିଳା ବିଏସଏଫରେ ଥିବା ନିଜର ଅସୁସ୍ଥ ପୁଅକୁ ଦେଖିବା ପାଇଁ ୩ ଦିନରେ ୬ ଟି ରାଜ୍ୟ ପାର କରି ରାଜସ୍ଥାନରେ ପହଞ୍ଚିଛନ୍ତି । ରାଜସ୍ଥାନରେ ପହଞ୍ଚିବା ପରେ ମହିଳାଙ୍କ ମାଂସପେଶୀ ଫୁଲିଥିବାର ଦେଖିବାକୁ ମିଳିଥିଲା ।

ତେବେ ଦେଶବ୍ୟାପୀ ଲକ୍-ଡାଉନ୍ ଚାଲିଥିବା ବେଳେ ନିଜର ଅସୁସ୍ଥ ପୁଅକୁ ଦେକିବାକୁ ବିଚଳିତ ହୋଇପଡିଥିଲେ ମହିଳା । କେନ୍ଦ୍ରମନ୍ତ୍ରୀ ଭି.ମୁରଲୀଧରନ, ମୁଖ୍ୟମନ୍ତ୍ରୀ ପିନାରାଇ ଭାଇଜାନଙ୍କ ସହାୟତରେ ମହିଳାଙ୍କୁ ଆବଶ୍ୟକ ପାସ୍ ଓ ହେଲ୍ପଲାଇନରୁ ଏକ କ୍ୟାବର ବ୍ୟବସ୍ଥା ହୋଇଥିଲା । ମହିଳା ଜଣକ ୩ ଦିନରେ ୨୭୦୦ କିଲେମିଟର ଅତିକ୍ରମ କରିଥିବା ଜଣାପଡିଛି ।

Get real time updates directly on you device, subscribe now.