fbpx

ମହିଳା ଆଇପିଏଲ୍‌ ଆୟୋଜନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା ବିସିସିଆଇ, ଆସନ୍ତା ବର୍ଷ ୬ ଦଳକୁ ଖେଳାଯିବାକୁ ନେଇ ଚାଲିଛି ବିଚାର ବିମର୍ଶ

Advertisement

ମୁମ୍ବାଇ: ଆସନ୍ତା ବର୍ଷ ମହିଳା ଆଇପିଏଲ୍‌ ଆୟୋଜନ ପାଇଁ ବିସିସିଆଇ ବିଚାର ବିମର୍ଶ ଜାରି ରଖିଛି । ଏହି ପ୍ରତିଯୋଗୀତା ପାଇଁ ବହୁତ ଦିନ ଧରି ଦାବି ହୋଇ ଆସୁଥିବାବେଳେ ବିସିସିଆଇ ବିଭିନ୍ନ ଦିଗ ଉପରେ ତର୍ଜମା କରି ଚୁଡ଼ାନ୍ତ ନିଷ୍ପତ୍ତି ନେଇ ପାରୁ ନ ଥିଲା । କାରଣ ଏଥିପାଇଁ ପୁରୁଷ ଆଇପିଏଲ୍‌ ପରି ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ । ମୁଖ୍ୟତଃ ମିଡ଼ିଆ ଅଧିକାର ପ୍ରସଙ୍ଗ ସହିତ ଅନ୍ୟାନ୍ନ ଦିଗ ଉପରେ ବିସିସିଆଇ ତର୍ଜମା ଜାରି ରଖିଛି ।

ଏଥିପାଇଁ ପରିସ୍ଥିତି ଅନୁକୂଳ ହେବା ଫଳରେ ଆସନ୍ତା ବର୍ଷ ଠାରୁ ୬ ଦଳକୁ ନେଇ ମହିଳା ଆଇପିଏଲ୍‌ ଆୟୋଜନ କରିବା ସମ୍ପର୍କରେ ବିସିସିଆଇ ଆଗକୁ ଆଉ ଏକ ପାଦ ବଢାଇଛି । ତେଣୁ ମହିଳା କ୍ରିକେଟରଙ୍କ ମଧ୍ୟରେ ଏଥିପାଇଁ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଛି । ମାତ୍ର ପୁରୁଷ ଆଇପିଏଲ୍‌ ପରି ବିସିସିଆଇ ମହିଳା ଆଇପିଏଲ୍‌ରେ ରୋଜଗାର କରିବା ଦିଗ ଉପରେ ନଜର ଦେବାକୁ ପଡ଼ୁଛି । ତେବେ ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ବର୍ଷ ମହିଳା ଆଇପିଏଲ୍‌ ଆରମ୍ଭ କରାଯିବ ବୋଲି ପ୍ରାୟତଃ ନିଶ୍ଚିତ ହୋଇଛି । କାରଣ ମହିଳା ଆଇପିଏଲ୍‌ ପାଇଁ ମିଡ଼ିଆ ରାଇଟ୍‌ ହାସଲ କରିବା ସକାଶେ ଏକାଧିକ ସଂସ୍ଥା ଆଗ୍ରହ ପ୍ରକାଶ କରିବା ଯୋଗୁଁ ବିସିସିଆଇ ଏ ଦିଗରେ ଆଗକୁ ବଢିବା ପାଇଁ ଯୋଜନା କରୁଛି ।

ସୂଚନାଯୋଗ୍ୟ ଯେ, ଭାରତୀୟ ମହିଳା କ୍ରିକେଟରମାନେ ଅଧିକ ସଂଖ୍ୟକ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ସୁଯୋଗ ପାଉ ନଥିବା ଦୃଷ୍ଟିରୁ ମହିଳା ଆଇପିଏଲ୍‌ ସେମାନଙ୍କ ପାଇଁ ଏକ ନୂଆ ଦିଗ ସୃଷ୍ଟି କରିବ ।

Get real time updates directly on you device, subscribe now.