fbpx

ଏହି ଦିନରେ ଗରମ ରହିଥାଏ ମହିଳାଙ୍କ ମସ୍ତିସ୍କ, ଜାଣନ୍ତୁ କାହିଁକି ଛୋଟଛୋଟ କଥାରେ ପ୍ରକାଶ କରନ୍ତି ବିରକ୍ତିଭାବ

ନୂଆଦିଲ୍ଲୀ: ସାଧାରଣତଃ ମଣିଷଙ୍କ ମୁଡ୍ କେତେବେଳେ ଭଲ ରହିଥିବା ବେଳେ କେତେବେଳେ ଖରାପ ରହିଥାଏ । ତେଣୁ ଏହାକୁ ନେଇ ଏକ ଅଧ୍ୟୟନ କରାଯାଇଛି । ଯେଉଁଥିରେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନଙ୍କ ମୁଣ୍ଡ ଅଧିକ ଗରମ ହୋଇଯାଏ । ଯାହାଦ୍ୱାରା ସେମାନେ ବିରକ୍ତି ଭାବ, ରାଗିଯିବା ଆଦି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି । ବ୍ରିଟେନରେ ହୋଇଥିବା ଏକ ରିସର୍ଚ୍ଚ ଏହି କଥାକୁ ନେଇ ଦାବି କରିଛି ।

ଅନୁସନ୍ଧାନରୁ ଜଣାପଡିଛି ଯେ, ମହିଳାମାନଙ୍କ ମୁଣ୍ଡର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ହେବାର ସମ୍ଭାବନା ରହିଛି । ତେବେ ଯଦି ଅମେ ଜଣେ ସାଧାରଣ ବ୍ୟକ୍ତିଙ୍କ ମସ୍ତିସ୍କ କଥା କହିବା ତେବେ ସେମାନଙ୍କ ସର୍ବାଧିକ ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ ଅଟେ । ତେବେ ଏହି ସର୍ଭେରୁ ଜଣାପଡିଛି ଯେ, ପରିୟଡ ଚାଲିଥିବା ସମୟରେ ମହିଳାଙ୍କ ମସ୍ତିସ୍କର ତାପମାତ୍ରା ଅଧିକ ହୋଇଥାଏ ।

ଋତୁସ୍ରାବ ସମୟରେ ମହିଳା ମାନଙ୍କ ମସ୍ତିସ୍କର ତାପମାତ୍ରା ୪୦.୯୦ ସେଲସିୟସ ରହିଥାଏ । ଯାହା ସାମାନ୍ୟ ତୁଳନାରେ ଅଳ୍ପ ଗରମ ହୋଇଥାଏ । ଏହି ସମୟ ମାନଙ୍କରେ ମହିଳାମାନେ ଅତ୍ୟଧିକ ବିରକ୍ତି ଭାବ ପ୍ରକାଶ କରିଥାନ୍ତି । କୌଣସି ଛୋଟ ଛୋଟ କଥାରେ ମଧ୍ୟ ରାଗି ଯାଇଥାନ୍ତି । ତେଣୁ ଏହି ଋତୁସ୍ରାବ ସମୟରେ ମହିଳାମାନେ ଅଧିକ ଯତ୍ନର ସହିତ ରହିବା ଆବଶ୍ୟକ ।

Get real time updates directly on you device, subscribe now.