fbpx

ଖାଦ୍ୟ ଡେଲିଭରୀ ପାଇଁ ସିଙ୍ଗାପୁରରୁ ଆଣ୍ଟାର୍କଟିକା: ୩୦ ହଜାର କିଲୋ ମିଟର ଦୂରରେ ପହଞ୍ଚିଲେ ମହିଳା

ନୂଆଦିଲ୍ଲୀ: ଖାଦ୍ୟ ଡେଲିଭରୀର ଆଶ୍ଚର୍ଯ୍ୟକର ଘଟଣା ଅନେକ ସମୟରେ ସାମ୍ନାକୁ ଆସିଥାଏ । ନିକଟରେ ଜଣେ ମହିଳା ଚର୍ଚ୍ଚା କୁ ଆସିଛନ୍ତି କାରଣ ସେ ଖାଦ୍ୟ ବିତରଣ ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ସିଙ୍ଗାପୁରର ଏହି ମହିଳା ନିଜ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଆଣ୍ଟାର୍କଟିକା ପର୍ଯ୍ୟନ୍ତ ଯାତ୍ରା କରିଥିଲେ । ମହିଳାଙ୍କ ଏହି କାର୍ଯ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ ମନସା ଗୋପାଳ ନାମକ ଏହି ମହିଳାଙ୍କ ମନରେ ଏପରି ଚିନ୍ତା ଦୀର୍ଘ ଦିନ ଧରି ରହିଥିଲା । ଏଥିପାଇଁ ମହିଳା ଜଣଙ୍କ ଖାଦ୍ୟ ବିତରଣ କମ୍ପାନୀ ଫୁଡ୍ ପାଣ୍ଡାଙ୍କ ସହ ଯୋଗାଯୋଗ କରି ପୁରା ଚିନ୍ତାକୁ କମ୍ପାନୀ ଆଗରେ ପ୍ରକାଶ କରିଥିଲେ । କମ୍ପାନୀ ଏପରି ଧାରଣାକୁ ଉଚିତ ଭାବି ଏହା ଉପରେ କାର୍ଯ୍ୟ ଆରମ୍ଭ କରିଥିଲା । ଅନ୍ୟପଟେ ମହିଳା ଜଣକ ଏଥିପାଇଁ ପ୍ରସ୍ତୁତ ଥିଲେ । ଯେଉଁଥି ପାଇଁ ସେ ୩୦ ହଜାର କିଲୋମିଟର ଯାତ୍ରା କରି ଚର୍ଚ୍ଚାକୁ ଆସିଛନ୍ତି ।
ତେବେ ମହିଳା ଜଣକ ତାଙ୍କ ଆଣ୍ଟାର୍କଟିକ୍ ଯାତ୍ରା ପାଇଁ ପାଣ୍ଠି ସଂଗ୍ରହ କରିବା ସହ ଏକ ବ୍ରାଣ୍ଡ ଚାହୁଁଥିଲେ । ଏହା ପରେ ସେ ବ୍ରାଣ୍ଡରୁ ମଧ୍ୟ ସକାରାତ୍ମକ ପ୍ରତିକ୍ରିୟା ପାଇଥିଲେ । ମହିଳା ଏହି ଯାତ୍ରା ଆରମ୍ଭ କରି ୩୦ ହଜାର କିଲୋମିଟର ଦୂର ଯାତ୍ରା କରିବା ପରେ ଚାରି ମହାଦେଶ ଅତିକ୍ରମ କରି ସିଙ୍ଗାପୁରରୁ ଆଣ୍ଟାର୍କଟିକାରେ ପହଞ୍ଚିଥିଲେ ।

ବର୍ତ୍ତମାନ ସୁଦ୍ଧା ଏହା ବିଶ୍ୱର ଦୀର୍ଘତମ ଖାଦ୍ୟ ଡେଲିଭରୀ ଭାବେ ବର୍ଣ୍ଣନା କରାଯାଇଛି । ମନସା ଗୋପାଳ ତାଙ୍କ ଇନଷ୍ଟାଗ୍ରାମରେ ଆଣ୍ଟାର୍କଟିକାକୁ ଖାଦ୍ୟ ଯୋଗାଇବା ପାଇଁ ଯାଇଥିବା ଯାତ୍ରାର ଏକ ଭିଡିଓ ସେୟାର କରିଛନ୍ତି । ତେବେ ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Maanasa Gopal (@nomadonbudget)

Get real time updates directly on you device, subscribe now.