ମହିଳା ପ୍ରିମିୟର ଲିଗ୍ ୨୦୨୫: ଚାମ୍ପିୟନ ହେଲା ମୁମ୍ୱାଇ ଇଣ୍ଡିଆନ୍ସ
ମହିଳା ପ୍ରିମିୟର ଲିଗ୍ ୨୦୨୫ର ଚାମ୍ପିୟନ ହୋଇଛି ମୁମ୍ୱାଇ ଇଣ୍ଡିଆନ୍ସ
ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ୨୦୨୫ର ମୁମ୍ୱାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନରେ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଡବ୍ଳୁପିଏଲ୍ ଚାମ୍ପିୟନ ହୋଇଛି ମୁମ୍ୱାଇ ଟିମ୍ ।
ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୪୯ ରନ୍ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୧ ରନ୍ କରିପାରିଥିଲା ।
୧୫୦ ରନ୍ର ଟାର୍ଗେଟ୍କୁ ପିଛା କରି ବ୍ୟାଟିଂ କରୁଥିବା ଦିଲ୍ଲୀ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟକୁ ସାମ୍ନା କରିଥିଲା । ଦଳର ୧୫ ରନ୍ ସ୍କୋର ବେଳେ ଅଧିନାୟକ ମେଗ୍ ଲାନିଙ୍ଗ ଆଉଟ୍ ହୋଇଥିଲେ । ଶେଫାଲି ବର୍ମା ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ମୁମ୍ବାଇ ପକ୍ଷରୁ ବ୍ରଣ୍ଟ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ ।