୧୦ ବର୍ଷର ପୁଅ ଉପରେ ବସିଗଲା ଦେଢ଼ କ୍ୱିଣ୍ଟାଲର ମାଆ, ଶେଷରେ ଅଣନିଃଶ୍ୱାସୀ ହୋଇ…
ପୁଅକୁ ଚାପିଦେଲା ଦେଢ଼ କ୍ୱିଣ୍ଟାଲର ମାଆା ଅଭିଯୁକ୍ତ ମାଆକୁ ୬ ବର୍ଷ ଦଣ୍ଡାଦେଶ ଶୁଣାଇଲେ କୋର୍ଟା
ୱାଶିଂଟନ୍: ଜଣେ ମାଆ ପାଇଁ ଚାଲିଗଲା ପୁଅର ଜୀବନ । ଏହା ଠାରୁ ଦୁଃଖଦାୟକ ଆଉ କ’ଣ ହୋଇପାରେ ।
ଜଣେ ମହିଳା ଯାହାଙ୍କ ଓଜନ ପ୍ରାୟ ୧୫୪ କିଲୋଗ୍ରାମ ତାଙ୍କ ପୁଅ ଉପରେ ବସି ହତ୍ୟା କରିବା ଅଭିଯୋଗରେ ତାଙ୍କୁ ୬ ବର୍ଷ ଜେଣ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।
ତେବେ ଉକ୍ତ ମହିଳାଙ୍କ ଟ୍ରାଏଲ ସମୟରେ ସେ ସ୍ୱୀକାର କରିଥିଲେ କି ସେ ପୁଅ ଉପରେ ପ୍ରାୟ ୫ ମିିନିଟ୍ ପାଇଁ ବସିଥିଲେ ।
ମାମଲା କ’ଣ: ଆମେରିକା ଇଣ୍ଡିଆନା ରାଜ୍ୟରେ ଜେନିଫର ଲି ୱିଲସନ୍ ନାମକ ଜଣେ ମହିଳା ନିଜ ୧୦ ବର୍ଷର ପୁଅ ଡାକୋଟା ଲେଭି ଷ୍ଟିଭେନ୍ସ ଉପରେ ବସିଯାଇଥିଲେ । ଫଳରେ ଅଣନିଃଶ୍ୱାସି ହେବା ଯୋଗୁଁ ତାର ମୃତ୍ୟୁ
ଏହି ଘଟଣା ହେଉଛି ଗତ ବର୍ଷ ଏପ୍ରିଲ ମାସର।
୬ ବର୍ଷ ଜେଲ୍: ବରିଷ୍ଠ ବିଚାରପତି ମାଇକେଲ ବର୍ଗରସନ୍ ଅଭିଯୁକ୍ତ ୱିଲିୟମସନଙ୍କୁ ସର୍ବାଧିକ ୬ ବର୍ଷ ପାଇଁ ସୁଧାର ଗୃହରେ ଦଣ୍ଡ ଭୋଗିବାକୁ ନିଦେ୍ର୍ଦଶ ଦେଇଛନ୍ତି ।
କ’ଣ ଥିଲା କାରଣ: ୧୦ ବର୍ଷର ପୁଅ ଡାକୋଟା ଲେଭି ଷ୍ଟିଭେନ୍ସ ବାରମ୍ବାର ଦୁଷ୍ଟାମି କରୁଥିଲା । ପଡ଼ିଶା ଘରକୁ ଦୌଡ଼ି ପଳାଉଥିଲା ।
ପୁଅକୁ ଅଟକାଇବା ପାଇଁ ଜେନିଫର କିଛି ଉପାୟ ନ ପାଇ ତା’ ଉପରେ ବସିପଡ଼ିଥିଲେ ।
ପ୍ରାୟ ୧୫୪ କେଜି ମାଆର ଭାର ପୁଅ ସମ୍ଭଳି ନ ପାରି ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଯାଇଥିଲାା
କ’ଣ କହିଲେ ଡାକ୍ତର: କିଛି ଅଘଟଣ ହେବା ଆଶଙ୍କା ଜାଣି ଜେନିଫରୁ ପୁଅକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସ୍ପଷ୍ଟ କରିଥିଲେ ।
ତାଙ୍କ ବେକ ଏବଂ ଛାତିରେ ଆଘାତ ଲାଗିଥିବା ଜଣାପଡ଼ିଛି । ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ଡାକୋଟାଙ୍କ ଓଜନ ପ୍ରାୟ ୪୦ କିଲୋଗ୍ରାମ ଏବଂ ଉଚ୍ଚତା ୪ ଫୁଟ୍ ୧୦ ଇଞ୍ଚ୍ ।