fbpx

ଲାଲକିଲ୍ଳା ଉପରେ ମାଲିକାନା ଦାବି କଲେ ମହିଳା: ଯାଚିକା ଖାରଜ କରିଦେଲେ କୋର୍ଟ, କହିଲେ ଏମିତି

ନୂଆଦିଲ୍ଲୀ: ଦିଲ୍ଲୀର ଜଣେ ମହିଳା ନିଜକୁ ମୋଗଲ ରାଜା ବାହାଦୂର ଶାହ ଜାଫରଙ୍କ ପଣ ନାତିଙ୍କ ବିଧବା ବୋଲି ଦାବି କରିବା ସହିତ ଲାଲକିଲ୍ଲା ଉପରେ ନିଜର ହକ ଜାହିର କରିବାକୁ ପ୍ରୟାସ କରିଥିଲେ । ମୋଗଲ ସାମ୍ରଜ୍ୟର ଅନ୍ତିମ ରାଜା ରହିଥିବା ବାହାଦୂର ଶାହ ଜାଫର-୨ଙ୍କ ପଣ ନାତୁଣି ବୋହୂ ହିସାବରେ ଲାଲକିଲ୍ଲା ଉପରେ ମୋର ମାଲିକାନା ରହିବା ଆବଶ୍ୟକ । ଯଦି ଏହା ସମ୍ଭବ ନୁହେଁ ତେବେ ତାଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ମହିଳା ଜଣଙ୍କ ଦାବି କରିଥିଲେ । ସୁଲତାନା ବେଗମ ନାମ୍ନୀ ଏହି ମହିଳା ଜଣଙ୍କ ଦିଲ୍ଲୀରେ ବାସ କରନ୍ତି । ଏହି ମାମଲାର ଶୁଣାଣି କରୁଥିବା ଜଷ୍ଟିସ ରେଖା ପଲ୍ଲୀ ଏହି ମାମଲାକୁ ଖାରଜ କରି ଦେଇଛନ୍ତି । ପଲ୍ଲୀ କହିଛନ୍ତି ସୁଲତାନା ଅଭିଯୋଗ କରିବାରେ ୧୫୦ ବର୍ଷ ବିଳମ୍ବ କରି ଦେଇଛନ୍ତି । ବର୍ତ୍ତମାନ ଏହି ଐତିହାସିକ କୀର୍ତ୍ତିରାଜି ପ୍ରଦାନ କରିବା ସମ୍ଭବ ନୁହେଁ ।

ସୁଲତାନା ବେଗମଙ୍କ ଓକିଲଙ୍କ କହିବା ଅନୁଯାୟୀ ବାହାଦୂର ଶାହ ଜାଫରଙ୍କ ଉତ୍ତରାଧିକାରୀ ମିର୍ଜା ମହମ୍ମଦ ବେଦାର ବକ୍ତଙ୍କ ପତ୍ନୀ ହେଉଛନ୍ତି ସୁଲତାନା । ୧୯୮୦ରେ ମିର୍ଜାଙ୍କ ଦେହାନ୍ତ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପେନସନ ମଧ୍ୟ ମିଳୁଛି । ତେବେ ବିଚାରପତି ସୁଲତାନାଙ୍କୁ ସମାଲୋଚନା କରିବା ସହିତ ଯାଚିକାକୁ ଖାରଜ କରି ଦେଇଥିଲେ । ବ୍ରିିଟିଶ ଶାସନ କାଳରେ ୧୮୫୭ରେ ହୋଇଥିବା କାମ ପାଇଁ ବର୍ତ୍ତମାନ ବିଚାର କରାଯିବ ନାହିଁ ବୋଲି କୋର୍ଟ କହିଥିଲେ । ୧୫୦ ବର୍ଷ ଧରି ଆପଣ କଣ କରୁଥିଲେ ବୋଲି କୋର୍ଟ ପାଲଟା ପ୍ରଶ୍ନ ମଧ୍ୟ କରିଥିଲେ ।

Get real time updates directly on you device, subscribe now.