fbpx

ସୀମା ଟପିଲା ନୃଶଂସତା, ମହିଳାଙ୍କୁ ପିଟିବା ପରେ ପ୍ରାଇଭେଟ ପାର୍ଟରେ ଲଙ୍କାଗୁଣ୍ଡ ପକାଇଦେଲେ ପରିବାର ଲୋକ, ଭାଇରାଲ ହେଉଛି ଭିଡିଓ…

Advertisement

ସୀମା ଟପିଲା ବର୍ବରତା… ମହିଳାଙ୍କୁ ନୃଶଂସ ଭାବରେ ପିଟିଲେ ପରିବାର ଲୋକେ… ଖାଲି ସେତିକି ନୁହେଁ, ମହିଳାଙ୍କ ପ୍ରାଇଭେଟ ପାର୍ଟରେ ପକାଇଲେ ଲଙ୍କାଗୁଣ୍ଡ । ଜମିଜମା ବିବାଦକୁ ନେଇ ପରିବାର ତଥା ନିଜ ସମ୍ପର୍କୀୟମାନେ ଯେ ଏତେ ନୃଶଂସ ହୋଇପାରନ୍ତି ତାହା ଏଠାରେ ଦେଖିବାକୁ ମଳିଛି । ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ପୀଡ଼ିତା ମହିଳା ପୋଲିସକୁ ଦେଇଥିବା ବୟାନରେ କହିଛନ୍ତି ଯେ ଯେ ଜମିଜମା ବିବାଦକୁ ନେଇ ତାଙ୍କ ସମ୍ପର୍କୀୟମାନେ ତାଙ୍କ ଘରେ ପଶିଥିଲେ । ପଥମେ ତାଙ୍କୁ ବାଡ଼େଇଥିଲେ ପରେ ଦେଢ଼ଶୂର ଏବଂ ପୁତୁରା ତାଙ୍କର କପଡ଼ା ଫାଡ଼ିଦେଇଥିଲେ ଏବଂ ତାଙ୍କ ସହ ଅଶ୍ଲୀଳ ବ୍ୟବହାର କରିଥିଲେ ଏବଂ ତାଙ୍କ ପ୍ରାଇଭେଟ ପାର୍ଟରେ ଲଙ୍କା ଗୁଣ୍ଡ ପକାଇଦେଇଥିଲେ । ଖାଲି ସେତିକି ନୁହେଁ ମହିଳାଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାରେ ଉପରେ ବୁଲାଇଥିଲେ ।

ତେବେ ଏଭଳି ନୃଶଂସ ଘଟଣା ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲା ତିନ୍ଦୱାରର ଗ୍ରାମରେ ଘଟିଛି । ଭାଇରାଲ ହେଉଥିବା ଭିଡିଓରେ ମହିଳାଙ୍କ ଉପରେ କିଭଳି ଅତ୍ୟାଚାର କରାଯାଉଛି । ସେପଟେ ପୋଲିସ କହିଛି ଯେ ଏହି ଭିଡିଓ ୨୫ ଜୁଲାଇର । ଯେଉଁଥିରେ କିଛି ଲୋକ ଜଣେ ମହିଳାଙ୍କୁ ପଟୁଥିବାର ଜଣାପଡ଼ିଛି । ମହିଳା କହିଥିଲେ ସେଠାରେ ପ୍ରାଣ ବିକଳରେ ପଳାଇଆସିଥିଲେ । ଥାନାରେ ମାମଲା ରୁଜୁ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତାଙ୍କୁ ନ୍ୟାୟ ପାଇଁ ସେ ଦାବି କରିଛନ୍ତି । ଏହି ଘଟଣା ଉପରେ ବାନ୍ଦା ଡିଏସପି ଆନନ୍ଦ କୁମାର କହିଛନ୍ତି ଯେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ଘଟଣା ତଦନ୍ତ କରାଯାଉଛି ।

Get real time updates directly on you device, subscribe now.